Advertisment

ନିର୍ବାଚନ ଡ୍ୟୁଟିରେ ୮ ମାସର ଗର୍ଭବତୀ ଏସ୍‌ପି

୧୦ ଘଣ୍ଟାର କଡ଼ା ଡ୍ୟୁଟି ସହ ନାଇଟ୍‌ ପେଟ୍ରୋଲିଂ ଠାରୁ ଆରମ୍ଭ କରି ଘର ଘର ବୁଲି କରୁଛନ୍ତି ଚେକିଂ କରୁଛନ୍ତି ୮ ମାସର ଗର୍ଭବତୀ ଏସ୍‌ପି।

ଅଦ୍ୟତନ ହୋଇଛି
Nivedita Naidu

Nivedita Naidu

Advertisment

ସାରା ଦେଶରେ ଚାଲିଛି ଗଣତନ୍ତ୍ରର ମହାପର୍ବ। ଜାରି ରହିଛି ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ। ଲୋକ ପ୍ରତିନିଧି ବାଛିବାକୁ ଉତ୍ସାହର ସହ ଭୋଟ୍‌ ଦେଉଛନ୍ତି ଜନତା। ଚାରିଆଡେ କଡା ବନ୍ଦୋବସ୍ତ। ନିର୍ବାଚନ ଡ୍ୟୁଟିରେ ପ୍ରଶାସନ। ଭୋଟ୍‌ ପାଇଁ ସମସ୍ତଙ୍କ ଛୁଟି କ୍ୟାନସେଲ। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ନିଆରା ଦୃଶ୍ୟ। ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଅଛନ୍ତି ୮ ମାସର ଗର୍ଭବତୀ।

Advertisment

ନିବେଦିତା ନାଇଡୁ। ମାତୃତ୍ୱକୁ ପଛରେ ପକାଇ ସେ କରୁଛନ୍ତି ଦେଶ ସେବା। ୮ ମାସର ଗର୍ଭବତୀ ଥାଇ ମଧ୍ୟ ନିର୍ବାଚନ ଡ୍ୟୁଟି କରୁଛନ୍ତି ଏସ୍‌ପି। ମା' ହେବା ପୂର୍ବରୁ ସେ ଦେଶର ଝିଅ ହେବାର ତୁଲାଉଛନ୍ତି କର୍ତ୍ତବ୍ୟ। ୧୦ ଘଣ୍ଟାର କଡ଼ା ଡ୍ୟୁଟି ସହ ନାଇଟ୍‌ ପେଟ୍ରୋଲିଂ ଠାରୁ ଆରମ୍ଭ କରି ଘର ଘର ବୁଲି କରୁଛନ୍ତି ଚେକିଂ। କେବଳ ସେତିକି ନୁହେଁ ଅପରାଧିଙ୍କ ଉପରେ ମଧ୍ୟ ରହିଛି ତାଙ୍କର କଡ଼ା ନଜର। କାମ ଆଗରେ ତାଙ୍କ ପାଇଁ ତୁଚ୍ଛ ହୋଇପଡିଛି ତାଙ୍କ ଗର୍ଭାବସ୍ଥା।

କେବଳ ସେତିକି ନୁହେଁ ସ୍ୱାମୀଙ୍କ ପୋଷ୍ଟିଂ ଅନ୍ୟ ସହରରେ ହୋଇଥିବା ବେଳେ ଘରେ ନିଜ ତିନି ବର୍ଷର ଝିଅକୁ ଏକା ଛାଡି ସେ ଦେଶ ପାଇଁ କରୁଛନ୍ତି କାମ। ଘଡିଏ ଥକୁ ନାହାନ୍ତି କି ଆରାମରେ ବସୁ ନାହାନ୍ତି। ନିଜର ସମସ୍ତ ସମସ୍ୟାକୁ ସେ ପଛରେ ପକାଇ ଆଗକୁ ଆସି ନିର୍ବାଚନ ଡ୍ୟୁଟିରେ ଲାଗି ପଡିଛନ୍ତି।

Advertisment

ସମସ୍ତ କାର୍ଯ୍ୟରତ ମହିଳାଙ୍କ ପାଖରେ ମାଟରନିଟି ଛୁଟି ନେବା ଅଧିକାର ରହିଛି। କିନ୍ତୁ ମଧ୍ୟ ପ୍ରଦେଶର ଏହି ଏସ୍‌ପି ନିବେଦିତା ଜଣେ ମା'ର କର୍ତ୍ତବ୍ୟ ପାଳନ କରିବା ପୂର୍ବରୁ ଦେଶ ପ୍ରତି ତାଙ୍କର କର୍ତ୍ତବ୍ୟକୁ ଆଗ ରଖିଛନ୍ତି। ସମସ୍ତେ ନିବେଦିତାଙ୍କ ଏଭଳି କାମକୁ ପ୍ରଶଂସା କରିବା ସହ ସଲାମ କରିଛନ୍ତି।

କିଏ ଏହି ନିବେଦିତା ନାଇଡୁ?

  • ନିବେଦିତା ନାଇଡୁ ବର୍ତ୍ତମାନ ମଧ୍ୟ ପ୍ରଦେଶ ଉମରିୟାର ଏସ୍‌ପି ଅଛନ୍ତି।
  • ନିବେଦିତା ନାଇଡୁ 2016 ବ୍ୟାଚ୍ ର ଜଣେ ଆଇପିଏସ୍ ଅଧିକାରୀ ଅଟନ୍ତି। ମଣ୍ଡଳାରୁ ବଦଳି ହେବା ପରେ ୩ ଅଗଷ୍ଟ ୨୦୨୩ରେ ସେ ଉପରିୟାର ଏସ୍‌ପି ଭାବେ ଦାୟିତ୍ୱ ନେଇଥିଲେ।
  • ସେବେଠାରୁ ନିବେଦିତା ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥା ରକ୍ଷା କରିବାରେ ବ୍ୟସ୍ତ ଅଛନ୍ତି।
  • ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଏସ୍‌ପି ନିବେଦିତା ଚମତ୍କାର କାମ କରିଥିଲେ। ବର୍ତ୍ତମାନ ସେ ଲୋକସଭା ନିର୍ବାଚନରେ ​​ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି।
  • ୮ ମାସ ଗର୍ଭବତୀ ହେବା ପରେ ମଧ୍ୟ ଏସପି ନିବେଦିତା ଫିଲ୍ଡରେ ଲଗାତର ସକ୍ରିୟ ଅଛନ୍ତି। ସେ କେବଳ ନାଇଟ୍‌ ପାଟ୍ରୋଲିଂ କରିବାକୁ ଯାଆନ୍ତି ନାହିଁ ବରଂ ଅପରାଧ ମାମଲାରେ ଯାଞ୍ଚ କରିବାକୁ ଘଟଣାସ୍ଥଳକୁ ମଧ୍ୟ ଯାଉଛନ୍ତି।
Umaria SP Nivedita Naidu Pregnant SP On Duty Loksabha Election 2024 Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe