Advertisment

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ

ବସ୍‌ରେ ମୋଟ ୪୦ ଜଣ ଯବାନ ଥିଲେ। ସେଥିମଧ୍ୟରୁ ୫ ଜଣ ପୁଲିସ କର୍ମଚାରୀ ଓ ବାକି ହୋମଗାର୍ଡ କର୍ମଚାରୀ ଥିଲେ।

Accident

Accident

Advertisment

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌। ଫଳରେ ଏହି ଦୁର୍ଘଟଣାରେ ପୁଲିସ ସମତେ ହୋମ୍‌ ଗାର୍ଡର ୨୧ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶର ବୈତୁଲରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି।

Advertisment

ସୂଚନା ମୁତାବକ, ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିଲା। ନିର୍ବାଚନ ଡ୍ୟୁଟି ସାରି ଯବାନମାନେ ନିଜ ଜିଲ୍ଲା ରାଜଗଡକୁ ଫେରୁଥିଲେ। ଏହି ସମୟରେ ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ହୋଇଯିବା ଭୟରେ ବସ୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଏସ୍‌ଡିପିଓ ଶାଲିନୀ ପାରସ୍ତେଙ୍କ କହିବା ମୁତାବକ, ଭୋର ୪ଟାରେ ଏହି ଦୁର୍ଘଟଣା ଘଟିଥିଲା।

ଉକ୍ତ ବସ୍‌ରେ ମୋଟ ୪୦ ଜଣ ଯବାନ ଥିଲେ। ସେଥିମଧ୍ୟରୁ ୫ ଜଣ ପୁଲିସ କର୍ମଚାରୀ ଓ ବାକି ହୋମଗାର୍ଡ କର୍ମଚାରୀ ଥିଲେ। ଯବାନମାନେ ଛିନ୍ଦୱାଡାରେ ନିର୍ବାଚନ ଡ୍ୟୁଟି କରିବା ପରେ ରାଜଗଡ ଯାଉଥିଲେ, କିନ୍ତୁ ରାସ୍ତାରେ ବସ୍ ଓଲଟି ପଡିଥିଲା। ଏଥିରେ ୨୧ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବଅତୁଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କ ଶାହପୁର ହସ୍ପିଟାଲରେ ଚିକିତ୍ସା ଚାଲିଛି।

Advertisment
Accident Bus Overturn Election Duty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe