Advertisment

ମଶାଲ ଶୋଭାଯାତ୍ରା ବେଳେ ଅଘଟଣ; ନିଆଁ ଲାଗି ୫୦ ଗୁରୁତର

ଜଳୁଥିବା ମଶାଲରୁ ତେଳ ପଡ଼ିବା ହେତୁ ତାହା ହୁତୁହୁତୁ ହୋଇ ଜଳିଲା ଓ ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଏପରି ଏକ ଅଘଟଣରେ ପ୍ରାୟ ୫୦ରୁ ଲୋକ ଗୁରୁତର ହୋଇଛନ୍ତି।

Fire Accident

Fire Accident

Advertisment

୨୬/୧୧ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ହେଉଥିଲା ମଶାଲ ଶୋଭାଯାତ୍ରା। ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ମାତ୍ର ସାମାନ୍ୟ ଅସାବଧାନତା ହେତୁ ଘଟିଲା ଅଘଟଣ । ଜଳୁଥିବା ମଶାଲରୁ ତେଳ ପଡ଼ିବା ହେତୁ ତାହା ହୁତୁହୁତୁ ହୋଇ ଜଳିଲା ଓ ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଏପରି ଏକ ଅଘଟଣରେ ପ୍ରାୟ ୫୦ରୁ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି।

Advertisment

ଏପରି ଏକ ଅଘଟଣ ମଧ୍ୟପ୍ରଦେଶର ଖଣ୍ଡଗାରେ ଘଟିଛି। ଖଣ୍ଡୱାରର ଘଣ୍ଟାଧର ଛକରେ ଗୁରୁବାର ରାତିରେ ମଶାଲ ଶୋଭାଯାତ୍ରା ବେଳେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦର ଗୌଶାମହାଲ ବିଧାୟକ ଟି ରାଜା ଓ ବିଜେପିର ମହିଳା ନେତ୍ରୀ ନାଜିୟା ଇଲାହୀ ବି ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମ ଶେଷ ପୂର୍ବରୁ ରାତି ପ୍ରାୟ ୧୧ଟା ବେଳେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ହଜାରେ ମଶାଲ ଜାଳିବାର ବ୍ୟବସ୍ଥା ହୋଇଥିଲା। ଅଧ ଘଣ୍ଟା ପରେ ଘଣ୍ଟାଘର ଛକରେ ଏହି କାର୍ଯ୍ୟ ସମାପନ ବେଳେ ଲୋକେ ଧରିଥିବା ମଶାଲ ରଖିଥିଲେ। ଫଳରେ କିଛି ମଶାଲ ତଳେ ପଡ଼ି ସେଥିରୁ ତେଲ ବାହାରି ଅଚାନକ ନିଆଁ ଲାଗି ଯାଇଥିଲା।

Advertisment

ଖଣ୍ଡୱା ଏସ୍‌ପି ମନୋଜ ରାୟଙ୍କ କହିବାନୁଯାୟୀ, ଘଣ୍ଟାଘରରେ ଶ୍ରଦ୍ଧାଞ୍ଜଳି ସଭା ସରିବାକୁ ବସିଥିବା ବେଳେ କିଛି ମଶାଲ ଓଲଟି ଯାଇ ସେଥିରୁ ତେଲ ବାହାରି ଯାଇଥିଲା। ଦେଖୁ ଦେଖୁ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପି ଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ପ୍ରାୟ ୫୦ରୁ ଅଧିକ ଲୋକ ନିଆଁ ଝାସରେ ପଡ଼ି ଯାଇଥିଲେ। ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଛି। ସେମାନଙ୍କୁ ତୁରନ୍ତ ମେଡିକାଲ ନିଆ ଯାଇଥିବା ବେଳେ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ନିଆଁ ଜଳୁଥିବା ଦେଖି ସଭାସ୍ଥଳରେ ଧାଁଦୌଡ଼ ଆରମ୍ଭ ହୋଇ ଯାଇଥିଲା। ଫଳରେ ତଳେ ପଡ଼ି ବହୁ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Madhya Pradesh Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe