Advertisment

ପ୍ରଶ୍ନ କରିବାରୁ ଯୁବକଙ୍କ ଅଣ୍ଟା ଭାଙ୍ଗି ଦେବାର ଧମକ ଦେଲେ ମନ୍ତ୍ରୀ

ମନ୍ତ୍ରୀ ଜଣଙ୍କ ତାଙ୍କୁ କଂଗ୍ରେସର ଭଡ଼ାଟିଆ ଲୋକ ବୋଲି କହିବା ସହ ପୁଲିସ୍‌ ଦ୍ୱାରା ଅଣ୍ଟା ଭାଙ୍ଗି ଦିଆଯିବ ବୋଲି ଧମକ ଦେଇଛନ୍ତି।

Minister

Minister

Advertisment

ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ଧମକ ଦେଇଛନ୍ତି ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରର ଜଣେ ମନ୍ତ୍ରୀ। ଜନସଭା ଚାଲି ଥିବା ବେଳେ ଯୁବକ ଜଣଙ୍କ ରାଜ୍ୟର ଜଙ୍ଗଲ ମନ୍ତ୍ରୀ ବିଜୟ ଶାହଙ୍କୁ ଗୋଟିଏ ପ୍ରଶ୍ନ କରିଥିଲେ। ଏଥିରେ ରାଗି ଯାଇ ମନ୍ତ୍ରୀ ଜଣଙ୍କ ତାଙ୍କୁ କଂଗ୍ରେସର ଭଡ଼ାଟିଆ ଲୋକ ବୋଲି କହିବା ସହ ପୁଲିସ୍‌ ଦ୍ୱାରା ଅଣ୍ଟା ଭାଙ୍ଗି ଦିଆଯିବ ବୋଲି ଧମକ ଦେଇଛନ୍ତି। ମଧ୍ୟପ୍ରଦେଶର ଖାଣ୍ଡୱା ଜିଲ୍ଲାରେ ମନ୍ତ୍ରୀ ଶାହ ଜନସଭା କରୁଥିବା ବେଳେ ଏପରି ଘଟଣା ଘଟିଛି।

Advertisment

ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଭାବେ ମନ୍ତ୍ରୀ ଶାହ ପ୍ରଶ୍ନ କରିଥିବା ଯୁବକଙ୍କୁ ନାଲି ଆଖି ଦେଖାଇବା ସହ ସେ ମଦ ପିଇ ଏଠାକୁ ଆସିଛନ୍ତି ଓ ସଭାରେ ବିଶୃଙ୍ଖଳା ପାଇଁ କଂଗ୍ରେସ ତାଙ୍କୁ ପଠାଇଥିବା ଦାବି କରିଛନ୍ତି।

ସେ ଯୁବକଙ୍କୁ କହିଛନ୍ତି, “ଆମେ ମଧ୍ୟପ୍ରଦେଶରେ ବିକାଶ କରିବା ପାଇଁ ଚେଷ୍ଟା କରୁଛୁ। ସେଥିପାଇଁ ଏଠାରେ ସଭା ହେଉଛି। କିନ୍ତୁ ଏଠାରେ ବିଶୃଙ୍ଖଳା କଲେ ଆମେ ସେମାନଙ୍କୁ ବନ୍ଦ କରିଦେବୁ। ଏହା ଏକ ସକରାରୀ ସଭା। ଯଦି କେହି ଏଠାରେ ବିଶୃଙ୍ଖଳା କରିବେ, ତା’ହେଲେ ପୁଲିସ୍‌ ଲଗାଇ ତାଙ୍କ ଅଣ୍ଟା ଭାଙ୍ଗି ଦିଆଯିବ।”

Advertisment

ଜନସଭା ଚାଲିଥିବା ବେଳେ ଜଣେ ଯୁବକ ହଠାତ୍‌ ଛିଡ଼ା ହେବା ସହ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତାଙ୍କ ପତ୍ନୀ ଅଙ୍ଗନୱାଡି କେନ୍ଦ୍ରରେ କାମ କରୁଥିଲେ ମଧ୍ୟ ୬ ମାସ ହେଲା ଦରମା ପାଇ ନାହାନ୍ତି। ସେ ଏହି ପ୍ରସଙ୍ଗ ମନ୍ତ୍ରୀ ଶାହଙ୍କ ଆଗରେ ଉପସ୍ଥାପନ କରିଥିଲେ। ବାସ୍‌ ଏହି କଥା ଶୁଣି ମନ୍ତ୍ରୀ ପ୍ରଶ୍ନ କରିଥିବା ଯୁବକ ଜଣଙ୍କ ମଦ ପିଇ ପାଟିତୁଣ୍ଡ କରୁଥିବା କହିଥିଲେ। ଏଥିସହ ପୁଲିସ୍‌କୁ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।

Madhya Pradesh Forest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe