Advertisment

‘ଚୁପଚାପ ବିଜେପିରେ ମିଶି ଯାଅ, ନଚେତ ମାମୁଙ୍କ ବୁଲଡୋଜର ଛିଡ଼ା ହୋଇଛି’

ଯିଏ ବି କଂଗ୍ରେସ କର୍ମୀ ଅଛ, ଚୁପଚାପ ବିଜେପିରେ ମିଶି ଯାଅ।

author-image
Niharika Rout
madhya-pradesh-minister

madhya-pradesh-minister

ପୁରୁଖା କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ଗଡ଼ ଭାବେ ବିବେଚିତ ଗୁନା ନିର୍ବାଚନୀ କ୍ଷେତ୍ରରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼। ଏହି ନିର୍ବାଚନୀ କ୍ଷେତ୍ର ଅଧୀନରେ ଥିବା ରାଘୌଗଡ଼ ମ୍ୟୁନିସିପାଲିଟି ନିର୍ବାଚନ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବେଳେ ଏବେଠୁ ଆରମ୍ଭ ହେଲାଣି ବୟାନବାଜି।

Advertisment

ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଦିଆ ଏଠାରେ ଆୟୋଜିତ ଏକ ସମାବେଶକୁ ସମ୍ବୋଧନ କରିବା ବେଳେ ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ଏହି ବୈଠକରେ ସେ କହିଛନ୍ତି, ୨୦୨୩ରେ ହେବାକୁ ଥିବା ନିର୍ବାଚନରେ ବିଜେପି ହିଁ ସରକାର ଗଠନ କରିବ। ତେଣୁ ସମୟ ଅଛି, ବିଜେପିକୁ ଆସ, ନଚେତ୍ ମାମୁଙ୍କ ବୁଲଡୋଜର ପ୍ରସ୍ତୁତ ଅଛି । କେବଳ ଏତିକି ନୁହେଁ, ସେ କହିଛନ୍ତି, ଯିଏ ବି କଂଗ୍ରେସ କର୍ମୀ ଅଛ, ଚୁପଚାପ ବିଜେପିରେ ମିଶି ଯାଅ। କାରଣ ଆଗାମୀ ନିର୍ବାଚନରେ ଆମେ ଶାସନ ଗାଦି ସମ୍ଭାଳିବାକୁ ଯାଉଛୁ।  

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟବାସୀଙ୍କ ନିକଟରେ ମାମୁ ଭାବେ ପରିଚିତ। ତେଣୁ ଏଠାରେ ମହେନ୍ଦ୍ର ସିଂ ସିସୋଡିଆ ତାଙ୍କୁ ମାମୁ ବୋଲି ସମ୍ବୋଧନ କରୁଛନ୍ତି।

Advertisment

ଆସନ୍ତା ୨୦ ତାରିଖରେ ହେବାକୁ ଥିବା ରାଘୌଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ ସିସୋଡିଆ ଏକ ସାଧାରଣ ସଭାରେ ଏହା କହିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ଗୁରୁବାର ଦିନ ସାମ୍ନାକୁ ଆସିବା ପରେ ଜଣେ ଲୋକ ପ୍ରତିନିଧୀଙ୍କ ଏପରି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୀତି।

ଏନେଇ ଗୁନା ଜିଲ୍ଲା କଂଗ୍ରେସ ମୁଖ୍ୟ ହରିଶଙ୍କର ବିଜୟଭର୍ଗିଆ କହିଛନ୍ତି ଯେ ମନ୍ତ୍ରୀଙ୍କ ମନ୍ତବ୍ୟ ବିଜେପିର ଭାବମୂର୍ତ୍ତିକୁ ବଦନାମ କରିଛି। ବିଜୟଭର୍ଗିଆ କହିଛନ୍ତି, "ସେ ତାଙ୍କ ଭାଷାରେ ସଂଯମତା ରକ୍ଷା କରିବା ଉଚିତ୍। ନଚେତ ଜାନୁଆରୀ ୨୦ରେ ହେବାକୁ ଥିବା ନିର୍ବାଚନରେ ​​ରାଘୌଗଡ଼ବାସୀ ତାଙ୍କୁ ଉପଯୁକ୍ତ ଉତ୍ତର ଦେବେ।"

Power Politics