Advertisment

ଗାଳି କରି ଗୁଳି ଖାଇଲେ ପ୍ରିନ୍ସିପାଲ

ଦ୍ୱାଦଶ ଶ୍ରେଣୀର ଦୁଇ ଜଣ ଛାତ୍ର ସ୍କୁଲକୁ ବିଳମ୍ବରେ ଆସୁଥିବାରୁ ସେମାନଙ୍କୁ ଗାଳି କରିଥିଲେ ପ୍ରିନ୍ସିପାଲ। ବାସ୍‌ ଏତିକିରେ ସେମାନେ ରାଗି ଯାଇ ଏହି ଗୁଳିକାଣ୍ଡ ଘଟାଇଛନ୍ତି।

Principal Shot Dead

Principal Shot Dead

Advertisment

ଛାତ୍ରଙ୍କୁ ଗାଳି କରିବା ପଡିଲା ମହଙ୍ଗା। ଗାଳି କରି ଗୁଳି ଖାଇଲେ ପ୍ରିନ୍ସିପାଲ। ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଥିସହ ତାଙ୍କ ସ୍କୁଟର ନେଇ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏଭଳି କିଛି ଭୟଙ୍କର ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରୁ।

Advertisment

ଏଠାରେ ଥିବା ଘମୋରାରେ ଶସକିୟ ହାୟର ସେକେଣ୍ଡରୀ ସ୍କୁଲରେ ଶୁକ୍ରବାର ଏହି ଘଟାଣା ଘଟିଛି। ଦ୍ୱାଦଶ ଶ୍ରେଣୀର ଜଣେ ନବାଳକ ଛାତ୍ର ପ୍ରିନ୍ଦିପାଲଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଅଭିଯୁକ୍ତ ସଦମ ଯାଦବ ନିଜ ସାଥୀ ଛାତ୍ର ମନୀଷ ଯାଦବଙ୍କ ସହ ମିଶି ସ୍କୁଲ ବାଥରୁମ ଭିତରେ ପଶି ପ୍ରିନ୍ସିପାଲ ଏସ୍‌କେ ସକସେନାଙ୍କ ଉପରକୁ ଗଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

ପୋଲିସ କହିବା ଅନୁଯାୟୀ, ୨ ଛାତ୍ର ବିଳମ୍ବରେ ସ୍କୁଲକୁ ଆସିବାରୁ ପ୍ରିନ୍ସିପାଲ ସେମାନଙ୍କୁ ଗାଳି ଦେଇଥିଲେ। ଏଥିରେ ରାଗି ଯାଇ ୨ ଛାତ୍ର ପ୍ରିନ୍ସପାଲଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ସାକ୍ସେନା ୫ ବର୍ଷ ହେଲା ଧାମୋରା ସରକାରୀ ହାୟର ସେକେଣ୍ଡାରୀ ସ୍କୁଲର ପ୍ରିନ୍ସିପାଲ ରହିଥିଲେ। ସେ ଅପରାହ୍ନରେ ସ୍କୁଲ୍‌ ଟଏଲେଟ୍‌କୁ ଯାଉଥିବାବେଳେ ଛାତ୍ର ଜଣକ ତାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଦେଶୀ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ସାକ୍ସେନାଙ୍କ ମୃତ୍ୟୁ ଘଟିଥିଲା।

Advertisment

ଏହି ଘଟଣାର ସିସିଟିଭି ଫୁଯେଜ ମଧ୍ୟ ସାମ୍ନାକୁ ଆସିଛି। ଛାତ୍ରମାନେ ପ୍ରିନ୍ସିପାଲଙ୍କୁ ଗୁଳିମାଡ଼ କରିବା ପରେ ଟଏଲେଟ ଭିତରୁ ବାହାରୁ ଥିବା ଭିଡିଓରେ ଦେଖିବାକୁ ମିଳିଛି। ସେପଟେ ପୁଲିସ ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ସଦମ ଯାଦବକୁ ଉତ୍ତରପ୍ରଦେଶର ମହୋବା ଜିଲ୍ଲାରୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ଛାତ୍ର ମନୀଷକୁ ଖୋଜାଖୋଜି ଚାଲିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Student Killed Principal Principal Shot Dead Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe