/odisha-reporter/media/media_files/2026/02/11/shifa-2026-02-11-17-11-06.jpg)
ଶିଫା (ଫାଇଲ ଫଟୋ)
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଶିବାଜୀ ନଗରରେ ଶିଫା ନାମକ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ବିଚ୍ ରାସ୍ତାରେ ଓ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ଘଟଣା ଘଟିବାର ୧୨ ଘଣ୍ଟା ମଧ୍ୟରେ ପୁଲିସ ଜଣେ ପ୍ରେମୀଯୁଗଳଙ୍କୁ ଗିରଫ କରି ପୂରା ଘଟଣା ଉପରୁ ପରାଦ ହଟାଇଛି।
ମଧ୍ୟାହ୍ନ ସମୟରେ ଗୁଳି ମାଡ଼(Shot Dead)ର ଶବ୍ଦ ଫୁର୍ତକାନିଆ ଅଞ୍ଚଳକୁ ପୂରା ଦୋହଲାଇ ଦେଇଥିଲା। ପଏଣ୍ଟ ବ୍ଲାଙ୍କରୁ ଶିଫାଙ୍କ ଉପରେ ହୋଇଥିଲା ଗୁଳିମାଡ଼। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ଅଧା ବାଟରେ ହିଁ ସେ ଆଖି ବୁଜି ଦେଇଥିଲେ। ବିଚ ରାସ୍ତାରେ ରକ୍ତର ଛିଟା ପଡ଼ିବା ଓ ଜଣେ ଯୁବତୀଙ୍କୁ ଏପରି ହତ୍ୟା କରାଯିବା ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା।
ତେବେ ଶିବାଜୀ ନଗର ପୁଲିସ୍ର ଗୋଟିଏ ଟିମ ଘଟଣାକୁ ଗୁରୁତର ସହ ନେଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ସ୍ଥାନୀୟ ଇନଫର୍ମର୍ସଙ୍କ ସହ ଯୋଗାଯୋଗ କରିଥିଲା। ଶେଷରେ ୧୨ ଘଣ୍ଟା ମଧ୍ୟରେ ଜଣେ ୨୫ ବର୍ଷୀୟ ଯୁବତୀ ଓ ତାଙ୍କ ୨୩ ବର୍ଷୀୟ ପୁରୁଷ ପାର୍ଟନରଙ୍କୁ ଧରିବାକୁ ସକ୍ଷମ ହୋଇଥିଲା। ୨୫ ବର୍ଷୀୟ ଯୁବତୀ ଜଣଙ୍କ ପୂରା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ୍ କହିଛି।
ଜେରା ବେଳେ ଜଣାପଡ଼ିଛି ଘଟଣାର ଲିଙ୍କ ତ୍ରିକୋଣୀୟ ପ୍ରେମ ଓ ବ୍ୟକ୍ତିଗତ ବିବାଦ ସହ ରହିଛି। ଶିଫା ଓ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ବେଶ କିଛି ଦିନ ହେବ ବିବାଦ ଲାଗି ରହିଥିଲା। ଜୋନାଲ ଡିସିପି ସମୀର ଶେଖଙ୍କ କହିବା କଥା ଯେ ଶିଫାଙ୍କ ପ୍ରେମ ସମ୍ପର୍କ ଗିରଫ ହୋଇଥିବା ଯୁବକଙ୍କ ସହ ରହିଥିଲା। କିନ୍ତୁ ୨୫ ବର୍ଷୀୟ ଯୁବତୀ ଜଣଙ୍କ ମଧ୍ୟ ଶିଫାଙ୍କ ପ୍ରେମିକଙ୍କୁ ଭଲ ପାଉଥିଲେ।
ଶିଫାଙ୍କୁ ପ୍ରେମ କରୁଥିଲେ ହେଁ ଗିରଫ ଯୁବକ ଜଣଙ୍କ ମୁଖ୍ୟ ଅଭିଯୁକ୍ତଙ୍କ ସହ ରୋମାଣ୍ଟିକ ସମ୍ପର୍କ ରଖିବାକୁ ପଛାଇ ନଥିଲେ। ଏକଥା ୨୫ ବର୍ଷୀୟ ଯୁବତୀ ଜଣଙ୍କ ଜାଣିବା ପରେ ୩ ଜଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ଶିଫାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ୨୫ ବର୍ଷୀୟ ଯୁବତୀ ଜଣଙ୍କ ଯୋଜନା କରିଥିଲେ। ଏଥିରେ ତାଙ୍କୁ ଗିରଫ ଯୁବକ ଜଣଙ୍କ ମଧ୍ୟ ସହାୟତା କରିଥିଲେ। ଉଭୟ ମିଳିତ ଭାବେ ଶିଫାଙ୍କୁ ମାରିବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ସେମାନେ ବିଚ ରାସ୍ତାରେ ଶିଫାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ପୁଲିସ୍ ଉଭୟଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ ପାଇଁ ଚେଷ୍ଟା କରୁଛି। ସେହିପରି ହତ୍ୟାରେ ବ୍ୟବହୃତ ବନ୍ଧୁକ ଯୁବତୀ ଜଣଙ୍କ କେଉଁଠୁ ପାଇଲେ ଓ ଏହା ପଛରେ କୌଣସି ତୃତୀୟ ବ୍ୟକ୍ତିଙ୍କ ହାତ ରହିଛି କି ନାହିଁ, ତା’ର ମଧ୍ୟ ତଦନ୍ତ କରାଯାଉଥିବା ପୁଲିସ୍ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
