Advertisment

ଆପ୍‌କୁ ପୁଣି ଏକ ଝଟ୍‌କା ଦେଲେ ଦିଲ୍ଲୀ ଉପରାଜ୍ୟପାଳ

ଆମ ଆଦମୀ ପାର୍ଟି-ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ତୁଟୁନି।

undefined

Arvind kejriwal

Advertisment

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି-ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ତୁଟୁନି। ଆଜି ପୁଣି ଆପକୁ ଝଟକା ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ। ଆମ୍‌ ଆଦ୍‌ମୀ ପାର୍ଟି’ ଦ୍ୱାରା ମନୋନୀତ ହୋଇଥିବା ଦୁଇଜଣ ପ୍ରତିନିଧିଙ୍କୁ ଆଜି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନା ପ୍ରାଇଭେଟ୍‌ ପାୱାର୍‌ ଡିଷ୍ଟ୍ରିବ୍ୟୁସନ୍‌ କମ୍ପାନି ଡିସ୍‌କମ୍‌ସ୍‌  ବୋର୍ଡରୁ ବାହାର କରିଦେଇଛନ୍ତି। ଏହା ସମ୍ପୂର୍ଣ୍ଣ ବେଆଇନ୍‌ ଥିଲା ବୋଲି ଉପରାଜ୍ୟପାଳ ଦର୍ଶାଇଛନ୍ତି। ବୋର୍ଡରୁ ବିଦା ହୋଇଥିବା ବ୍ୟକ୍ତି ଦୁଇଜଣ ହେଉଛନ୍ତି, ଆପ୍‌ ମୁଖପାତ୍ର ଜାସ୍ମିନ୍‌ ଶାହ, ଏବଂ ଆପ୍‌ ସାଂସଦ ଏନ୍‌.ଡି. ଗୁପ୍ତାଙ୍କ ପୁଅ ନବୀନ ଏନ୍‌.ଡି. ଗୁପ୍ତା। ସେମାନଙ୍କ ସ୍ଥାନରେ ଦୁଇଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହି ଡିସ୍‌କମସ୍‌ରେ ଏବେ ଅର୍ଥ ସଚିବ ଓ ଶକ୍ତି ସଚିବ ତଥା ଦିଲ୍ଲୀ ‘ଟ୍ରାନ୍‌ସ୍କୋ’ର ପରିଚାଳନା ନିର୍ଦେଶକ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିବେ। ବମ୍ବେ ସବ୍‌ଅର୍ବାନ୍‌ ଇଲେକ୍ଟ୍ରିକ୍‌ ସପ୍ଲାଏ’, ଯମୁନା ପାୱାର୍‌ ଲିମିଟେଡ୍‌, ବୋଙ୍ଗାଇଗାଓଁ ରିଫାଇନେରି ଏବଂ ଅନୀଲ୍‌ ଅମ୍ବାନୀଙ୍କ ମାଲିକାନାରେ ଥିବା ପେଟ୍ରୋକେମିକାଲ୍‌ସ୍‌ ଲିମିଟେଡ୍‌ ପ୍ରମୁଖ ସଂସ୍ଥା ଏହି ଡିସ୍‌କମସ୍‌ରେ ଅଛନ୍ତି।

Advertisment

ଆପ୍‌ ମନୋନୀତ ପ୍ରତିନିଧିମାନେ ଅନୀଲ୍‌ ଅମ୍ବାନୀଙ୍କ ମାଲିକାନାରେ ଥିବା ଡିସ୍‌କମ୍‌ସ୍‌ ବୋର୍ଡର ଘରୋଇ ପ୍ରତିନିଧିଙ୍କ ସହିତ ମିଶି ସେମାନଙ୍କୁ ୮୦୦୦ କୋଟି ଟଙ୍କା ଲାଭ ଦେଇଥିବା କଥା ମୁଖ୍ୟ ଶାସନ ସଚିବ ରିପୋର୍ଟ କରିଥିଲେ। ଉକ୍ତ ରିପୋର୍ଟ ଆଧାରରେ ଉପରାଜ୍ୟପାଳ ଭି. କେ. ସକ୍‌ସେନା ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe