Advertisment

ସେଲିବ୍ରେଶନ ମୁଡରେ ଥିଲେ ଯୁବକ, ବିଚ୍‌ ରାସ୍ତାରେ ଅଟକାଇଲେ ୨୦ ଗାଡ଼ି

ସେଲିବ୍ରେଶନ ମୁଡରେ ଥିଲେ ଯୁବକ । ବିଚ୍‌ ରାସ୍ତାରେ ହଠାତ୍‌ ଅଟକିଲା ୨୦ରୁ ଅଧିକ ଗାଡ଼ି। ତା’ ଭିତରୁ ବାହାରିଲେ ବହୁ ସଂଖ୍ୟାରେ ଯୁବକ । ଆଉ ରାସ୍ତା ଉପରେ ପାଳିଲେ ସାଙ୍ଗର ବାର୍ଥ ଡେ।

author-image
Niharika Rout
Car On Road

Car On Road

ସେଲିବ୍ରେଶନ ମୁଡରେ ଥିଲେ ଯୁବକ । ବିଚ୍‌ ରାସ୍ତାରେ ହଠାତ୍‌ ଅଟକିଲା ୨୦ରୁ ଅଧିକ ଗାଡ଼ି। ତା’ ଭିତରୁ ବାହାରିଲେ ବହୁ ସଂଖ୍ୟାରେ ଯୁବକ । ଆଉ ରାସ୍ତା ଉପରେ ପାଳିଲେ ସାଙ୍ଗର ବାର୍ଥ ଡେ। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ସୁଶାନ୍ତ ଗୋଲ୍ଫ କ୍ଷେତ୍ରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଏପରି କରି ଟ୍ରାଫିକ ନିୟମ ଉଲ୍ଳଘଂନ କରିଥିବା ଯୁବକଙ୍କୁ ଚିହ୍ନଟ କରିବାରେ ଲାଗୁ ପଡ଼ଛି ପୁଲିସ୍‌।

Advertisment

ଲକ୍ଷ୍ନୌର ବ୍ୟସ୍ତବହୁଳ ରାସ୍ତା ସୁଶାନ୍ତ ଗଲ୍ଫ ଅଞ୍ଚଳରେ ହଠାତ୍‌ ରାସ୍ତା ଉପରେ ୨୦ଟି ଗାଡ଼ି ଅଟକିଥିଲ। ଏହା ମଧ୍ୟରୁ ବହୁ ଯୁବକ ବାହାରିଥିଲେ। ଏହାପରେ ରାସ୍ତା ଉପରେ ହିଁ ପାଳିଥିଲେ ଜଣେ ସାଥୀ ଯୁବକଙ୍କ ଜନ୍ମଦିନ । ଆଉ ଦୀର୍ଘ ସମୟ ପାଇଁ ଜମିଥିଲା ପାର୍ଟି। ଏପରିକି ଯୁବକମାନେ ଗାଡ଼ି ଉପରେ ଚଢ଼ି ଧୁମ୍‌ ମସ୍ତି କରିଥିଲେ।

ଏଥିପାଇଁ ବହୁ ସମୟ ରାସ୍ତା ଜାମ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଲାଇନ୍‌ ଲମ୍ବିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଛି ପୁଲିସ୍‌।

Advertisment

ଆଡିଶନାଲ ଡେପୁଟି କମିଶନର ପୁଲିସ୍‌ ଶଶାଙ୍କ ସିଂ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା। ଜନ୍ମଦିନ ପାଳନ ପାଇଁ ଅଟକି ଥିବା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ ବାହାର କରାଯାଉଛି। ସେହି ଆଧାରରେ ଗାଡ଼ି ମାଲିକଙ୍କୁ ଚିହ୍ନଟ କରାଯାଉଛି। ଏହାପରେ ତୁରନ୍ତ ଗାଡ଼ି ମାଲିକଙ୍କ ଘରେ ପୁଲିସ୍‌ ରେଡ ଆରମ୍ଭ କରି ଦେଇଥିବା ଜଣାଯାଇଛି। ତେବେ ଏଯାଏ କେତେ ଜଣ ଗିରଫ ହେଲେଣି ତାହା ସ୍ପଷ୍ଟ ହୋଇ ପାରି ନାହିଁ।

Uttar Pradesh Traffic Rule