Advertisment

ଚେନାବ ବ୍ରିଜର ବିନ୍ଧାଣୀ ପ୍ରଫେସର ମାଧବୀ ଲତା

ଏହି ଐତିହାସିକ ବ୍ରିଜର ଅନ୍ୟତମ ବିନ୍ଧାଣୀ ହେଉଛନ୍ତି ପ୍ରଫେସର ଜି ମାଧବୀ ଲତା। ତାଙ୍କର ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ଯୋଗୁ ଆଜି ଚେନାବ ବ୍ରିଜ ପ୍ରକଳ୍ପ ସଫଳ ହୋଇପାରିଛି।

Chenab

Chenab

Advertisment

ଜମ୍ମୁ-କଶ୍ମୀରର ଚେନାବ ବ୍ରିଜ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜର ମାନ୍ୟତା ପାଇଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉଦଘାଟନ କରିଥିଲେ। ୨୭୨ କିମି ଉଧମପୁର-ଶ୍ରୀନଗର-ବାରମୁଲ୍ଲା ରେଲବାଇ ଲିଙ୍କର ଅଂଶବିଶେଷ ହେଉଛି ଏହି ପ୍ରକଳ୍ପ। ଏହାକୁ ୨୦୦୩ରେ ଅନୁମୋଦନ ମିଳିଥିଲା। ଚେନାବ ବ୍ରିଜ ଯୋଗୁ ଜମ୍ମୁ-କଶ୍ମୀର ବିଧିବଦ୍ଧ ଭାବେ ଭାରତୀୟ ରେଳ ଲାଇନ ସହ ଯୋଡ଼ି ହୋଇ ଯାଇଛି। ଏବେ କଶ୍ମୀରରୁ କନ୍ୟାକୁମାରୀ ଯାଏ ରେଳ ପଥରେ ଯାତାୟାତ ସୁବିଧାଜନକ ସ୍ଥିତିରେ ପହଞ୍ଚି ଯାଇଛି।

Advertisment

ତେବେ ଏହି ଐତିହାସିକ ବ୍ରିଜର ଅନ୍ୟତମ ବିନ୍ଧାଣୀ ହେଉଛନ୍ତି ପ୍ରଫେସର ଜି ମାଧବୀ ଲତା। ତାଙ୍କର ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ଯୋଗୁ ଆଜି ଚେନାବ ବ୍ରିଜ ପ୍ରକଳ୍ପ ସଫଳ ହୋଇପାରିଛି। ଜି ମାଧବୀ ଲତା ହେଉଛନ୍ତି ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ପ୍ରଫେସର। ସେ ଦୀର୍ଘ ୧୭ ବର୍ଷ ହେଲାଣି ଚେନାବ ବ୍ରିଜ ପ୍ରକଳ୍ପରେ ଜିଓଟେକ୍ନିକାଲ ପରାମର୍ଶଦାତା ଭାବେ କାମ କରୁଥିଲେ। 

ବ୍ରିଜର କଣ୍ଟ୍ରାକ୍ଟ ନେଇଥିବା ଆଫକନ୍ସ ସହ ଜି ମାଧବୀ ଲତା ବେଶ ଜଡ଼ିତ ହୋଇ କାମ କରୁଥିଲେ। ଯୋଜନା, ଡିଜାଇନ ଓ ନିର୍ମାଣ ଶୈଳୀ ଉପରେ ସେ କାମ କରୁଥିଲେ। ପାହାଡ଼ିଆ ଅଞ୍ଚଳରେ ରହିଥିବା ଚ୍ୟାଲେଞ୍ଜର କେମିତି ମୁକାବିଲା କରାଯାଇ ପାରିବ, ତା’ର ବ୍ୟବସ୍ଥା ମାଧବୀ ନିଜେ କରିଥିଲେ।

Advertisment

ଜି ମାଧବୀ ଲତା କିଏ?

ଆଇଆଇଏସ୍‌ରେ ସେ ଏବେ ଜଣେ ଏଚଏଜି ପ୍ରଫେସର। ୧୯୯୨ରେ ଜବାହର ଲାଲ ନେହରୁ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟରୁ ସେ ସିଭିଲ ଇଞ୍ଜିନିୟରିଂରେ ବି-ଟେକ କରିଥିଲେ। ଆନ୍ଧ୍ର ପ୍ରଦେଶର ୱାରଙ୍ଗଲ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ତାଙ୍କୁ ମେ ଟେକରେ ସ୍ୱର୍ଣ୍ଣ ପଦକ ମିଳିଥିଲା। ସେ ଜିଓଟେକ୍ନିକାଲ ଇଞ୍ଜିନିୟରିଂରେ ସ୍ୱତନ୍ତ୍ର ଦକ୍ଷତା ରଖିଛନ୍ତି।

ଜିଓଟେକ୍ନିକାଲ ଇଞ୍ଜିନିୟରିଂରେ ଜି ମାଧବୀ ଲତା ୨୦୦୦ ମସିହାରେ ଆଇଆଇଟି ମାଡ୍ରାସରୁ ଡକ୍ଟରେଟ ହାସଲ କରିଥିଲେ। ବିଗତ ବର୍ଷ ଗୁଡ଼ିକରେ ସେ ଏକାଧିକ ସମ୍ମାନର ଅଧିକାରୀ ହୋଇଛନ୍ତି। ୨୦୨୧ରେ ତାଙ୍କ ଶ୍ରେଷ୍ଠ ମହିଳା ଜିଓଟେକ୍ନିକେଲ ଗବେଷକ ସମ୍ମାନ ଭାରତୀୟ ଜିଓଟେକ୍ନିକାଲ ସୋସାଇଟୀ ପକ୍ଷରୁ ମିଳିଥିଲା। ୨୦୨୨ରେ ଏସଟିମ ଅଫ ଇଣ୍ଡିଆର ଶ୍ରେଷ୍ଠ ୭୫ ମହିଳାଙ୍କ ମଧ୍ୟରେ ତାଙ୍କ ନାଁ ରହିଥିଲା।

ଚେନାବ ବ୍ରିଜ ପ୍ରକଳ୍ପରେ ମାଧବୀ ଲତାଙ୍କ ଭୂମିକା

ଚେନାବ ବ୍ରିଜର ଚ୍ୟାଲେଞ୍ଜି ସ୍ଥଳାକୃତି, ପାଣିପାଗ ଓ ଉପାନ୍ତ ଉପସ୍ଥିତିରୁ ସ୍ପଷ୍ଟ ହୋଇଥିଲା ଯେ ଏଠାରେ ନିର୍ମାଣ କାମ ବେଶ କଷ୍ଟକର। ଡକ୍ଟର ମାଧବୀ ଲତାଙ୍କ ଟିମ ଏସବୁ ସମସ୍ୟାକୁ ଦୂର କରିବା ପାଇଁ ‘ଡିଜାଇନ ଆଜ ୟୁ ଗୋ’ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏହାର ଅର୍ଥ ଭଗ୍ନ ଅବସ୍ଥାରେ ଥିବା ପଥର, ଗୁପ୍ତ ଭାବେ ରହିଥିବା କ୍ୟାଭିଟିଜ ଓ ପଥରର ଅଲଗା ଅଲଗା ଗୁଣ ଆଦିର ରିୟଲ ଟାଇମ ଭୂବୈଜ୍ଞାନିକ ସ୍ଥିତିକୁ ଠାବ କରିବା।

ପୂର୍ବରୁ ହୋଇଥିବା ସର୍ଭେରେ ଏହାକୁ ଗୁରୁତ୍ୱ ଦିଆଯାଇ ନଥିଲା। ପଥରର ସ୍ଥିତିକୁ ଦେଖି ମାଧବୀ ଆଣ୍ଡ କୋ ସ୍ଥିତିର ଆକଳନ କରିଥିଲେ ଓ ସେହି ଅନୁସାରେ ପ୍ରକଳ୍ପର ଡିଜାଇନକୁ ମଧ୍ୟ ବଦଳାଇ ଚାଲିଥିଲେ। ଡକ୍ଟର ମାଧବୀ ଲତା ବ୍ରିଜ ନିର୍ମାଣ ଯୋଜନା ଓ ଡିଜାଇନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବ୍ରିଜର ସ୍ଥିରତା ଉପରେ ସେ ବେଶୀ ଗୁରୁତ୍ୱ ଦେଇଛନ୍ତି।

ଚେନାବ ବ୍ରିଜ ପ୍ୟାରିସର ଇଫେଲ ଟାୱାରଠାରୁ ମଧ୍ୟ ଉଚ୍ଚ ଅଟେ। ଇଫେଲ ଟାୱାରର ଉଚ୍ଚତା ୩୩୦ ମିଟର ହୋଇଥିବା ବେଳେ ଏହି ୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି।

Jammu Kashmir Chenab Bridge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe