Advertisment

ଟୋଲ୍‌ ପ୍ଲାଜାରେ ବନ୍ଧୁକଧାରୀଙ୍କ ଆତଙ୍କ, କୂଅରେ ଖସି ପଡିଲେ ୨ କର୍ମଚାରୀ

କୂଅକୁ ଖସି ପଡିଥିବା ୨ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ବୁଧବାର ସେମନାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Gunmen at toll plaza

Gunmen at toll plaza

ଟୋଲ୍‌ ପ୍ଲାଜାରେ ବନ୍ଧୁକଧାରୀଙ୍କ ଆତଙ୍କ। କାଉଣ୍ଟର ଭିତରେ ପଶି ବ୍ୟାପକ ଭଙ୍ଗରୁଜା କଲେ। ଟୋଲ ପ୍ଲାଜା କର୍ମଚାରୀଙ୍କୁ ନିର୍ଧୁମ ମାଡ ମଧ୍ୟ ମାରିଲେ। ଫଳରେ ଭୟରେ ଜୀବନ ବିକଳରେ ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ଦୁଇ କର୍ମଚାରୀ କୂଅକୁ ଖସି ପଡିଛନ୍ତି। ସେମାନଙ୍କ ମୃତ୍ୟୁ ହୋଇଛି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଡଗରଇ ଟୋଲ ପ୍ଲାଜା ନିକଟରେ।

Advertisment

ମଧ୍ୟପ୍ରଦେଶର ଜାତୀୟ ରାଜପଥ-୪୪ରେ ଥିବା ଡଗରଇ ଟୋଲ ପ୍ଲାଜାରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ୍‌ରେ ଆସି ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଆତଙ୍କ ଖେଳାଇଛନ୍ତି। ଏହାର ଭିଡିଓ ସିସିଟିଭିରେ କଏଦ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ହାତରେ ବନ୍ଧୁକ ଧରି ଗୁଳିମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଟୋଲ କାଉଣ୍ଟରର କବାଟକୁ ଲାତ ମାରିବା ସହ କିଛି ଲୋକେ ବୁଥ ଭିତରକୁ ମଧ୍ୟ ପ୍ରବେଶ କରିଛନ୍ତି। ଏଥିସହ ଟୋଲ ପ୍ଲାଜର କର୍ମଚାରୀଙ୍କୁ ମାଡ ମାରୁଛନ୍ତି।

ଦୁର୍ବୃତ୍ତମାନେ ୨୦ରୁ ୩୦ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ପରେ ଭୟରେ ଟୋଲ ପ୍ଲାଜାର କର୍ମଚାରୀରେ ଜୀବନ ବଞ୍ଚାଇବାକୁ ଯାଇ ଖସି ପଳାଇବା ବେଳେ ଟୋଲ ପ୍ଲାଜା ପଛ ପଟେ ଥିବା ଏକ କୂଅକୁ ଖସି ପଡିଥିଲେ। ଫଳରେ ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତ କର୍ମଚାରୀଙ୍କ ପରିଚୟ ଆଗ୍ରାର ଶ୍ରୀନିବାସ ପରିହାର ଓ ନାଗପୁରର ଶିବାଜୀ କଣ୍ଡେଲେ ବୋଲି ଜଣାପଡିଛି। ବୁଧବାର ଦିନ ଉଭୟଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରାଯଇଛି।

Advertisment

ଝାନ୍ସୀ ଏବଂ ଗ୍ୱାଲିଅର୍ ମଧ୍ୟରେ ଟୋଲ୍ ପ୍ଲାଜାର ଚୁକ୍ତିନାମା ଏପ୍ରିଲ୍ ୧ରେ ପରିବର୍ତ୍ତନ କରାଯାଇଥିଲା ଏବଂ ଏହାକୁ ନୂତନ କଣ୍ଟ୍ରାକ୍ଟରଙ୍କୁ ହସ୍ତାନ୍ତର କରାଯାଇଥିଲା। ସୂଚନାନୁସାରେ, ଦୁର୍ବୃତ୍ତମାନେ ଟୋଲ ପ୍ଲାଜାରୁ ଟ୍ରକ-ଡମ୍ପରଗୁଡ଼ିକୁ ମାଗଣାରେ ବାହାର କରି ସେମାନଙ୍କ ମାଲିକଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲେ। ଯେତେବେଳେ ନୂତନ କମ୍ପାନୀ ଏହି ଟୋଲ୍ ଦାୟିତ୍ୱ ଗ୍ରହଣ କଲା, ସେତେବେଳେ ଯାନବାହାନକୁ ମାଗଣାରେ ଯିବାକୁ ଅନୁମତି ଦିଆଗଲା ନାହିଁ। ନୂତନ କଣ୍ଟ୍ରାକ୍ଟର ଗାଡିକୁ ମାଗଣାରେ ଛାଡିବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Dagrai Toll Plaza Gunmen Jhansi Gwalior Toll Tax Toll Plaza