Advertisment

ଫ୍ଲିପକାର୍ଟରୁ ଆଇଫୋନ୍‌ ମଗାଇଥିଲେ; ଟଙ୍କା ମାଗିବାରୁ ଡେଲିଭରି ବୟର ତଣ୍ଟି ଚିପି ଦେଲେ

ଗତ ୨୩ ତାରିଖରେ ଡେଲିଭରି ବୟ ଗଜାନନଙ୍କୁ ଫୋନ୍ ନିଜ ଘରେ ଦେଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
phone

phone

ଫ୍ଲିପକାର୍ଟରେ ଆଇଫୋନ୍ ମଗାଇଥିଲେ।ଡେଲିଭରି ବୟ ଫୋନ୍‌ ଦେଇ ଟଙ୍କା ମାଗିବାରୁ ଚିପି ଦେଲେ ତଣ୍ଟି। ଏପରି ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ମୃତ ଡେଲିଭରି ବୟ ଜଣଙ୍କ ହେଲେ ଭରତ ସାହୁ(୩୫)।

Advertisment

ପୁଲିସ ସୂଚନା ଅନୁସାରେ, ଲକ୍ଷ୍ମୌରେ ରହୁଥିବା ଗଜାନନ ଫ୍ଲିପକାର୍ଟରେ ଆଇଫୋନ୍ ମଗାଇଥିଲେ।  ଗତ୨୩ ତାରିଖରେ ଡେଲିଭରି ବୟ ଗଜାନନଙ୍କୁ ଫୋନ୍ ନିଜ ଘରେ ଦେଇଥିଲେ। ଆଇଫୋନ ମୂଲ୍ୟ ଦେଢ଼ ଲକ୍ଷ  ଥିବାବେଳେ ଗଜାନନଙ୍କୁ ଟଙ୍କା ମାଗିଥିଲେ ଭରତ। ଗଜାନନ ଟଙ୍କା  ଦେବାକୁ ଅରାଜି ହୋଇଥିଲେ। ଏହାକୁ ନେଇ ଗଜାନନ ଓ ଭରତଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଗଜାନନ ଉତ୍ତ୍ୟକ୍ତ ହୋଇ ଭରତର ତଣ୍ଟିଚିପି ଦେଇଥିବା ଅଭିଯୋଗ ହୋଇଛି। ପରେ ଭରତଙ୍କ ମୃତଦେହକୁ ଅଖାରେ ଭିତରେ ପୂରାଇ ଗଣ୍ଡକୁ ଫିଙ୍ଗି ଦେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ହତ୍ୟାକାଣ୍ଡରେ ଗଜାନନଙ୍କୁ ତାଙ୍କର ଜଣେ ସହଯୋଗୀ ସହଯୋଗ କରିଥିଲେ।

ଭରତ ୨ ଦିନ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକେ ଭରତକୁ ଚାରିଆଡେ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ପରେ ୨୫ ଡିସେମ୍ବରରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ପୁଲିସ ଭରତଙ୍କ କଲ୍‌ ଡିଟେଲ୍ସ  ଯାଞ୍ଚ କରିବା ସହ ସେ ଶେଷ ଥର ପାଇଁ କେଉଁଠିକି ଯାଇଥିଲେ ତାର ଖୋଳତାଡ଼ କରିଥିଲା। ପରେ ପୁଲିସ ଗଜାନନର ସହଯୋଗୀକୁ ଅଟକ ରଖି ପଚରାଉଚରା କରିଥିଲା। ଅଭିଯୁକ୍ତ ସହଯୋଗୀ ପୁଲିସ ସମ୍ମୁଖରେ ସବୁ ସତ ମାନିଥିଲା। ପୁଲିସ ମୁଖ୍ୟ ଅଭିଯୁକ୍ତ ଗଜାନନଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଭରତଙ୍କ ମୃତଦେହ ମିଳିନାହିଁ।

Advertisment
Murder Uttar Pradesh