Advertisment

ଲାଇକ୍ ଓ ସବସ୍କ୍ରାଇବ୍ କଲେ ମିଳିବ ଟଙ୍କା! ଲୋଭ ଦେଖାଇ ମହିଳାଙ୍କଠୁ ନେଇଗଲେ ୨ ଲକ୍ଷ

ମହିଳାଙ୍କୁ ବିଭିନ୍ନ ପ୍ରକାରର ଇନଷ୍ଟାଗ୍ରାମ ରିଲ୍ସ, ୟୁଟ୍ୟୁବ ଭିଡିଓ ଓ ଚ୍ୟାନେଲକୁ ଲାଇକ ଏବଂ ସବସ୍କ୍ରାଇବ କଲେ ଟଙ୍କା ମିଳିବାର ଲୋଭ ଦେଖାଇ ସାଇବର ଠକମାନେ ତାଙ୍କୁ ଜାଲରେ ଫସାଇଥିଲେ।

Cyber

Cyber

Advertisment

ସାଇବର ଠକଙ୍କ ଜାଲରେ ଫସିଛନ୍ତି ପୁଣି ଜଣେ ମହିଳା। ଲାଇକ ଓ ସବସ୍କ୍ରାଇବ କଲେ ଟଙ୍କା ମିଳିବ ବୋଲି କହି ଉକ୍ତ ମହିଳାଙ୍କ ଠାରୁ ସାଇବର ଠକ ଲୁଟି ନେଇଛନ୍ତି ୨ ଲକ୍ଷ ଟଙ୍କା। ଠକାମୀରେ ପଡ଼ିଥିବା ଜାଣିବା ପରେ ଗୁଜରାଟର ଘୁମାରେ ରହୁଥିବା ୩୮ ବର୍ଷୀୟ ମହିଳା ଜଣଙ୍କ ବୋପାଲ ପୁଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ମହିଳାଙ୍କୁ ବିଭିନ୍ନ ପ୍ରକାରର ଇନଷ୍ଟାଗ୍ରାମ ରିଲ୍ସ, ୟୁଟ୍ୟୁବ ଭିଡିଓ ଓ ଚ୍ୟାନେଲକୁ ଲାଇକ ଏବଂ ସବସ୍କ୍ରାଇବ କଲେ ଟଙ୍କା ମିଳିବାର ଲୋଭ ଦେଖାଇ ସାଇବର ଠକମାନେ ତାଙ୍କୁ ଜାଲରେ ଫସାଇଥିଲେ। ଏହାପରେ କୌଶଳକ୍ରମେ ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି।

୩୮ ବର୍ଷୀୟ ମହିଳା ଜଣଙ୍କ ହେଲେ ରଚନା ଭାବସର। ସେ ଘୁମାରେ ଥିବା ବିଭୂଷଣ ବଙ୍ଗଳା ନିକଟ ନନ୍ଦବିହାର ଆବାସିକ ଅଞ୍ଚଳରେ ରୁହନ୍ତି। ସେ ଗୋଟିଏ ଟେଲିକମ କମ୍ପାନୀରେ କାମ କରନ୍ତି। ଡିସେମ୍ବର ୮ ତାରିଖରେ ଜାରା ନାମ୍ନୀ ଜଣେ ମହିଳା ରଚନାଙ୍କ ହ୍ୱାଟସଆପ୍‌କୁ ଗୋଟିଏ ମେସେଜ କରିଥିଲେ। ତାଙ୍କୁ ଏହି ମେସେଜ ଜରିଆରେ ପାର୍ଟ ଟାଇମ କାମ କରିବାକୁ ଚାହୁଁଛନ୍ତି କି ପ୍ରଶ୍ନ କରିଥିଲେ। ରଚନା ଟଙ୍କା ରୋଜଗାର କରିବା ଲୋଭରେ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ।

Advertisment

ଏହାପରେ ସେ ରଚନାଙ୍କୁ ଅଧିକ ତଥ୍ୟ ମାଗିଥିଲେ ଓ ଏହାକୁ ଚାକିରି ଦେଉଥିବା ଲୋକଙ୍କ ପାଖକୁ ପଠାଇବେ ବୋଲି କହିଥିଲେ। କିଛି ଦିନ ପରେ ଆଉ ଗୋଟିଏ ନମ୍ବରରୁ ରଚନାଙ୍କୁ ମେସେଜ ଆସିଥିଲା। ଏହି ମେସେଜରେ କୁହାଯାଇଥିଲା ଯେ ଆପଣ ବିଭିନ୍ନ ପ୍ରକାରର ଭିଡିଓ ଓ ଚ୍ୟାନେଲକୁ ସବସ୍କ୍ରାଇବ କରି ଟଙ୍କା ରୋଜଗାର କରିପାରିବେ।

ଏକଥା ଶୁଣି ରଚନା ଖୁସି ହୋଇଯାଇଥିଲେ ଓ ଗୋଟିଏ ଟେଲିଗ୍ରାମ ଗ୍ରୁପରେ ଯୋଗ ଦେଇଥିଲେ। ଏହି ଗ୍ରୁପରେ ତାଙ୍କ ପାଖକୁ ବିଭିନ୍ନ ପ୍ରକାରର ଭିଡିଓ ଓ ଚ୍ୟାନେଲଗୁଡ଼ିକର ଲିଙ୍କ ଆସିବା ଆରମ୍ଭ ହୋଇଥିଲା।

ସେ ଏହାକୁ ଲାଇକ ଓ ସବସ୍କ୍ରାଇବ କରୁଥିଲେ ଏବଂ ନିର୍ଦ୍ଦେଶ ଅନୁସାରେ ସ୍କ୍ରିନଶଟ୍‌ ଗ୍ରୁପରେ ପଠାଉଇଥିଲେ। ୩ରୁ ୪ଟି ଲାଇକ ଓ ସବସ୍କ୍ରାଇବ ପାଇଁ ପ୍ରାଥମିକ ଅବସ୍ଥାରେ ତାଙ୍କୁ ୧୫୦ ଟଙ୍କା ମିଳିଥିଲା।

ଡିସେମ୍ବର ୧୨ ତାଙ୍କୁ ଆଉ ଗୋଟିଏ ମେସେଜ ଆସିଥିଲେ। ଏଥିରେ ଅଧିକ ପରିମାଣର ଲାଇକ ଓ ସବସ୍କ୍ରାଇବ ଟ୍ୟାକ୍ସ ପାଇବା ପାଇଁ ୧୦ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ରଚନା ତୁରନ୍ତ ଅନଲାଇନ ଜରିଆରେ ଟଙ୍କା ଜମା କରିଥିଲେ। ହେଲେ ତାଙ୍କୁ କୌଣସି ପ୍ରକାରର ରିଟର୍ଣ୍ଣ ମିଳି ନଥିଲା।

ଏହା ସତ୍ତ୍ୱେ ତାଙ୍କ ଲୋଭ କମି ନଥିଲା। ସେ ସାଇବର ଠକମାନଙ୍କ କଥାରେ ବାରମ୍ବାର ଟଙ୍କା ପଠାଇ ଚାଲିଥିଲେ। ଏପରି ଭାବେ ସେ ୨ ଲକ୍ଷ ଟଙ୍କା ଜମା କରିଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ଟଙ୍କା ଫେରସ୍ତରେ ମିଳି ନଥିଲା। ଶେଷରେ ସେ ଠକାମୀରେ ପଡ଼ିଥିବା ଜାଣିପାରି ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ତାଙ୍କ ଅଭିଯୋଗକୁ ଆଧାର କରି ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Cyber Fraud Cyber Loot Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe