Advertisment

ମିସ୍ ୟୁ ମାଇ ବୋମ୍ମା... ଜେଲ୍‌ରୁ ଜ୍ୟାକ୍‌ଲିନ୍‌ଙ୍କୁ ସୁକେଶର ଲଭ୍ ଲେଟର୍‌

ହୋଲି ଅବସରରେ ଜ୍ୟାକ୍‌ଲିନ୍‌ଙ୍କୁ ଲଭ୍ ଲେଟର୍‌ ଲେଖି ପ୍ରେମ ନିବେଦନ କରିଛି ସୁକେଶ।

Jacqueline with Sukesh

Jacqueline with Sukesh

Advertisment

‘ଲଭ୍ ୟୁ ପ୍ରିନ୍ସେସ୍ । ମିସ୍ ୟୁ.. ମାଇ ବୋମ୍ମା।’ ଏଭଳି କିଛି କହି ଜେଲ୍ ଭିତରୁ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ଙ୍କୁ ଲଭ୍ ଲେଟର୍ ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର। ଏଥିସହ ଅଭିନେତ୍ରୀଙ୍କ ଉପରେ କରିଛି ପ୍ରେମ ବର୍ଷା। ଜଣାଇଛି ହ୍ୟାପି ହୋଲି ଶୁଭେଚ୍ଛା। 

Advertisment
Conman Sukesh love letterଜ୍ୟାକ୍‌ଲିନଙ୍କୁ ମହାଠକ ସୁକେଶ ଲେଖିଥିବା ଚିଠି ।

ମନିଲଣ୍ଡରିଂର ଭିନ୍ନ ଭିନ୍ନ ମାମଲାରେ ଗିରଫ ହୋଇ ଦିଲ୍ଲୀ ମଣ୍ଡୋଲି ଜେଲ୍‌ରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଜାଣିଛି ଚର୍ଚ୍ଚାରେ ରହିବା ଫର୍ମୁଲା। ଏବେ ସୁକେଶ ପୁଣିଥରେ ଜେଲ୍ ଭିତରେ ଲେଖିଛି ଚିଠି। ତେବେ ଏଥର ଦିଲ୍ଲୀୀ ନେତା କିମ୍ବା ମନ୍ତ୍ରୀଙ୍କ ବିରୋଧରେ ନୁହେଁ, ବରଂ ନିଜ ଗାର୍ଲଫ୍ରେଣ୍ଡ ଜ୍ୟାକ୍‌ଲିନ୍‌ଙ୍କୁ ସେ ଲେଖିଛି ଲଭ୍ ଲେଟର୍। ହୋଲି ଅବସରରେ ଜ୍ୟାକ୍‌ଲିନ୍‌ଙ୍କୁ ସେ ଚିଠି ଲେଖି ପ୍ରେମ ନିବେଦନ କରିଛି।

ଜ୍ୟାକଲିନଙ୍କୁ ଚିଠିରେ ସୁକେଶ ଲେଖିଛି ଯେ, ‘ସବୁଠାରୁ ଚମତ୍କାର ମଣିଷ, ଆଶ୍ଚର୍ଯ୍ୟମୟୀ ମୋର ସବୁଠାରୁ ସୁନ୍ଦର ଜ୍ୟାକଲିନଙ୍କୁ ହୋଲିର ଶୁଭେଚ୍ଛା। ‘ଆଇ ଲଭ୍ ୟୁ’ । ତୁମେ ସବୁବେଳେ ହସୁଥାଅ। ତୁମେ ଜାଣ ଯେ, ତୁମେ ମୋ ପାଇଁ କେତେ ତୁରୁତ୍ୱପୂର୍ଣ୍ଣ । ରଙ୍ଗର ଏହି ପର୍ବରେ ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି, ଯେଉଁ ରଙ୍ଗ ଫିକା ଅବା ଗାଏବ ହୋଇଯାଇଛି ତାକୁ ମୁଁ ତୁମ ପାଇଁ ୧୦୦ ଥର ଫେରାଇ ଆଣିବି। ଏହା ମୋ ଦାୟିତ୍ୱ। ଲଭ୍ ୟୁ ମାଇ ପ୍ରିନ୍ସେସ୍ । ମିସ୍ ୟୁ ମାଇ ବୋମ୍ମା...ମାଇ ଲଭ୍।’

Advertisment

ଚନ୍ଦ୍ରଶେଖର ଏବେ ତିନୋଟି ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ମଣ୍ଡୋଲି ଜେଲ୍‌ରେ ସଜା କାଟୁଛି। ପ୍ରଥମ ମାମଲାରେ ଚନ୍ଦ୍ରଶେଖର ଜଣେ ସରକାରୀ ଅଧିକାରୀ ଭାବେ ପୂର୍ବତନ ମାଲିକ ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କଠାରୁ ପାଖାପାଖି ୨୦୦ କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ତାଙ୍କ ସ୍ୱାମୀଙ୍କୁ ମୁକ୍ତ କରିବା ବାହାନାରେ ଅଭିଯୁକ୍ତ ଠକ ଅଦିତି ସିଂହଙ୍କୁ ଠକିଥିଲା। ମନି ଲଣ୍ଡରିଂ ତଦନ୍ତରେ ସେ ଏହି ମାମଲାରେ ଅଭିଯୁକ୍ତ।

ଉଭୟ ଚନ୍ଦ୍ରଶେଖର ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଲୀନା ମାରିଆ ପଲଙ୍କୁ ୨୦୨୨ ସେପ୍ଟେମ୍ବରରେ ଦିଲ୍ଲୀ ପୁଲିସ ଏକ ଠକେଇ ମାମଲାରେ ଗିରଫ କରିଥିଲା। ଦିଲ୍ଲୀ ପୁଲିସ ଓ ଇଡିର ଅର୍ଥନୈତିକ ଅପରାଧ ଶାଖାର ତଦନ୍ତ ବେଳେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଓ ନୋରା ଫତେହିଙ୍କ ସମେତ ଅନେକଙ୍କ ନାମ ସାମ୍ନାକୁ ଆସିଥିଲା।

Jacqueline Fernandes Sukesh Chandrasekhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe