Advertisment

ନୂଆ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ଜୁନ୍ ୩୦ରେ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ୱ ନେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ।

ଅଦ୍ୟତନ ହୋଇଛି
Lt General Upendra Dwivedi

Lt General Upendra Dwivedi

Advertisment

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ। ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ସରକାର ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।

Advertisment

ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ ସେନାର ଉପାଧ୍ୟକ୍ଷ ଅଛନ୍ତି। ଏବେ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେବ। ସେହିଦିନ ଅର୍ଥାତ ଜୁନ୍ ୩୦ରେ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ୱ ନେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। 

୧୯୮୪ରେ ଜାମ୍ମୁ ଓ କାଶ୍ମୀର ରାଇଫଲ୍ସ ଜରିଆରେ ସେ ସେନାରେ ପ୍ରବେଶ କରିଥିଲେ। ଦୀର୍ଘ ୪୦ ବର୍ଷ ଲମ୍ବା କ୍ୟାରିୟର ଭିତରେ ସେ ସେନାବାହୀନିର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦୀବରେ କାର୍ଯ୍ୟ କରିଛନ୍ତି। ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଉଧମପୁରରେ ଅବସ୍ଥିତ ଉତ୍ତର କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଥିଲେ।

Advertisment

ତାଙ୍କର ୪୦ ବର୍ଷର ଚାକିରି କାଳରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। କମାଣ୍ଡ ଅଫ୍ ରେଜିମେଣ୍ଟ (୧୮ ଜମ୍ମୁ-କଶ୍ମୀର ରାଇଫଲ୍ସ), ବ୍ରିଗେଡ୍ (୨୬ ସେକ୍ଟର ଆସାମ ରାଇଫଲ୍ସ), ଆସାମ ରାଇଫଲ୍ସ (ପୂର୍ବ) ଡିଆଇଜି ମଧ୍ୟ ଥିଲେ।

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସେନାରେ ସାହସିକ ଏବଂ ଉତ୍କୃଷ୍ଟ କାର୍ଯ୍ୟ ଲାଗି ପରମ ବିଶିଷ୍ଟ ସେବା ମେଡାଲ ଓ ଅତି ବିଶିଷ୍ଟ ସେବା ମେଡାଲ ପାଇଛନ୍ତି।

Indian Army Lt General Upendra Dwivedi New Army Chief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe