/odisha-reporter/media/media_files/2025/12/16/goa-2025-12-16-15-45-11.jpg)
ଲୁଥ୍ରା ଭ୍ରାତା
ଗୋଆ(Goa) ନାଇଟ କ୍ଲବ ବ୍ରିଚ ବାଇ ରୋମିଓ ଲେନର ମାଲିକ ଭ୍ରାତା ଗୌରବ ଓ ସୌରଭ ଲୁଥ୍ରା ଶେଷରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥାଇଲ୍ୟାଣ୍ଡରୁ ଆସି ଭାରତରେ ପହଞ୍ଚିଛନ୍ତି। ମଙ୍ଗଳବାର ଉଭୟ ଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଗୋଆ ପୁଲିସ୍ ବିଧିବଦ୍ଧ ଭାବେ ଗିରଫ କରିଛି।
ଲୁଥ୍ରା ଭ୍ରାତାଙ୍କ ନାଇଟ କ୍ଲବରେ ନିଆଁ ଲାଗି ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଡିସେମ୍ବର ୬ରେ ଏହି ଘଟଣା ଘଟିଥିବା ବେଳେ ସେବେଠାରୁ ଗିରଫଦାରୀ ଭୟରେ ଥାଇଲ୍ୟାଣ୍ଡ ଚାଲି ଯାଇଥିଲେ ଲୁଥ୍ରା ଭ୍ରାତା।
ତେବେ ସେଠାରେ ଥାଇ ପୁଲିସ୍ ପ୍ରଥମେ ଉଭୟଙ୍କୁ ଅଟକ ରଖିଥିଲା। ଏବେ ଭାରତୀୟ ଅଧିକାରୀମାନେ ଦୁଇ ଭାଇଙ୍କୁ ଭାରତ ଆଣିଛନ୍ତି। ସେମାନେ ଆଜି ମଧ୍ୟାହ୍ନରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିଥିଲେ। ଦୁଇ ଭାଇଙ୍କୁ ଥାଇଲ୍ୟାଣ୍ଡରୁ ଆଣିବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀମାନେ ଯାଇଥିଲେ।
ଲୁଥ୍ରା ବ୍ରଦର୍ସ ଭାରତ ଆସୁଥିବାରୁ ଏୟାରପୋର୍ଟର ଇମିଗ୍ରେସନ ଅଞ୍ଚଳରେ ପୂର୍ବରୁ ହିଁ ଉପସ୍ଥିତ ରହିଥିଲା ଗୋଆ ପୁଲିସ୍। ଏହାପରେ ଗୋଆ ପୁଲିସ୍ ଉଭୟଙ୍କୁ ଗିରଫ କରିଛି। ଗିରଫଦାରୀମାନେ ଦୁଇ ଭାଇଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯିବ। ଏହାପରେ ଗୋଆ ପୁଲିସ୍ ଉଭୟଙ୍କୁ ନିଜ ସହ ନେବା ପାଇଁ ଟ୍ରାଞ୍ଜିଟ ରିମାଣ୍ଡର ଆବେଦନ କରିବେ। ଡିସେମ୍ବର ୧୭ରେ ଦୁଇ ଭାଇଙ୍କୁ ପୁଣିଥରେ ମାପୁସା ମାଜିଷ୍ଟ୍ରେଟ କୋର୍ଟରେ ପୁଲିସ୍ ହାଜର କରିପାରେ।
ଡିସେମ୍ବର ୬ରେ ଗୋଆର ଏହି ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣ ପ୍ରାଣ ହରାଇଥିଲେ। ଏହାର ୫ ଘଣ୍ଟା ପରେ ଲୁଥ୍ରା ବ୍ରଦର୍ସ ଗିରଫଦାରୀ ଭୟରେ ଭାରତ ଛାଡ଼ି ଦେଇ ଥିଲେ। କିନ୍ତୁ ସେମାନଙ୍କୁ ଥାଇଲ୍ୟାଣ୍ଡର ଫୁକେଟରେ ଗିରଫ କରାଯାଇଥିଲା। ଅଗ୍ନିକାଣ୍ଡ ପରେ ଦୁଇ ଭ୍ରାତା ଇଣ୍ଡିଗୋ ବିମାନରେ ଦେଶ ଛାଡ଼ିଥିଲେ। ଏଥିପାଇଁ ଉଭୟଙ୍କ ନାଁରେ ଲୁକ ଆଉଟ ନୋଟିସ ଓ ଇଣ୍ଟରପୋଲ ଜରିଆରେ ବ୍ଲୁ ନୋଟିସ ମଧ୍ୟ ଜାରି କରାଯାଇଥିଲା।
ଥାଇଲ୍ୟାଣ୍ଡରେ ପହଞ୍ଚିବା ପରେ ଗିରଫଦାରୀ ଭୟରେ ଦୁଇ ଭାଇ ଭାରତ ଫେରିବାକୁ ମଧ୍ୟ ମନା କରି ଦେଇଥିଲେ। ଏଥିସହ ଦିଲ୍ଲୀର ରୋହିଣୀ କୋର୍ଟରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଆବେଦନ ମଧ୍ୟ ଦାଖଲ କରିଥିଲେ। ଗିରଫଦାରୀରୁ ବର୍ତ୍ତିବା ପାଇଁ ନୁହେଁ ବ୍ୟବସାୟିକ ମିଟିଂ ପାଇଁ ଦୁଇ ଭାଇ ଥାଇଲ୍ୟାଣ୍ଡ ଯାଇଥିବା କହିଥିଲେ। ଏସବୁ ସତ୍ତ୍ୱେ ଉଭୟଙ୍କୁ ଗିରଫ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
