Advertisment

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼; ‍ବଢ଼ିଲା ଗ୍ୟାସ୍‌ ଦର

ଦୀପାବଳି ପୂର୍ବରୁ ଗ୍ୟାସ୍‌ ଉପଭୋକ୍ତାଙ୍କୁ ଲାଗିଛି ଝଟକା। ନଭେମ୍ବର ଆରମ୍ଭରୁ ଉପରମୁହାଁ ହୋଇଛି ଗ୍ୟାସ୍‌ ଦର ।

author-image
Niharika Rout
ଅଦ୍ୟତନ ହୋଇଛି
Gas-Cylinder

Gas-Cylinder

ଦୀପାବଳି ପୂର୍ବରୁ ଗ୍ୟାସ୍‌ ଉପଭୋକ୍ତାଙ୍କୁ ଲାଗିଛି ଝଟକା। ନଭେମ୍ବର ଆରମ୍ଭରୁ ଉପରମୁହାଁ ହୋଇଛି ଗ୍ୟାସ୍‌ ଦର । ଆଜିଠୁ ମହଙ୍ଗା ହେଲା କମର୍ସିଆଲ ଗ୍ୟାସ୍‌ ଦର।

Advertisment

ନଭେମ୍ବର ପହିଲାରୁ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦାମ ୧୦୧.୫୦ ଟଙ୍କା ବଢ଼ିଛି। ନୂଆ ରେଟ୍‌ ଲାଗୁ ହେବା ପରେ ଆଜିଠୁ ରାଜଧାନୀ ଦିଲ୍ଲୀରେ ଏହି ଗ୍ୟାସ୍‌ ସିଲିଣ୍ଡର ପିଛା ୧୮୩୩ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ତାହା ୧୭୩୧ ଟଙ୍କା ଥିଲା। ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦାମ ପୂର୍ବରୁ ୧୬୮୪ ଟଙ୍କା ଥିବା ବେଳେ ଏବେ ତାହା ୧୭୮୫.୫୦ ଟଙ୍କାରେ ପହଞ୍ଚିଛି। କୋଲକତାରେ ଏହି ସିଲିଣ୍ଡର ଦାମ ପୂର୍ବରୁ ୧୮୩୯.୫୦ ଥିବା ବେଳେ ଏବେ ତାହା ୧୯୪୩ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ପୂର୍ବରୁ ୧୮୯୮ ଟଙ୍କା ଥିବା ବେଳେ ଏବେ ତାହା ୧୯୯୯.୫୦ ଟଙ୍କାରେ ପହଞ୍ଚିଛି।

ଗତ ମାସରେ ଘରୋଇ ଏଲପିଜି ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦୁଇ ମାସରେ ୩ଶହ ଟଙ୍କାରୁ ଅଧିକ ବଢ଼ି ଯାଇଛି। ଗତ ଅକ୍ଟୋବରରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୦୯ ଟଙ୍କା ବଢ଼ିଥିବା ବେଳେ ଆଜିଠୁ ପୁଣି ୧୦୧.୫୦ ଟଙ୍କା ବଢ଼ିଛି।

Advertisment

ଗତ ଅଗଷ୍ଟ ୩୦ରେ ଘରୋଇ ସିଲିଣ୍ଡର ଦାମ ପିଛା ୨ଶହ ଟଙ୍କା କମିଥିଲା ।

Gas Price