Advertisment

ପୁଣି ରେଳ ଟ୍ରାକ୍‌ ଉଡ଼ାଇବାକୁ ଷଡ଼ଯନ୍ତ୍ର, ମିଳିଲା ଗ୍ୟାସ୍‌ ସିଲିଣ୍ଡର

ଚିନ୍ତାର ବିଷୟ ହେଉଛି ଯେ ଚାରି ମାସ ପୂର୍ବେ ବି ଉକ୍ତ ଅଞ୍ଚଳର ଟ୍ରାକରେ ସିଲିଣ୍ଡର ରଖି କାଲିନ୍ଦି ଏକ୍ସପ୍ରେସ ଟ୍ରେନକୁ ଓଲଟାଇବାକୁ ଚେଷ୍ଟା କରାଯାଇଥିଲା।

Gas Cylinder On Track

Gas Cylinder On Track

Advertisment

ପୁଣି ରେଳ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର। ଟ୍ରାକ୍‌ ଉପରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ଉତ୍ତରପ୍ରଦେଶର କାନପୁରରେ ଘଟିଛି ଏଭଳି କିଛି ଘଟଣା। ଏଥର ପୁଣି ଶିବରାଜପୁର ଅଞ୍ଚଳରେ ଟ୍ରାକ୍‌ ଉପରୁ ପଞ୍ଚ କିଲୋଗ୍ରାମର ଗ୍ୟାସ୍‌ ସିଲିଣ୍ଡର ମିଳିଛି।

Advertisment

ସୂଚନା ମୁତାବକ, ଏହି ସିଲିଣ୍ଡର ଖାଲି ଥିଲା ଏବଂ ଏକ ବ୍ୟାଗରେ ରଖାଯାଇଥିଲା। ତେବେ ପାଞ୍ଚ କିଲୋଗ୍ରାମ ବିଶିଷ୍ଟ ଏହି ଖାଲି ସିଲିଣ୍ଡର ମଙ୍ଗଳବାର ରାତିରେ ଶିବରାଜପୁର ଷ୍ଟେସନର ପ୍ରାୟ ୧୦୦ ମିଟରରୁ ମିଳିଛି। ଏହି ସୂଚନା ମିଳିବା ପରେ GRP ଏବଂ ରେଳ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ବୁଧବାର GRP ଏବଂ ରେଲୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଳେ। ଏହାପରେ ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରେଳ କର୍ମଚାରୀ ରମେଶ ଚନ୍ଦ୍ରଙ୍କ ଅଭିଯୋଗ ଆଧାରରେ ଫାରୁଖାବାଦ GRP ପୁଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ ହୋଇଛି।

Advertisment

ଚିନ୍ତାର ବିଷୟ ହେଉଛି ଯେ ଚାରି ମାସ ପୂର୍ବେ ବି ଉକ୍ତ ଅଞ୍ଚଳରେ ଟ୍ରାକରେ ସିଲିଣ୍ଡର ରଖି କାଲିନ୍ଦି ଏକ୍ସପ୍ରେସ ଟ୍ରେନକୁ ଓଲଟାଇବାକୁ ଚେଷ୍ଟା କରାଯାଇଥିଲା। ଗତବର୍ଷ ୮ ସେପ୍ଟେମ୍ବରରେ ଶିବରାଜପୁର ଷ୍ଟେସନଠାରୁ ପ୍ରାୟ ଏକ କିଲୋମିଟର ପୂର୍ବରୁ ଟ୍ରାକରେ କିଛି ବିସ୍ଫୋରକ ସାମଗ୍ରୀ ସହିତ ଏଲପିଜିର ଏକ ବଡ଼ ସିଲିଣ୍ଡର ମିଳିଥିଲା।

ପୁରୁଣା ମାମଲାରେ ପୁଲିସ ସହିତ ଏଟିଏସ୍ ମଧ୍ୟ ତଦନ୍ତ କରିଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଖୁଲାସା କରାଯାଇ ନାହିଁ। କିଛି ଦିନ ପୂର୍ବେ କାନପୁରର ପ୍ରେମପୁର ଷ୍ଟେସନରେ ରେଳ ଲାଇନ ମଧ୍ୟରେ ୫ କିଲୋଗ୍ରାମ ସିଲିଣ୍ଡର ମିଳିଥିଲା। ଏହି ମାମଲାରେ ମଧ୍ୟ ରେଲଓ୍ୱେ ପୁଲିସ ଯାଞ୍ଚ ଜାରି ରଖିଛି।

Train Accident Gas Cylinder Kanpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe