Advertisment

ଜୁନ୍‌ ପହିଲାରୁ ଆଶ୍ୱସ୍ତି; ଖସିଲା ଗ୍ୟାସ ଦର

ଜୁନ୍‌ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି। ଖସିଲା ଏଲପିଜି ସିଲିଣ୍ଡର ଦାମ୍। ତେବେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି।

gas

gas

Advertisment

ଜୁନ୍‌ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି। ଖସିଲା ଏଲପିଜି ସିଲିଣ୍ଡର ଦାମ୍। ତେବେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି।

Advertisment

ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୮୩ ଟଙ୍କା କମିଛି। ଗତ ମାସ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ ୧୮୫୬.୫୦ ଟଙ୍କା ଥିଲା। ଜୁନ୍‌ରେ ୮୩ ଟଙ୍କା କମିବା ପରେ ଏହାର ମୂଲ୍ୟ ୧୭୭୩ ଟଙ୍କା ହୋଇଛି।

ବିହାର ରାଜଧାନୀ ପାଟଣାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା କମିବା ପରେ ୨୦୨୧.୫ ରହିଛି। ଲକ୍ଷ୍ନୌରେ ଏହାର ମୂଲ୍ୟ ୧୯୦୯ ଟଙ୍କା, ଅମୃତସରରେ ୧୮୯୫.୫, ଡେରାଡୁନରେ ୧୮୩୯.୫, ଜୟପୁରରେ ୧୮୧୮.୫ ଓ ରାଞ୍ଚିରେ ୧୯୪୯ ଟଙ୍କା ରହିଛି।

Advertisment

କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡରକୁ ବାଦ ଦେଲେ ପେଟ୍ରୋଲିୟମ କମ୍ପାନୀ ଫ୍ଲାଇଟ ଇନ୍ଧନରେ ଦାମ ବି ବହୁତ ଖସାଇଥିବା ଜଣାଯାଇଛି। ତେବେ ଘରୋଇ ସିଲିଣ୍ଡର ଦାମ୍‌ ଏବେ ୧୧ଶହ ଟଙ୍କା ଉପରେ ଥିବାରୁ ଉପଭୋକ୍ତାଙ୍କ ପକେଟକୁ ଏହା ଖୁବ୍‌ ବାଧୁଛି। ହେଲେ ଏହାର ମୂଲ୍ୟ ଖସାଇବା ନିମନ୍ତେ କୌଣସି ଉଦ୍ୟମ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। 

Delhi Gas Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe