Advertisment

ପୁଣି ମହଙ୍ଗା ମାଡ଼: କେତେ ବଢ଼ିଲା ଏଲପିଜି ସିଲିଣ୍ଡର ଦାମ?

ଗତ ସପ୍ତାହରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ ୪୧ ଟଙ୍କା ହ୍ରାସ ପାଇଥିଲା। କିନ୍ତୁ ଏବେ ରନ୍ଧନ ଗ୍ୟାସର ଦାମ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି।

author-image
Hemant Lenka
LPG

LPG

ଏପ୍ରିଲ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ ହୋଇଛି। ଶେୟାର ମାର୍କେଟ କ୍ରାଶ କରୁଥିବା ବେଳେ ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ଼। ଆଜି କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଉଭୟ ସବସିଡି ଓ ଅଣ ସବିସିଡି ଗ୍ରାହକମାନଙ୍କ ପାଇଁ ଏହି ବିର୍ଦ୍ଧିତ ଦର ଲାଗୁ ହେବ।

Advertisment

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ତାଙ୍କ କହିବା କଥା କଥା ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ବା ପିଏମୟୁୱାଇ ହିତାଧିକାରୀ ଓ ଅଣ ହିତାଧିକାରୀ ଦର ବୃଦ୍ଧିର ସାମ୍ନା କରିବେ। ବର୍ଦ୍ଧିତ ଦର ଆସନ୍ତାକାଲି ଠାରୁ ସମଗ୍ର ଦେଶରେ ଲାଗୁ ହେବ।

ପିଏମୟୁୱାଇ ହିତାଧିକାରୀ ପୂର୍ବରୁ ୧୪.୨ କେଜି ଓଜନର ଏଲପିଜି ସିଲଣ୍ଡର ପିଛା ୫୦୦ ଟଙ୍କା ଦେଉଥିଲେ। କିନ୍ତୁ ଏବେ ତାଙ୍କୁ ୫୫୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ପିଏମୟୁୱାଇ ହିତାଧିକାରୀ ହୋଇ ନଥିବା ଲୋକମାନେ ୮୦୩ ଟଙ୍କା ବଦଳରେ ସିଲିଣ୍ଡର ପିଛା ୮୫୩ ଟଙ୍କା ଦେବେ। ପ୍ରତି ୨ରୁ ୩ ସପ୍ତାହ ମଧ୍ୟରେ ଦରରେ ହେଉଥିବା ପାରମ୍ପରିକ ସଂଶୋଧନ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ପୁରୀ ସୂଚନା ଦେଇଛନ୍ତି।

Advertisment

ଗତ ସପ୍ତାହରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ ୪୧ ଟଙ୍କା ହ୍ରାସ ପାଇଥିଲା। କିନ୍ତୁ ଏବେ ରନ୍ଧନ ଗ୍ୟାସର ଦାମ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି।

ଅନ୍ୟପକ୍ଷରେ ଆଜି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କକୁ ଲିଟର ପିଛା ୨ ଟଙ୍କା ଲେଖାଏ ବୃଦ୍ଧି କରିଥିଲା। ଏହାପରେ ପେଟ୍ରୋଲ ଓ ଡିଜେଲ ମଧ୍ୟ ମହଙ୍ଗା ହେବ ବୋଲି କୁହାଯାଇଥିଲା। କିନ୍ତୁ କେନ୍ଦ୍ର ସରକାର ପରବର୍ତ୍ତୀ ଅବସ୍ଥାରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଆମଦାନୀ ଶୁଳ୍କ ଯୋଗୁ ସାଧାରଣ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ ନାହିଁ। ବର୍ଦ୍ଧିତ ଶୁଳ୍କ ତୈଳ କମ୍ପାନୀ ଗୁଡ଼ିକ ବହନ କରିବେ।

LPG Gas Price LPG Price Hike LPG Cylinder