/odisha-reporter/media/post_attachments/uploadimage/library/16_9/16_9_0/Air_Asia_1676113084.jpg)
Air Asia
ବୈଷୟିକ ତ୍ରୁଟି ଦେଖା ଦେବାରୁ ଆଜି ଏୟାର ଏସିଆର ଏକ ବିମାନଟିକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଉଡାଣର ୧୦ ମିନିଟ୍ ପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଛି। ବାଙ୍ଗାଲୋରରୁ ଲକ୍ଷ୍ନୌକୁ ଏକ ଏୟାର ଏସିଆ ବିମାନ ଉଡ଼ାଣର ୧୦ ମିନିଟ୍ ପରେ ଶନିବାର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଏନେଇ ଏୟାର ଏସିଆର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଆଇ୫-୨୪୭୨ ବିମାନଟି ଆଜି ସକାଳ ପ୍ରାୟ ୬ଟା ୪୫ମିନିଟ୍ରେ ଉଡ଼ାଣ ଭରିଥିଲା ।
ସକାଳ ୯ଟା ସୁଦ୍ଧା ଲକ୍ଷ୍ନୌରେ ଅବତରଣ କରିବାର ଥିଲା। ହେଲେ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଏହାକୁ ଅବତରଣ କରିବାକୁ ପଡିଲା। ଏଆଇଏକ୍ସ କନେକ୍ଟର ମୁଖପାତ୍ର କହିଛନ୍ତି ଯେ, ଏଆଇଏକ୍ସ କନେକ୍ଟର ବେଙ୍ଗାଲୁରୁରୁ ଲକ୍ଷ୍ନୌକୁ ଉଡ଼ାଣ ଭରିବାକୁ ଥିବା ଆଇ ୫-୨୪୭୨ ବିମାନଟିରେ ବୈଷୟିକ ସମସ୍ୟା ଦେଖାଦେବା ପରେ ବିମାନର ପାଇଲଟ ବିମାନଟିକୁ ବେଙ୍ଗାଲୁରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ।
ବିମାନଟି ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିବା ପରେ ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା। ତେବେ ବିମାନଟିକୁ ପୁଣି ବାଙ୍ଗାଲୋରକୁ ଫେରାଇ ଅଣାଯାଇଥିଲା। ଏହାପରେ ବିମାନର ଯାତ୍ରୀମାନଙ୍କୁ ଅନ୍ୟ ବିମାନରେ ଗନ୍ତବ୍ୟସ୍ଥଳକୁ ପଠାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
