attack
ରୋଗୀ ଚିକିତ୍ସାକୁ ନେଇ ମେଡିକାଲରେ ଘଟିଲା ତୁମୁଳକାଣ୍ଡ। ଜଣେ ମହିଳା ଡାକ୍ତରଙ୍କ ଚୁଟି ଧରି ଟାଣିଲେ ରୋଗୀଙ୍କ ସମ୍ପର୍କୀୟ । ଏତିକିରେ ମନ ଶାନ୍ତି ନ ହେବାରୁ ତାଙ୍କୁ ନିର୍ଧୂମ ଛେଚିଲେ। ଏପରି ଏକ ଅମାନବୀୟ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌର ଲୋକବନ୍ଧୁ ମେଡିକାଲରେ ଘଟିଛି। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ପେଟ ଯନ୍ତ୍ରଣା ହେତୁ ରାଜାଜୀପୁରମ୍ ଅଞ୍ଚଳର ୬୫ ବର୍ଷୀୟ ରାଜେଶ ଟଣ୍ଡନଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଥିବା ଜୁନିୟର ଡାକ୍ତର ଜ୍ୟୋତି କୃଷ୍ଣାମୂର୍ତ୍ତି ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଏହି ସମୟରେ ରାଜେଶ ଟଣ୍ଡନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଫଳରେ ତାଙ୍କ ସହ ଥିବା ସମ୍ପର୍କୀୟମାନଙ୍କର ଡାକ୍ତର ଜ୍ୟୋତିଙ୍କ ସହ ଉଚ୍ଚବାଚ ହୋଇଥିଲା। ଏହାପରେ ସେମାନେ ତାଙ୍କ ସହ ଅଭଦ୍ରାମୀ କରିଥିଲେ।
ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ରୋଗୀଙ୍କ ସମ୍ପର୍କୀୟ ମହିଳା ଡାକ୍ତରଙ୍କ ଚୁଟି ଟାଣିବା ସହ ତାଙ୍କୁ ମାରପିଟ କରିଥିଲେ। ଏନେଇ ଡାକ୍ତରଜଣକ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏହାପରେ ମହିଳା ଡାକ୍ତରଜଣକ କୃଷ୍ଣାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ହସ୍ପିଟାଲ କ୍ୟାମ୍ପସରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
