Advertisment

ରାଜାଙ୍କ ଭଳି ସଉକ: ଦୁର୍ଗ ଭଳି ୧୪ ମହଲା କୋଠାକୁ ୪ ପତ୍ନୀ, ୬ ସନ୍ତାନ

ରାଜାଙ୍କ ପରି କରୁଥିଲେ ଗୋଟିଏ ପରେ ଗୋଟିଏ ବିବାହ, ବେଆଇନ ଭାବେ ଗଢ଼ି ଚାଲିଥିଲେ ସୁଉଚ୍ଚ ଭବନ। ଅଭିଯୋଗ ପରେ ନିର୍ମାଣ ବନ୍ଦ କଲା ପ୍ରଶାସନ।

author-image
Debibandita Barick
ଅଦ୍ୟତନ ହୋଇଛି
14 floor castle

14 floor castle

ରାଜା-ରାଜୁଡା ମନୋଭାବ ଜଣେ ବ୍ୟକ୍ତିଙ୍କୁ ସମସ୍ୟାରେ ପକାଇଛି। ଜନବସତି ଅଞ୍ଚଳରେ ପ୍ରାସାଦ ଭଳି କୋଠାକୁ ସିଲ୍ କରିଛି ପ୍ରଶାସନ। ଏହି ବ୍ୟକ୍ତିଙ୍କର କେବଳ ରାଜାଙ୍କ ଭଳି ପ୍ରାସାଦ ନିର୍ମାଣ କରିବା ସଉକ୍ ନାହିଁ, ବରଂ ରାଜାଙ୍କ ଭଳି ଏକାଧିକ ପତ୍ନୀ ମଧ୍ୟ ରଖିଛନ୍ତି। ବେଆଇନ କୋଠା ନିର୍ମାଣକୁ ନେଇ ବିବାଦ ଉପୁଜିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

ଉତ୍ତର ପ୍ରଦେଶର ମିର୍ଜାପୁରର ସିଆରାମ ପଟେଲଙ୍କର ୪ ଜଣ ପତ୍ନୀ ଏବଂ ୬ ସନ୍ତାନ ଅଛନ୍ତି। କିଛି ବର୍ଷ ପୂର୍ବେ ସେ ନିଜ ସହରଠୁ କିଛି ଦୂର ସୋନଭଦ୍ର ଜିଲ୍ଲାରେ ରହୁଥିଲେ, ବେଳେ ବେଳେ ମିର୍ଜାପୁର ବୁଲିବାକୁ ଆସନ୍ତି। କିନ୍ତୁ ମିର୍ଜାପୁରରେ ସୁଉଚ୍ଚ ଦୀର୍ଘ କୋଠା ନିର୍ମାଣ କରିଚାଲିଥିଲେ। ତୃତୀୟ ବିବାହ କରିବା ପରେ ସିଆରାମଙ୍କ ଝିଅ ନିଜେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କୋଠା ନିର୍ମାଣକୁ ସିଲ୍ କରାଇବା ପାଇଁ ନିବେଦନ କରିଥିଲେ। ତାଙ୍କ ପିତା ସେମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ଯୋଗାଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ଏସବୁ ଅଭିଯୋଗ ପରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛି ପ୍ରଶାସନ।

ଅନ୍ୟପଟେ ଗ୍ରାମବାସୀ ମଧ୍ୟ ଏହାକୁ ନେଇ ଆଶଙ୍କା ସୃଷ୍ଟି କରିଥିଲେ। ସୁଉଚ୍ଚ ଦୀର୍ଘ କୋଠା ଆଖପାଖରେ ରହୁଥିବା ଅଧିବାସୀଙ୍କ ପାଇଁ ବିପଦ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁସାରେ, "ସିଆରାମଙ୍କର କୋଠା ନିର୍ମାଣ କରି ଚର୍ଚ୍ଚାରେ ରହିବାର ସଉକ୍। ଏଥିପାଇଁ ସେ ଗୋଟିଏ ପରେ ଗୋଟିଏ ମହଲା ନିର୍ମାଣ କରିଚାଲିଛନ୍ତି। କିନ୍ତୁ ଏହା ଗ୍ରାମବାସୀଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି। ବନ୍ୟା, ବାତ୍ୟା, ଝଡ଼ ସମୟରେ ଏହା କ୍ଷତି ପହଞ୍ଚାଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇବାରୁ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି।" 

Advertisment

ସିଆରାମ ସୁଉଚ୍ଚ ଦୀର୍ଘ ୧୪ ମହଲା କୋଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ। ତାଙ୍କ କୋଠାକୁ ନେଇ ଅନେକ ଚର୍ଚ୍ଚା ହୁଏ। ପାଖଆଖ ଜିଲ୍ଲାବାସୀ ମଧ୍ୟ ଏହି କୋଠା ପରିଦର୍ଶନରେ ଆସନ୍ତି। ସେ ଏହି କୋଠା ଉପରେ ଗୋଟିଏ ପରେ ଗୋଟିଏ ମହଲା ନିର୍ମାଣ କରି ଚାଲିଥିଲେ। କିନ୍ତୁ ତାଙ୍କ ନିଜ ଝିଅ ଅଭିଯୋଗ କରିବାରୁ ପ୍ରଶାସନ ଏହି ନିର୍ମାଣଧୀନ କୋଠାକୁ ସିଲ୍ କରିଛି।

Luxury Life Mirzapur Man Luxury Life 14 Stairs Building