ଭାରତରେ ୧୦ ହଜାର କୋଟି ନିବେଶ କରିବ ଲୁଲୁ ଗ୍ରୁପ୍‌, ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି

ଭାରତରେ ୧୦ ହଜାର କୋଟି ନିବେଶ କରିବ ସାଉଦି ଆରବର ଲୁଲୁ ଗ୍ରୁପ । ଫଳରେ ଦେଶରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି। ଏନେଇ ଘୋଷଣା କରିଛନ୍ତି ଲୁଲୁ ଗ୍ରୁପର ଚେୟାରମ୍ୟାନ୍‌ ତଥା ଭାରତୀୟ ବଂଶୋଦ୍ଭବ ୟୁସୁଫ ଅଲ୍ଲୀ ।

LULU MaLL

ଲୁଲୁ ମଲ୍‌ ।

Niharika Rout
  • Published: Tuesday, 27 June 2023
  • Updated: 27 June 2023, 10:08 AM IST

Sports

Latest News

ଭାରତରେ ୧୦ ହଜାର କୋଟି ନିବେଶ କରିବ ସାଉଦି ଆରବର ଲୁଲୁ ଗ୍ରୁପ୍‌ । ଫଳରେ ଦେଶରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି। ଏନେଇ ଘୋଷଣା କରିଛନ୍ତି ଲୁଲୁ ଗ୍ରୁପ୍‌ର ଚେୟାରମ୍ୟାନ୍‌ ତଥା ଭାରତୀୟ ବଂଶୋଦ୍ଭବ ୟୁସୁଫ ଅଲ୍ଲୀ ।

ଲୁଲୁ ଗ୍ରୁପ୍‌ ପୂର୍ବରୁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବିରାଟ ମଲ୍‌ ଛିଡ଼ା କରି ଚର୍ଚ୍ଚାକୁ ଆସିଥିଲା। ଏବେ ପୁଣି ଥରେ ଏହି ଗ୍ରୁପ୍‌ ଚର୍ଚ୍ଚାକୁ ଆସିଛି। ନିଜ କମ୍ପାନୀର ଭବିଷ୍ୟ ଯୋଜନା ସମ୍ପର୍କରେ ପ୍ରକାଶ କରି କମ୍ପାନୀର ଚେୟାରମ୍ୟାନ୍‌ କହିଛନ୍ତି, ଲୁଲୁ ଗ୍ରୁପ୍‌ ଭାରତରେ ୨୦ ହଜାର କୋଟି ନିବେଶ କରି ସାରିଛି। ଏଥିଯୋଗୁ ଦେଶରେ ୨୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ୟୁସୁଫ ଅଲ୍ଲୀଙ୍କ ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ତାଙ୍କ କମ୍ପାନୀ ଡେଷ୍ଟିନେଶନ ମଲ୍‌ ଖୋଲିବାକୁ ଯୋଜନା କରୁଛି। ତେଲେଙ୍ଗାନାର ଶିଳ୍ପ ମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଉକ୍ତ ରାଜ୍ୟରେ ୩.୫୦୦ କୋଟି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାମଧ୍ୟରେ ରାଜ୍ୟରେ ୩ ହଜାର କୋଟି ବିନିଯୋଗରେ ଏକ ଡେଷ୍ଟିନେଶନ ମଲ୍‌ ପ୍ରୋଜେକ୍ଟ ବି ସାମିଲ ଅଛି।

Also Read

ଡେଷ୍ଟିନେଶନ ମଲ୍‌ ଏପରି ମଲ୍‌ ଯେଉଁଠି ଆପଣ ଭଲ ଡିସକାଉଣ୍ଟରେ ବିଭିନ୍ନ ବ୍ରାଣ୍ଡର ଉତ୍ପାତ କିଣାବାର ସୁଯୋଗ ପାଇବେ। କେବଳ ସେତିକି ନୁହେଁ, ସେଠାରେ ଆପଣ ଛୁଟି ମଧ୍ୟ କାଟି ପାରିବେ। ଏଥିନିମନ୍ତେ ସେଠାରେ ପର୍ଯ୍ୟାପ୍ତ ସ୍ପେଶ୍‌ର ବ୍ୟବସ୍ଥା ହୋଇଛି।

ଲୁଲୁ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି, କମ୍ପାନୀ ପୂର୍ବରୁ ଦେଶରେ ସପିଂ ମଲ୍‌, ହୋଟେଲ ଓ ଫୁଡ୍‌ ପ୍ରୋସେସିଂଙ୍ଗ ୟୁନିଟ୍‌ ବସାଇବାରେ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବିନିଯୋଗ କରି ସାରିଛି। ଏବେ କମ୍ପାନୀ ଏହାକୁ ବିସ୍ତାର କରିବାକୁ ଚାହୁଁଛି। କମ୍ପାନୀ ଅହମଦାବାଦ ଓ ଚେନ୍ନାଇରେ ୨ଟି ପ୍ରୋଜେକ୍ଟ କାମ ଆରମ୍ଭ କରିବାକୁ ସଜବାଜ ହେଉଛି।

ଆଗାମୀ ୨ ବର୍ଷରେ ଲୁଲୁ ଗ୍ରୁପ୍‌ ଦେଶରେ ୧୦ ହଜାର କୋଟି ନିବେଶ କରିବ । ସେଥିରେ ନୋଏଡା, ତେଲେଙ୍ଗାନା ଫୁଡ୍‌ ପ୍ରୋସେସିଂଙ୍ଗ ୟୁନିଟ୍‌ ସ୍ଥାପନ କରାଯିବ । ଏହାବାଦ ତେଲେଙ୍ଗାନାରେ କମ୍ପାନୀ ଏକ ଅତ୍ୟାଧୁନିକ ମିଟ୍‌ ପ୍ରୋସେସିଂଙ୍ଗ ପ୍ଲାଣ୍ଟ ବସାଇବ । ହାଇଦ୍ରାବାଦରେ ଏୟାରପୋର୍ଟ ନିକଟରେ ଏକ ଏଗ୍ରିକଲଚର ସୋର୍ସିଂଙ୍ଗ ଓ ଲଜିଷ୍ଟିକ୍‌ ହବ୍‌ ବିକଶିତ କରିବ । ଏହାବାଦ କମ୍ପାନୀ ଅହମଦାବା, ଶ୍ରୀନଗର, ଗ୍ରେଟର ନୋଏଡଡା ଓ ବାରଣାସୀରେ ଫୁଡ୍‌ ପ୍ରୋସେସିଂଙ୍ଗ ୟୁନିଟ୍‌ ଓ ରିଟେଲ ସ୍ଥାପନ କରିବ । କମ୍ପାନୀର ଏହି ନିବେଶ ଯୋଗୁ ଦେଶରେ ୫୦ ହଜାର ଚାକିରି ସୃଷ୍ଟି ହେବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story