Advertisment

ବାହା ହେବାକୁ ମନା କଲେ ପ୍ରେମିକା, ସର୍ବସମ୍ମୁଖରେ ୧୬ ଥର ଛୁରୀ ଭୁଷି ହତ୍ୟା କଲା ପ୍ରେମିକ

ଘର ଲୋକଙ୍କ ଚାପରେ ବାହା ହେବାକୁ ମନା କରିବାରୁ ପ୍ରେମିକାଙ୍କୁ ସର୍ବସମ୍ମୁଖରେ ୧୬ଥର ଛୁରୀ ଭୁଷି ହତ୍ୟା କରିଛନ୍ତି ପ୍ରେମିକ।

Lover

Lover

Advertisment

ବରଦାସ୍ତ ହେଲାନି ରିଜେକ୍ଟ। ଘର ଲୋକଙ୍କ ଚାପରେ ବାହା ହେବାକୁ ମନା କରିବାରୁ ପ୍ରେମିକାଙ୍କୁ ସର୍ବସମ୍ମୁଖରେ ୧୬ଥର ଛୁରୀ ଭୁଷି ହତ୍ୟା କରିଛନ୍ତି ପ୍ରେମିକ। ଯାହାକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ, ରାଗରେ ତାଙ୍କୁ ହିଁ ସେ ନିର୍ମମ ଭାବେ ହତ୍ୟା କରିଛନ୍ତି। ପ୍ରେମିକା ସମ୍ପର୍କ ରଖିବା ଆଉ ସମ୍ଭବ ନୁହେଁ କହିବାରୁ ପ୍ରେମିକ ତାଙ୍କୁ ଜୀବନରୁ ମାରି ଦେଇଛନ୍ତି।

Advertisment

କର୍ଣ୍ଣାଟକାର ପୂର୍ବ ବେଙ୍ଗାଲୁରୁ ଅନ୍ତର୍ଗତ ମୁରୁଗେଶପଲାୟା ଠାରେ ଏପରି ଘଟଣା ଘଟିଛି। ଜଣେ ୨୮ ବର୍ଷୀୟ ଯୁବକ ତାଙ୍କ ୨୫ ବର୍ଷୀୟ ପ୍ରେମିକାଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ପ୍ରେମିକଙ୍କ ଅଫିସ ସାମ୍ନାରେ ସମସ୍ତଙ୍କ ଆଗରେ ଯୁବକ ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି।

ପ୍ରାଣ ହରାଇଥିବା ଯୁବତୀ ଜଣଙ୍କ ହେଲେ ଲୀଲା ପବିତ୍ର ନାଲାମତି। ତାଙ୍କ ଘର ଆନ୍ଧ୍ର ପ୍ରଦେଶର କାକିନାଡାରେ। ସେ ଏଠାରେ ଥିବା ଓମେଗା ହେଲ୍ଥ କେୟାର ମ୍ୟାନେଜମେଣ୍ଟ ସର୍ଭିସ ପ୍ରାଇଭେଟ ଲିଃରେ କାମ କରୁଥିଲେ। ତାଙ୍କୁ ୨୮ ବର୍ଷୀୟ ଦିନାକର ବଂଶଲ ଛୁରୀ ଭୁଷି ହତ୍ୟା କରିଛନ୍ତି। ଦିନାକରଙ୍କ ଘର ମଧ୍ୟ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳରେ ଓ ସେ ଡୋମଲୁର ଠାରେ ଥିବା ଆଉ ଗୋଟିଏ ହେଲ୍ଥକେୟାର କମ୍ପାନୀରେ କାମ କରୁଥିଲେ। ଲୀଲା ଜେବି ନଗରରେ ଥିବା ଗୋଟିଏ ପିଜିରେ ରହୁଥିବା ବେଳେ ଦିନକାର ଡୋମଲୁରରେ ରୁହନ୍ତି।

Advertisment

ଡିସିପି (ପୂର୍ବ) ଭୀମଶଙ୍କର ଏସ ଗୁଲେଡ କହିଛନ୍ତି, ହତ୍ୟାକାଣ୍ଡଟି ମଙ୍ଗଳବାର ସନ୍ଧ୍ୟା ୭.୩୦ରେ ଲୀଲାଙ୍କ ଅଫିସ ବାହାରେ ଘଟିଛି। ଲୀଲା ଓ ଦିନାକର ପରସ୍ପରକୁ ୫ ବର୍ଷ ହେଲା ଭଲ ପାଉଥିଲେ। ସେମାନେ ବାହା ହେବାକୁ ମଧ୍ୟ ଚାହୁଁଥିଲେ। ହେଲେ ଝିଅ ଘର ଲୋକ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ। ଦିନାକର ଅଲଗା ଜାତିର ହୋଇଥିବାରୁ ଲୀଲା ଘର ଲୋକ ତାଙ୍କ ସହ ସମ୍ପର୍କ ରଖିବାକୁ ଝିଅକୁ ବାରଣ କରିଥିଲେ।

ଲୀଲା ଏକଥା ଦିନାକରଙ୍କୁ ଜଣାଇବା ସହ ବାହାଘର ପାଇଁ ଘର ଲୋକ ରାଜି ନଥିବା କହିଥିଲେ। ଏଥିସହ ସେ କେବେ ହେଲେ ଘର ଲୋକଙ୍କ କଥାକୁ ଅମାନ୍ୟ କରିପାରିବେ ନାହିଁ ବୋଲି ଦିନାକରଙ୍କୁ ବୁଝାଇ ତାଙ୍କୁ ଭୁଲି ଯିବାକୁ କହିଥିଲେ। ଏକଥା ଶୁଣି ଦିନାକର ଭାଙ୍ଗି ପଡ଼ିଥିଲେ। ଏଥିସହ ଲୀଲାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।

କିନ୍ତୁ ଲୀଲା ଘର ଲୋକଙ୍କ କଥା କହି ଦିନାକରଙ୍କୁ ଆଉ ସମ୍ପର୍କ ରଖିବା ସମ୍ଭବ ନୁହେଁ ବୋଲି କହିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଦୂରତା ବଢ଼ିବା ଆରମ୍ଭ ହୋଇଥିଲା। ତେବେ ମଙ୍ଗଳବାର ସନ୍ଧ୍ୟାରେ ଦିନକାର ଗୋଟିଏ ଛୁରୀ ଧରି ଲୀଲାଙ୍କ ଅଫିସ ପାଖରେ ପହଞ୍ଚିଥିଲେ। ସେ ଅଫିସ ବାହାରକୁ ଆସିବା ପରେ ଦିନାକର ପୁଣି ବାହାଘର କଥା କହିଥିଲେ।

ହେଲେ ଲୀଲା ରାଜି ହୋଇ ନଥିଲେ। ଏହାକୁ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ଦିନକାର ଛୁରୀରେ ଲୀଲାଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଅନେକ ଲୋକ ଥିଲେ ମଧ୍ୟ କେହି ବି ଏଥିରେ ହସ୍ତକ୍ଷେପ କରି ନଥିଲେ। ଲୀଲାଙ୍କ ଶରୀରରେ ୧୬ଥର ଛୁରୀ ଭୁଷିବାରୁ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ୍‌ ଦିନାକରଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଥିବା ଡିସିପି ଭୀମଶଙ୍କର କହିଛନ୍ତି।

Love Love Betrayal Love Story Lover Birds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe