Advertisment

ବର ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଓଲଟିଲା; ୧୩ ମୃତ, ୧୫ ଗୁରୁତର

ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି।

author-image
Niharika Rout
Accident

Accident

ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ମୃତକମାନେ ଏକ ଗାଁର ହୋଇଥିବା ବେଳେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୪ ଛୁଆ ବି ଅଛନ୍ତି।

Advertisment

ଗତ ରାତିରେ ବରଯାତ୍ରୀଙ୍କୁ ଧରି ଗାଡ଼ି ମୋତିପୁରାରୁ କୁଲାମପୁର ଅଭିମୁଖେ ଯାଉଥିଲା। ଏହି ବରଯାତ୍ରୀରେ ଏକ ଟ୍ରାକ୍ଟର ଯାଉଥିବା ବେଳେ ସେଥିରେ ପାଖାପାଖି ୩୦ ଲୋକ ଥିଲେ। ଟ୍ରାକ୍ଟରଟି ଯାଉଥିବା ବେଳେ ହଠାତ୍‌ ରାଜଗଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଖବର ପାଇ ତୁରନ୍ତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛଦ ନିମନ୍ତେ ପଠାଯାଇଛି।

Advertisment

ଗୁରୁତରଙ୍କୁ ରାଜଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୋପାଳ ପଠାଯାଇଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଟ୍ୱିଟ କରି ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାସ୍ଥଳରେ ରାଜଗଡ଼ ଜିଲ୍ଲାପାଳ, ଏସ୍‌ପି ଓ ମନ୍ତ୍ରୀ ଉପସ୍ଥିତ ଥିବା ଜଣାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିଜ ଲୋକଙ୍କୁ ହରାଇଥବା ବ୍ୟକ୍ତିଙ୍କୁ ମୁଁ ସମବେଦନା ଜଣାଇବା ସହ ଯେଉଁମାନେ ଏଥିରେ ଗୁରୁତର ହୋଇଛନ୍ତି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବୋଲି ରାଷ୍ଟ୍ରପତି ଟ୍ୱିଟ କରିଛନ୍ତି।

Accident Madhya Pradesh