Advertisment

ମାଧବୀ ଲତାଙ୍କୁ Y+ ସୁରକ୍ଷା; ହାଇଦ୍ରାବାଦରେ ଓୱେସିଙ୍କୁ ଦେବେ ଟକ୍କର

ହାଇଦ୍ରାବାଦ ଲୋକସଭା ଆସନରେ AIMIM ଦଳ ତରଫରୁ ଆସଦୁଦ୍ଦିନ ଓୱେସି ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ବିରୋଧରେ ବିଜେପି ମାଧବୀ ଲତାଙ୍କୁ ପ୍ରାର୍ଥୀ କରିଛି। ତେବେ ନିର୍ବାଚନ ପୂର୍ବରୁ ଅଘଟଣ ଆଶଙ୍କାରେ ମାଧବୀ ଲତାଙ୍କୁ Y+ ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର।

Hyderabad BJP-candidate Madhvi Lata

Hyderabad BJP-candidate Madhvi Lata

Advertisment

ହାଇଦ୍ରାବାଦ ଲୋକସଭା ଆସନରେ ହେବ ହାଇ ଭୋଲଟେଜ ଲଢ଼େଇ। ଏହି ଆସନରୁ AIMIM ଦଳ ତରଫରୁ ଆସଦୁଦ୍ଦିନ ଓୱେସି ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ବିରୋଧରେ ବିଜେପି ମାଧବୀ ଲତାଙ୍କୁ ପ୍ରାର୍ଥୀ କରିଛି। ତେବେ ନିର୍ବାଚନ ପୂର୍ବରୁ ଅଘଟଣ ଆଶଙ୍କାରେ ମାଧବୀ ଲତାଙ୍କୁ Y+ ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର।

Advertisment

ଗୁଇନ୍ଦା ସୂଚନା ଆଧାରରେ ମାଧବୀ ଲତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। Y+ ସୁରକ୍ଷା ବ୍ୟବସ୍ଥାରେ ୧୧ ସଶସ୍ତ୍ର କମାଣ୍ଡୋ ସବୁବେଳେ ମାଧବୀ ଲତାଙ୍କ ସୁରକ୍ଷାରେ ନିୟୋଜିତ ହେବେ। ସେମାନଙ୍କ ମଧ୍ୟରୁ ୫ ଜଣ ସବୁବେଳେ ମାଧବୀ ଲତାଙ୍କୁ ଘେରି ରହିବେ। ଅବଶିଷ୍ଟ ୬ ଜଣ ସିଫ୍ଟ ଅନୁଯାୟୀ ୨୪ ଘଣ୍ଟା ଡ୍ୟୁଟି କରିବେ ବୋଲି ଜଣାଯାଇଛି।

ଓୱେସି ଙ୍କ ବିରୋଧରେ ମଇଦାନକୁ ଓହ୍ଲାଇବା ପରେ ମାଧବୀ ଲତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀ ମୋଦି ମାଧବୀଙ୍କ ପ୍ରଶଂସା କରି ସାରିଥିବା ବେଳେ ତାଙ୍କୁ କଟ୍ଟର ହିନ୍ଦୁତ୍ୱର ଚେହେରା ଭାବେ ବିବେଚନା କରାଯାଏ ।

Advertisment

ହାଇଦ୍ରାବାଦ ସିଟ୍‌କୁ ଓୱେସି ପରିବାରର ଗଡ଼ ବୋଲି କୁହାଯାଏ। ୧୯୮୪ ମସିହାରୁ ଏହା ଓୱେସିଙ୍କ ପରିବାର କବଜାରେ ରହି ଆସିଛି। ଆସଦୁଦ୍ଦିନ ଓୱେସିଙ୍କ ପିତା ସୁଲତାନ ସଲାହୁଦ୍ଦିନ ପ୍ରଥମ ଥର ୧୯୮୪ ମସିହାରେ ଏହି ସିଟ୍‌ରୁ ଲୋକସଭାକୁ ନିର୍ବାଚନ ହୋଇଥିଲେ। ଏହାପରେ ୨୦ ବର୍ଷ ଧରି ସେ ଏହି ସିଟ୍‌ରୁ ସାଂସଦ ରହି ଆସିଥିଲେ। ଏହାପରଠୁ ଆସଦୁଦ୍ଦିନ ଓୱେସିଏହି ସିଟ୍‌ରୁ ଜିତି ଆସୁଛନ୍ତି। ଚଳିତ ନିର୍ବାଚନରେ ତାଙ୍କର ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ସହ ଲଢ଼େଇ ହେବ ।

ଆସଦୁଦ୍ଦିନଙ୍କୁ କଡ଼ା ଟକ୍କର ଦେବାକୁ ବିଜେପି ଏଥର ଜଣେ କଟ୍ଟର ହିନ୍ଦୁଙ୍କୁ ପ୍ରାର୍ଥୀ କରିଛି। ମାଧବୀ ଲତା ପେଶାରେ ଜଣେ ଡାକ୍ତର ହୋଇଥିବା ବେଳେ ସେ ଭାରତନାଟ୍ୟମ ନର୍ତ୍ତକୀ ବୋଲି ବି ଜଣାଯାଇଛି।

Bjp Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe