Advertisment

ଜେଲରୁ ମୁକୁଳିଲେ ଲଭପ୍ରୀତ ତୁଫାନ

ଶୁକ୍ରବାର ଅମୃତଶର ଜେଲ୍‌ରୁ ସେ ମୁକୁଳିଛନ୍ତି।

author-image
Tapas Behera
Lovepreet ,Toofan

Lovepreet Toofan

ଜେଲରୁ ମୁକୁଳିଲେ ଲଭପ୍ରୀତ ତୁଫାନ। ଖଲିସ୍ତାନୀ ସମର୍ଥକ ତଥା ‘ୱାରିଶ ପଞ୍ଜା ଦେ’ର ମୁଖ୍ୟ ଅମୃତପାଲ ସିଂହଙ୍କ ସହଯୋଗୀ ଲଭପ୍ରୀତ ତୁଫାନ ଶୁକ୍ରବାର ଅମୃତଶର ଜେଲ୍‌ରୁ ମୁକୁଳିଛନ୍ତି। ଏହାପୂର୍ବରୁ କୋର୍ଟ ଅପହରଣ ମାମଲାରେ ଖଲିସ୍ତାନୀ ସମର୍ଥକ ଲଭପ୍ରୀତଙ୍କୁ ଜାମିନ ପ୍ରଦାନ କରିଥିଲେ। ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମ୍ରିତପାଲ ସିଂହଙ୍କ ଘନିଷ୍ଠ ସହଯୋଗୀ ଲଭପ୍ରୀତ ତୁଫାନଙ୍କୁ ଗିରଫ କରାଯିବାକୁ ବିରୋଧ କରି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ଅମୃତସରର ଅଜନାଲାରେ ‘ୱାରିସ୍ ପଞ୍ଜାବ ଦେ’ ସହ ଜଡ଼ିତ ହଜାର ହଜାର ଲୋକ ହଙ୍ଗାମା କରିଥିଲେ। ସେମାନେ ଥାନା ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହି ଲୋକମାନଙ୍କ ହାତରେ ବନ୍ଧୁକ ଓ ଖଣ୍ଡା ଥିଲା। ଲଭପ୍ରୀତଙ୍କୁ ତୁରନ୍ତ ଛାଡ଼ିବା ପାଇଁ ସମର୍ଥକମାନେ ଦାବି କରି ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ସରକାରୀ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ବର୍ତ୍ତମାନ ପୋଲିସ ତାଙ୍କୁ ଜେଲ୍‌ରୁ ମୁକ୍ତ କରିଛି। ଲଭପ୍ରୀତ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମ୍ରିତପାଲ ସିଂହଙ୍କ ଘନିଷ୍ଠ ସହଯୋଗୀ । ଅମୃତପାଲ ସିଂହ ଜଣେ ଆତ୍ମ ଘୋଷିତ ଧାର୍ମିକ ପ୍ରଚାରକ ।

ଯିଏ କି ଖାଲିସ୍ତାନ ଆନ୍ଦୋଳନକୁ ସମର୍ଥନ କରନ୍ତି ।ଅମ୍ରିତପାଲ ସିଂ ଗୁଇନ୍ଦା ସଂସ୍ଥାର ସ୍କାନରରେ ଅଛନ୍ତି । ସେ ଖଲିସ୍ତାନୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଅମୃତପାଲ ମଧ୍ୟ ଇଶାରାରେ ଗୃହମନ୍ତ୍ରୀଙ୍କୁ ଧମକ ଦେଇଥିଲେ।

Advertisment
India