Advertisment

ଜିଲ୍ଲାପାଳଙ୍କ କାର୍ ଧକ୍କାରେ ମାଆ-ପୁଅଙ୍କ ସମେତ ୩ ମୃତ

ଜିଲ୍ଲାପାଳଙ୍କ ସରକାରୀ ଗାଡି ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
DM Car Accident

DM Car Accident

Advertisment

ବିହାରର ମଧେପୁରା ଜିଲ୍ଲାରେ ଦୁଃଖଦ ଘଟଣା। ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଚାଲିଯାଇଛି ତିନି ଜଣଙ୍କ ଜୀବନ। ଜିଲ୍ଲାପାଳଙ୍କ ସରକାରୀ ଗାଡି ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଜିଲ୍ଲାପାଳ ବିଜୟ ପ୍ରକାଶ ମୀନା ବିହାରର ଦରଭଙ୍ଗାରୁ ଫେରୁଥିଲେ। ଏହି ସମୟରେ ମଧେପୁରା ଜିଲ୍ଲାର 57 ନଂ ଜାତୀୟ ରାଜପଥ ପୁରୱାରୀ ଟୋଲ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜିଲ୍ଲାପାଳଙ୍କ କାର୍। କାରଟି ଭାରସାମ୍ୟ ହରାଇ ପ୍ରଥମେ ଜଣେ ଶ୍ରମିକଙ୍କୁ ଧକ୍କା ଦେବା ପରେ ଅନ୍ୟମାନଙ୍କ ଉପରେ ମାଡି ଯାଇଥିଲା।

ଲୋକମାନେ ରକ୍ତ ଜୁଡୁବୁଡୁ ଅବସ୍ତାରେ ଏଣେ ତେଣେ ଛିଟିକି ହୋଇ ପଡିଥିଲେ। କିନ୍ତୁ ଜିଲ୍ଲାପାଳ ସେମାନଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ କାର୍ ଛାଡି ସେଠାରୁ ଚାଲି ଯାଇଥିଲେ। ଗାଡିରେ ଥିବା ଅନ୍ୟମାନେ ମଧ୍ୟ ଆହତମାନଙ୍କୁ କୌଣସି ସାହାଯ୍ୟ କରିନଥିଲେ।

Advertisment

ଏହି ଘଟଣାରେ ମାଆ ଓ ପୁଅ ସମେତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ମୃତ ଶ୍ରମିକ ଜଣକ ରାସ୍ତା ରଙ୍ଗ ଦେବା କାର୍ଯ୍ୟରେ ନିୟୋଜିତ ଥିଲେ।

Accident News Accident DM Car Accident Bihar Car Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe