Advertisment

ଗ୍ରାହକଙ୍କୁ ଆଶ୍ୱସ୍ତି, ଖସିଲା ଗ୍ୟାସ୍‌ ଦର

ଅଗଷ୍ଟ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି। ଖସିଲା ଏଲପିଜି ସିଲିଣ୍ଡର ଦାମ୍।

ଅଦ୍ୟତନ ହୋଇଛି
Gas

Gas

Advertisment

ଅଗଷ୍ଟ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି। ଖସିଲା ଏଲପିଜି ସିଲିଣ୍ଡର ଦାମ୍। ତେବେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି ।

Advertisment

୧୯ କେଜି କମର୍ସିଆଲ LPG ଗ୍ୟାସ୍‌ ସିଲିଣ୍ଡର ଦର ୯୯.୭୫ ଟଙ୍କା କମିଛି। ଦର ହ୍ରାସ ପରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୧,୬୮୦ ଟଙ୍କାରେ ପହଞ୍ଚିଛି। କୋଲକତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୮୯୫.୫୦ ରୁ ଖସି ୧୮୦୨.୫୦, ଚେନ୍ନାଇରେ ୧୯୪୫.୦୦ରୁ ଖସି ୧୮୫୨.୫୦ ଟଙ୍କାରେ ପହଞ୍ଚିଛି । ତେବେ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ହ୍ରାସ ହୋଇନାହିଁ।

 ଗତ ଜୁନ୍‌ ପହିଲାରେ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦାମ ୮୩ ଟଙ୍କା କମିଥିଲା। ଜୁଲାଇ ୧ ତାରିଖରେ ଗ୍ୟାସ୍‌ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। କିନ୍ତୁ ୪ ଜୁଲାଇରେ ଅୟଲ ମାର୍କେଟିଂ କମ୍ପାନୀ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୭ଟଙ୍କା ବଢ଼ାଇଥିଲେ।

Advertisment

ଦେଶର ତୈଳ କମ୍ପାନୀମାନେ ପ୍ରତି ମାସ ପହିଲାରେ ୧୪ କିଲୋ ଘରୋଇ ଗ୍ୟାସ ଓ ୧୯ କେଜି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ସ୍ଥିର କରିଥାନ୍ତି। ଘରୋଇ ଗ୍ୟାସ୍‌ ଦାମ ଦୀର୍ଘ ଦିନ ହେଲାଣି ସ୍ଥିର ରହିଛି। ଏହା ଶେଷ ଥର ଗତ ମାର୍ଚ୍ଚରେ ୫୦ ଟଙ୍କା ବଢ଼ିଥିଲା। ଏହାପରଠୁ ଘରୋଇ ଗ୍ୟାସ୍‌ ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନି।

Gas Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe