Advertisment

ଆମ ଠାରୁ ସୁରକ୍ଷା ଚାହାନ୍ତି ନାହିଁ ଭଗବାନ ଶିବ: କାହିଁକି ଏମିତି କହିଲେ ହାଇକୋର୍ଟ?

ଯଦି ଯମୁନା ତଟରୁ ସବୁ ଜବରଦଖଲ ଉଚ୍ଛେଦ ହୋଇଯିବ, ତା’ହେଲେ ଭଗବାନ ଶିବ ମଧ୍ୟ ଖୁସି ହେବେ ବୋଲି ହାଇକୋର୍ଟ କହିଛନ୍ତି।

Delhi

Delhi

Advertisment

ଯମୁନା ନଦୀ ଶଯ୍ୟା ଓ ନଦୀ ତଟରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଶିବ ମନ୍ଦିରକୁ ଉଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଭଗବାନ ଶିବ ଆମ ଠାରୁ ସୁରକ୍ଷା ଆବଶ୍ୟକ କରନ୍ତି ନାହିଁ। ଯଦି ଯମୁନା ତଟରୁ ସବୁ ଜବରଦଖଲ ଉଚ୍ଛେଦ ହୋଇଯିବ, ତା’ହେଲେ ଭଗବାନ ଶିବ ମଧ୍ୟ ଖୁସି ହେବେ ବୋଲି ହାଇକୋର୍ଟ କହିଛନ୍ତି।

Advertisment

ପ୍ରଚୀନ ଶିବ ମନ୍ଦିରକୁ ବେଆଇନ ଭାବେ ତାଜ ଏନକ୍ଲେବ ଓ ଗୀତା କଲୋନୀ ନିକଟରେ ନିର୍ମାଣ କରାଯାଇଥିଲା। ଏହାକୁ ଉଚ୍ଛେଦ କରିବାକୁ ପ୍ରଶାସନ ଚାହୁଁଛି। କିନ୍ତୁ ଏହା ଉପରେ ରୋକ ଲଗାଇବାକୁ ଦାବି କରି ପ୍ରଚୀନ ଶିବ ମନ୍ଦିର ଆବମ ଆଖଡ଼ା ସମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କିନ୍ତୁ ବିଚାରପତି ଜଷ୍ଟିସ ଧର୍ମେଶ ଶର୍ମା ଆବେଦନକୁ ଖାରଜ କରି ଦେଇଛନ୍ତି।

ମେ’ ୨୯ରେ ପାସ ହୋଇଥିବା ରାୟରେ ହାଇକୋର୍ଟ କହିଛନ୍ତି, ଭଗବାନ ଶିବ ଆମ ଠାରୁ ସୁରକ୍ଷା ଆବଶ୍ୟକ କରନ୍ତି ନାହିଁ। ବରଂ ଆମେ ଲୋକମାନେ ତାଙ୍କ ଠାରୁ ସୁରକ୍ଷା ଓ ଆଶୀର୍ବାଦ ମାଗିଥାଉ। ଜବରଦଖଲ ଓ ବେଆଇନ ନିର୍ମାଣ କାମ ଯମୁନା ତଟରୁ ହଟିଗଲେ ନିଃସନ୍ଦେହରେ ଭଗବାନ ଶିବ ଖୁସି ହେବେ।

Advertisment

ଜମି ଉପରେ ମାଲିକାନା ଥିବା ଆଖଡ଼ା ପ୍ରମାଣିତ କରିପାରି ନାହିଁ। ସେହିପରି ପ୍ରଶ୍ନ ଘେରରେ ଥିବା ମନ୍ଦିରର ଐତିହାସିକ ମହତ୍ତ୍ୱ ସମ୍ପର୍କରେ ମଧ୍ୟ କୌଣସି ପ୍ରମାଣ ମିଳି ନାହିଁ। ମନ୍ଦିରଟି ଲୋକମାନଙ୍କ ପାଇଁ ଓ ଏହା ଗୋଟିଏ ଘରୋଇ ମନ୍ଦିର ନୁହେଁ ବୋଲି ଆଖଡ଼ା ପ୍ରମାଣ ଦେଖାଇ ପାରି ନାହିଁ।

ଏଠାରେ ପ୍ରତିଦିନ ପ୍ରାର୍ଥନା ହୁଏ ଓ ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ। ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହାର ସାଧାରଣ ମହତ୍ତ୍ୱ ରହିଛି। ବର୍ତ୍ତମାନ ପରିସ୍ଥିତିରେ ଆବେଦନକୁ ଖାରଜ କରାଯାଉଛି ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।

କୋର୍ଟ ମନ୍ଦିରରେ ଥିବା ପ୍ରତିମୂର୍ତ୍ତି ଓ ଅନ୍ୟ ଧାର୍ମିକ ଜିନିଷଗୁଡ଼ିକୁ ସ୍ଥାନାନ୍ତର କରିବାକୁ ୧୫ ଦିନର ସମୟ ଆବେଦନକାରୀଙ୍କୁ ସମୟ ଦେଇଛନ୍ତି। ଅନ୍ୟ କୌଣସି ମନ୍ଦିରରେ ଏହାକୁ ସ୍ଥାପିତ କରିବା ପାଇଁ କୋର୍ଟ ଆବେଦନକାରୀ ଆଖଡ଼ାକୁ କହିଛନ୍ତି।

High Court Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe