Advertisment

ବଞ୍ଚିଛନ୍ତି ଏଲଟିଟିଇ ମୁଖ୍ୟ ପ୍ରଭାକରନ: ତାମିଲ ନେତାଙ୍କ ଚାଞ୍ଚଲ୍ୟକର ବୟାନ

୧୪ ବର୍ଷ ପୂର୍ବେ ସରକାର ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Tapas Behera
Prabhakaran

Prabhakaran

୧୪ ବର୍ଷ ପୂର୍ବେ ସରକାର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଘୋଷଣାର ୧୪ ବର୍ଷ ପରେ ସେ ବଞ୍ଚିଥିବା ନେଇ ଚର୍ଚ୍ଚା। ଲିବରେଶନ ଟାଇଗର୍ସ ଅଫ ତାମିଲ ଏଲାମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନ ବଞ୍ଚିଥିବା କହି ତାମିଲନାଡ଼ୁର ଜଣେ ରାଜନେତା ଚହଳ ସୃଷ୍ଟି କରିଛନ୍ତି। ତାମିଲନାଡ଼ୁର ଭେଟେରାନ ରାଜନେତା ପାଝା ନେଦୁମାରନ ଏମିତି ଏକ ଚାଞ୍ଚଳ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଭାକରନ ଏବେ ବି ଜୀବିତ ଅଛନ୍ତି। ଆଉ ସୁସ୍ଥ ଅଛନ୍ତି। ସେ ଖୁବଶୀଘ୍ର ସାମ୍ନାକୁ  ଆସିବେ ବୋଲି ପାଝା ନେଦୁମାରନ ଦାବି କରିଛନ୍ତି। ସେ କହିଛନ୍ତି, ଯେତେବେଳେ ସମୟ ଠିକ ହେବ, ସେତେବେଳେ ପ୍ରଭାକରନ ବିଶ୍ୱର ସାମ୍ନାକୁ ଆସିବେ ।

Advertisment

ମୁଁ ଆଶା କରୁଛି ଏହି ଖବର ଏଲଟିଟିଇ ମୁଖିଆଙ୍କ ବିଷୟରେ ବିସ୍ତାର ହୋଇଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇବ ବୋଲି ନେଡୁମାରନ କହିଛନ୍ତି। ସେ ଖୁବ ଶୀଘ୍ର ତାମିଲ ଜାତିର ମୁକ୍ତି ପାଇଁ ଯୋଜନା ଘୋଷଣା କରିବାକୁ ଯାଉଛନ୍ତି। ଦୁନିଆର ସମସ୍ତ ତାମିଲ ଲୋକ ଏକଜୁଟ ହୋଇ ତାଙ୍କୁ ସମର୍ଥନ କରିବା ଉଚିତ।

ପ୍ରଭାକରନ ଏଲଟିଟିଇ ଗଠନ କରି ଶ୍ରୀଲଙ୍କାରେ ରହି ତାମିଲନାଡ଼ୁ ସରକାରଙ୍କ ବିରୋଧରେ ଗରିଲା ଯୁଦ୍ଧ ଆରମ୍ଭ କରିଥିଲେ। ୨୦୦୯ରେ ତାମିଲନାଡ଼ୁ ସରକାର ପ୍ରଭାକରନଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀଲଙ୍କା ସେନାର ଅପରେଶନରେ ପ୍ରଭାକରନ ନିହତ ହୋଇଥିବା କୁହାଯାଇଥିଲା। ସେତେବଳେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍କସଙ୍କ ସରକାର ଥିଲା। ବିଶ୍ୱ ତାମିଲ ଫେଡେରେଶନ ସଭାପତି ପାଜା ନେଡୁମାରନ କହିଛନ୍ତି ଯେ, ଏଲଟିଟିଇ ମୁଖ୍ୟ ପ୍ରଭାକରନ ବଞ୍ଚିଛନ୍ତି। ସେ ଖୁବଶଘ୍ର ସର୍ବସାଧାରଣରେ ଉଭା ହେବେ। ତାମିଲ ଐକ୍ୟକୁ ନେଇ ଆମେ ଖୁସିଥିବା ସେ କହିଛନ୍ତି।

Advertisment

୨୦୦୯ରେ ପ୍ରଭାକରନଙ୍କ ମୃତ୍ୟୁ ପରେ ସେତେବେଳେ ସରକାର ପ୍ରଭାକାନଙ୍କ ବିଭିନ୍ନ ଫଟୋ ସେୟାର କରିଥଇଲା। ମୃତ୍ୟୁ ବେଳକୁ ପ୍ରଭାକରନଙ୍କୁ ୫୪ ବର୍ଷ ହୋଇଥିଲା। ହେଲେ ଏବେ ପ୍ରଭାକରନ କେଉଁଠି ଅଛନ୍ତି ସେ ବିଷୟରେ କିଛି ଖୁଲାସା କରିନାନ୍ତି ପାଝା ନେଦୁମାରନ । ପ୍ରଭାକରନ ହେଉଛନ୍ତି ୧୯୯୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ସେହିପରି ପ୍ରଭାକରନଙ୍କ ନାମରେ ଅନେକ ହତ୍ୟାକାଣ୍ଡ ମାମଲା ରହିଛି।

India