Advertisment

କେଜ୍ରିୱାଲଙ୍କ ବିରୋଧରେ ହେବ NIA ତଦନ୍ତ! ସୁପାରିସ କଲେ ଉପ ରାଜ୍ୟପାଳ

କେଜ୍ରିୱାଲ ଓ ଆପ ସରକାର ବିରୋଧରେ ଏନଆଇଏ ତଦନ୍ତ କରିବାକୁ ଆଜି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସୁପାରିସ କରିଛନ୍ତି।

Kejriwal

Kejriwal

Advertisment

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ତଦନ୍ତ କରିପାରେ।

Advertisment

କେଜ୍ରିୱାଲ ଓ ଆପ ସରକାର ବିରୋଧରେ ଏନଆଇଏ ତଦନ୍ତ କରିବାକୁ ଆଜି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସୁପାରିସ କରିଛନ୍ତି। ବ୍ୟାନ ହୋଇଥିବା ଆମେରିକା ଭିତ୍ତିକ ଖଲିସ୍ତାନୀ ଗ୍ରୁପ ଶିଖ ଫର ଜଷ୍ଟିସ ଠାରୁ କେଜ୍ରିୱାଲ ଓ ଆପ ସରକାର ପାଣ୍ଠି ପାଇଥିବା ଅଭିଯୋଗ ଆସିବା ପରେ ଉପ ରାଜ୍ୟପାଳ ଏପରି ସୁପାରିସ କରିଛନ୍ତି।

ଉପ ରାଜ୍ୟପାଳଙ୍କ ସଚିବ ଦେଇଥିବା ସୂଚନାରେ କୁହାଯାଇଛି ଯେ ଭିକେ ସକ୍ସେନାଙ୍କ ପାଖକୁ ଗୋଟିଏ ଅଭିଯୋଗ ଆସିଥିଲା। ଏଥିରେ କୁହାଯାଇଥିଲା ଯେ ଖଲିସ୍ତାନୀ ସପକ୍ଷବାଦୀ ଗ୍ରୁପ ଠାରୁ ଆପ ୧୬ ମିଲିୟନ ଡଲାର ପାଇଛି। ୧୯୯୩ ମସିହା ଦିଲ୍ଲୀ ବିସ୍ଫୋରଣର ଦୋଷୀ ତଥା ଆତଙ୍କବାଦୀ ଦେବେନ୍ଦ୍ର ପାଲ ଭୂଲ୍ଲାରକୁ ଛାଡ଼ିବା ପାଇଁ ଏପରି ପାଣ୍ଠି ମିଳିଛି।

Advertisment

ଯେହେତୁ ମୁଖ୍ୟମନ୍ତ୍ରୀ ବିରୋଧରେ ବ୍ୟାନ ହୋଇଥିବା ସଂଗଠନ ଠାରୁ ଟଙ୍କା ନେବାର ଅଭିଯୋଗ ଆସିଛି, ତେଣୁ ଏହାର ତଦନ୍ତ ଆବଶ୍ୟକ। ସେହିପରି ବିଦେଶ ଲିଙ୍କ ଥିବାରୁ ଏହାର ତଦନ୍ତ ଏନଆଇଏ କରିବା ଉଚିତ।

୨୦୧୪ ଜାନୁଆରୀ ମାସରେ ଇକବାଲ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ କେଜ୍ରିୱାଲ ଲେଖିଥିବା ଚିଠିକୁ ମଧ୍ୟ ଉପ ରାଜ୍ୟପାଳ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଖକୁ ପଠାଇଛନ୍ତି। ଏହି ଚିଠିରେ ଆପ ସରକାର ଭୂଲ୍ଲାର ରିଲିଜ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିବା ବିଷୟରେ ଉଲ୍ଲେଖ କରାଯାଇଛି। ଏଥିସହ ତଦନ୍ତ ପାଇଁ ଏସଆଇଟି ଗଠନ କଥା ଏଥିରେ କୁହାଯାଇଥିଲା।

ଭୂଲ୍ଲାରର ରିଲିଜ ପାଇଁ ଯନ୍ତରମନ୍ତରେ ଇକବାଲ ସିଂହ ଧାରଣାରେ ବସିଥିଲେ। ସେ ରିଲିଜ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ଚାହୁଁଥିଲେ। କେଜ୍ରିୱାଲଙ୍କ ଚିଠି ପରେ ସେ ଅନଶନ ପ୍ରତ୍ୟାହାର କରିଥିଲେ।

ଶିଖ ଫର ଜଷ୍ଟିସ ମୁଖ୍ୟ ତଥା ୱାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱାନ୍ତ ସିଂହ ପନ୍ନୁ ନିକଟରେ ଗୋଟିଏ ଭିଡିଓ ଜାରି କରିଥିଲା। ଏହି ଭିଡିଓରେ ସେ ଦାବି କରିଥିଲା ଯେ ଆପ ୨୦୧୪ରୁ ୨୦୨୨ ମଧ୍ୟରେ ଖଲିସ୍ତାନୀ ଗ୍ରୁପ ଠାରୁ ୧୬ ମିଲିୟନ ଡଲାର ପାଣ୍ଠି ପାଇଛି। ଆହୁରି ମଧ୍ୟ ଅଭିଯୋଗ ରହିଛି ଯେ କେଜ୍ରିୱାଲ ଖଲିସ୍ତାନୀ ନେତାମାନଙ୍କ ସହ ନ୍ୟୁୟର୍କରେ ଥିବା ଗୁରୁଦ୍ୱାରା ରିଚମଣ୍ଡ ହିଲ୍ସରେ ରୁଦ୍ଧଦ୍ୱାର ବୈଠକ କରିଥିଲେ।

୨୦୧୪ରେ ଆମେରିକା ଗସ୍ତ ବେଳେ ଏପରି ଭେଟଘାଟ ହୋଇଥିଲା। ଏହି ବୈଠକରେ କେଜ୍ରିୱାଲ ସେମାନଙ୍କୁ ଭୂଲ୍ଲାରର ରିଲିଜ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ବଦଳରେ କେଜ୍ରିୱାଲ ଆର୍ଥିକ ସହାୟତା ମାଗିଥିଲେ ବୋଲି ଉପ ରାଜ୍ୟପାଳ ଅଫିସ ପକ୍ଷରୁ ଦାବି କରାଯାଇଛି।

ସେହିପରି ଖଲିସ୍ତାନୀ ନେତାମାନଙ୍କ ସହ କେଜ୍ରିୱାଲଙ୍କ ଆଲୋଚନା ବେଳର କିଛି ଫଟୋକୁ ପୂର୍ବତନ ଆପ ନେତା ଡ. ମୁନୀଶ କୁମାର ରାଏଜାଦା ଏକ୍ସରେ ପୋଷ୍ଟ କରିଛନ୍ତି।

କେଜ୍ରିୱାଲଙ୍କ ବିରୋଧରେ ଏତେ ବଡ଼ ଅଭିଯୋଗ ଆସିଥିବା ବେଳେ ଏହାକୁ ଆପ୍‌ ଖଣ୍ଡନ କରିଛି। ଏହା ଆଉ ଏକ ଷଡ଼ଯନ୍ତ୍ର ଓ ବିଜେପି ଦିଲ୍ଲୀରେ ହାରିବାକୁ ଯାଉଥିବାରୁ ଏହା ଏକ ନୂଆ ଭେଳିକି ବୋଲି ଆପର ବରିଷ୍ଠ ନେତା ସୌରଭ ଭରଦ୍ୱାଜ କହିଛନ୍ତି।

ସେ କହିଛନ୍ତି, “ଉପ ରାଜ୍ୟପାଳ ସାର ବିଜେପିର ଜଣେ ଏଜେଣ୍ଟ। ବିଜେପି ପ୍ରରୋଚନାରେ ଏହା ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆଉ ଏକ ଷଡ଼ଯନ୍ତ୍ର। ଦିଲ୍ଲୀରେ ବିଜେପି ସମସ୍ତ ୭ ଆସନରେ ହାରିବାକୁ ଯାଉଥିବାରୁ ଏବେ ଆତଙ୍କିତ ହୋଇପଡ଼ିଛି।”

ଆସନ୍ତା ୨୫ ତାରିଖରେ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ଭୋଟିଂ ହେବ।

Delhi Arvind Kejriwal NIA Investigation AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe