Advertisment

ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦର, ଚିନ୍ତାରେ ଖାଉଟି

ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢିଛି।

ଅଦ୍ୟତନ ହୋଇଛି
LPG

LPG

Advertisment

ଦେଶରେ ବଢ଼ିବାରେ ଲାଗିଛି ଏଲପିଜି ସିଲିଣ୍ଡର ଦାମ୍‌ । ପୁଣି ଥରେ ଦେଶରେ ଏଲପିଜି ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି । ଯାହାଦ୍ୱାରା ଖାଉଟି ମାନେ ଚିନ୍ତାରେ ପଡ଼ିଛନ୍ତି। ସାରା ଦେଶରେ ରନ୍ଧନ ଗ୍ୟାସର ଦାମ୍‌ ୧୦୦୦ ଟଙ୍କା ଉପରେ ରହିଥିବା ବେଳେ ପୁଣି ସିଲିଣ୍ଡରର ଦାମ୍‌ ବୃଦ୍ଧି କରାଯାଇଛି ।  ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢିଛି। ପୂର୍ବରୁ ଭୁବନେଶ୍ୱରରେ ଏଲପିଜି ଦର ୧ ହଜାର ୭୯ ଟଙ୍କା ଥିଲା। ଏବେ ୫୦ ଟଙ୍କା ବଢି ୧୧ ଶହ ୨୯ ଟଙ୍କା ହୋଇଛି। ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ଦର ବଢି ୧୧୦୩ ଟଙ୍କା ହୋଇଛି।

Advertisment

ସେହିପରି କମର୍ସିଆଲ ଏଲପିଜି ସିଲିଣ୍ଡର ଦର ମଧ୍ୟ ୩୫୦ ଟଙ୍କା ୫୦ ପଇସା ବଢିଛି। ଦର ବଢ଼ିଥିବା ଯୋଗୁଁ ଖାଉଟିଙ୍କ ମଧ୍ୟରେ ନାହଁନଥିବା ଅସନ୍ତୋଷ ଦେଖାଇଛି। ଏଥିଯୋଗୁ ଘରର ବଜେଟ ବିଗିଡ଼ିଯିବା ଯୋଗୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଗତ ବର୍ଷ ଜୁଲାଇ ମାସରେ ୧୪.୨ କେଜି ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଲା ।

୫ କେଜି ଏଲ୍‌ପିଜି ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଛି । ଏହା ପୂର୍ବରୁ ମେ’ ମାସରେ ଘରୋଇ ଗ୍ୟାସ୍‌ ଦର ୫୦ ଟଙ୍କା ବଢ଼ିଥିଲା। ଫଳରେ ସିଲିଣ୍ଡର ପିଛା ୯୯୯ ଟଙ୍କାରେ ପହଞ୍ଚିଥିଲା। ଅପରପକ୍ଷେ, ୧୯ କେଜି କମର୍ସିଆଲ ଗ୍ୟାସ ଦର ସିଲିଣ୍ଡର ପିଛା ୮ଟଙ୍କା ୫୦ ପଇସା କମ୍‌ କରାଯାଇଥିଲା। କିଛି ଦିନ ପୂର୍ବରୁ ପୁଣି ଥରେ କମର୍ସିଆଲ ଗ୍ୟାସ୍‌ ଦର ୧୯୮ ଟଙ୍କା ସିଲିଣ୍ଡର ପିଛା କମ୍‌ କରାଯାଇଥିଲା। ଏହାପରେ ରାଜଧାନର ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍‌ ଦର ସିଲିଣ୍ଡର ପିଛା ୨୦୨୧ ଟଙ୍କା ହୋଇଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe