Advertisment

ଦଶ ମହଲାରୁ ଖସି ପଡ଼ିଲେ ମହିଳା; ଜ୍ୱାଇଁ ଠେଲିଥିବା ଅଭିଯୋଗ କଲେ ଶ୍ୱଶୁର

ମହିଳାଜଣକ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଝିଅ ବୋଲି ଜଣାଯାଇଛି। ବିବାହ ପରେ ସେ  ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ଲକ୍ଷ୍ନୌର ଏକ ଫ୍ଲାଟରେ ରହୁଥିଲେ।

Deadbody

Deadbody

Advertisment

୧୦ ମହଲାରୁ ଖସି ପଡ଼ିଳେ ମହିଳା, ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି।

Advertisment

ମହିଳାଜଣକ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଝିଅ ବୋଲି ଜଣାଯାଇଛି। ବିବାହ ପରେ ସେ  ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ଲକ୍ଷ୍ନୌର ଏକ ଫ୍ଲାଟରେ ରହୁଥିଲେ। ତେବେ ଗତକାଲି ସନ୍ଧ୍ୟା ସମୟରେ ମହିଳାଜଣକ ନିଜ ଫ୍ଲାଟରୁ ତଳକୁ ଖସି ପଡ଼ିଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  

Advertisment

ଏହା ଏକ ଦୁର୍ଘଟଣା ନୁହେଁ,  ଜ୍ୱାଇଁ ହିଁ ଝିଅକୁ ଠେଲି ମାରିଦେଇଥିବା ଅବସରପ୍ରାପ୍ତ ବିଚାରପତି ଅଭିଯୋଗ କରିଛନ୍ତି।  ବିବାହ ପରେ ଜ୍ୱାଇଁ ସବୁବେଳେ ଅଧିକ ଯୌତୁକ ପାଇଁ ଝିଅକୁ ନିର୍ଯାତନା ଦେଉଥିଲେ। ତେଣୁ ଜ୍ୱାଇଁ ହିଁ ଝିଅକୁ ଠେଲି ହତ୍ୟା କରିଥିବା ସେ ପୁଲିସ୍ ସମ୍ମୁଖରେ କହିଛନ୍ତି ।

ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। 

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe