Advertisment

ବେଶ୍ୟାଳୟ ଚଳାଇବାକୁ ସୁରକ୍ଷା ମାଗି କୋର୍ଟରେ ପହଞ୍ଚିଲେ ଆଇନଜୀବୀ

ଆବେଦନକାରୀ ଓକିଲ ଜଣଙ୍କ ତାଙ୍କ ବିରୋଧରେ ରୁଜୁ ଏଫଆଇଆରକୁ ରଦ୍ଦ କରିବା ସହ ବେଶ୍ୟାଳୟ ଚଳାଇବାକୁ ସୁରକ୍ଷା ମାଗିଥିଲେ।

High Court

High Court

Advertisment

ଆଇନଜୀବୀଙ୍କ ଅଜବ ଆବେଦନ। ତାମିଲନାଡୁର କନ୍ୟାକୁମାରୀରେ ବେଶ୍ୟାଳୟ ଚଳାଇବାକୁ ଚାହୁଁଛନ୍ତି ଜଣେ ଆଇନଜୀବୀ। ଏଥିପାଇଁ ସୁରକ୍ଷା ଯୋଗାଇ ଦେବାର ଦାବି କରି ସେ ସିଧା ମାଡ୍ରାସ ହାଇକୋର୍ଟରେ ଆବେଦନ ଦାଖଲ କରିଛନ୍ତି। ଏପରି ଆବେଦନକୁ ଦେଇ ମାଡ୍ରାସ ହାଇକୋର୍ଟ ଆଶ୍ଚର୍ଯ୍ୟ ଚକିତ ହେବା ସହ ଆବେଦନକାରୀଙ୍କ ଓକିଲାତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Advertisment

ଆବେଦନକାରୀ ଓକିଲ ଜଣଙ୍କ ତାଙ୍କ ବିରୋଧରେ ରୁଜୁ ଏଫଆଇଆରକୁ ରଦ୍ଦ କରିବା ସହ ବେଶ୍ୟାଳୟ ଚଳାଇବାକୁ ସୁରକ୍ଷା ମାଗିଥିଲେ।

ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବି ପୁଗାଲେନ୍ଧି ଆବେଦନକାରୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆବେଦନକାରୀ ପ୍ରାପ୍ତ ବୟସ୍କ ସମତି ଭିତ୍ତିରେ ସେକ୍ସ ଅଧିକାର ଆଧାରରେ ବେଶ୍ୟାଳୟ ଖୋଲିବାକୁ ଅନୁମତି ମାଗିଥିଲେ। ଜଣେ ଆଇନଜୀବୀ ହୋଇଥିଲେ ମଧ୍ୟ ସେ ଏପରି କରିଥିବାରୁ ତାଙ୍କ ଡିଗ୍ରୀ ଉପରେ ମଧ୍ୟ ମୁଖ୍ୟ ବିଚାରପତି ଜଷ୍ଟିସ ପୁଗାଲେନ୍ଧି ସନ୍ଦେହ ପ୍ରକାଶ କରିଛନ୍ତି।

Advertisment

ଏଥିସହ କେବଳ ପ୍ରସିଦ୍ଧ କଲେଜଗୁଡ଼ିକରୁ ଗ୍ରାଜ୍ୟୁଏଟ ହୋଇଥିବା ଲୋକଙ୍କୁ ଆଇନଜୀବୀ ଭାବେ ପଞ୍ଜିକରଣ କରାଇବାକୁ ହାଇକୋର୍ଟ ବାର କାଉନସିଲକୁ କହିଛନ୍ତି। ଏହାବାଦ କୋର୍ଟ ଆବେଦନକୁ ଖାରଜ କରିବା ସହ ଆଇନଜୀବୀଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି।

ହାଇକୋର୍ଟ କହିଛନ୍ତି, “ବର୍ତ୍ତମାନ ସମୟରେ ସମାଜରେ ଆଇନଜୀବୀଙ୍କ ସମ୍ମାନ ହ୍ରାସ ପାଉଛି। ଆଶା କରାଯାଉଛି ଯେ ଏହି ଘଟଣା ପରେ ବାର କାଉନସିଲ କେବଳ ପ୍ରସିଦ୍ଧିଲାଭ କରିଥିବା ସଂସ୍ଥାଗୁଡ଼ିକର ସଦସ୍ୟମାନଙ୍କୁ ପଞ୍ଜୀକରଣ କରାଇବ। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା ଓ ଅନ୍ୟ ରାଜ୍ୟରେ ଥିବା ଅଣପ୍ରସିଦ୍ଧି ସଂସ୍ଥାରୁ ଆସୁଥିବା ଲୋକଙ୍କ ପଞ୍ଜୀକରଣ ଉପରେ କଟକଣା ଲଗାଯାଉ।”

କୋର୍ଟ ପ୍ରକୃତରେ ଆଇନଜୀବୀ ରାଜା ମୁରୁଗାନଙ୍କ ଆବେଦନର ଶୁଣାଣି କରୁଥିଲେ। ମୁରୁଗାନ ତାଙ୍କ ବିରୋଧରେ ରୁଜୁ ଏଫଆଇଆରକୁ ଖାରଜ କରିବାକୁ ଦାବି କରିଥିଲେ। ଏଥିସହ ସେ ଚଳାଇଥିବା ବ୍ୟବସାୟିକ କାର୍ଯ୍ୟକଳାପରେ ପୁଲିସ୍‌ ଯେମିତି ହସ୍ତକ୍ଷେପ ନ କରିବ, ତା’କୁ ନିଶ୍ଚିତ କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ।

ମୁରୁଗାନ କୋର୍ଟଙ୍କୁ କହିଥିଲେ ଯେ ସେ ବିଶ୍ୱାସ ଯୋଗ୍ୟ ସେବା ଉପଲବ୍ଧ କରାଉଛନ୍ତି। ଏହା ମଧ୍ୟରେ ସହମତି ଭିତ୍ତିରେ ଦୁଇ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ଯୌନ ସମ୍ପର୍କ, କାଉନସେଲିଂ ଓ ଥେରାପିଯୁକ୍ତ ତୈଳ ଗାଧୁଆ ବା ଅଏଲଲ ବାଥ ରହିଛି। ଏସବୁ ୧୮ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ପାଇଁ ଉପଲବ୍ଧ।

ଏହା ଶୁଣିବା ପରେ ହାଇକୋର୍ଟ ବିରକ୍ତ ହୋଇଥିଲେ। ମୁରୁଗାନଙ୍କୁ କୋର୍ଟ ଆଇନଜୀବୀ ଭାବେ ସେ କରିଥିବା ପଞ୍ଜିକରଣ ପ୍ରମାଣପତ୍ର ଓ ଆଇନ ପାଠ୍ୟକ୍ରମ ଡିଗ୍ରୀ ଦାଖଲ କରିବାକୁ କହିଥିଲେ।

ଅତିରିକ୍ତ ସରକାରୀ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ମୁରୁଗାନ ବି-ଟେକ ଗ୍ରାଜ୍ୟୁଏଟ। ତାଙ୍କ ପାଖରେ ବାର କାଉନସିଲରେ ପଞ୍ଜୀକରଣ କରିବାର ନମ୍ବର ରହିଛି। କିନ୍ତୁ ସେ ପ୍ରକୃତରେ ଆଇନ ପାଠ ପଢ଼ିଛନ୍ତି କି ନାହିଁ, ସେକଥା ଜଣାପଡ଼ି ନଥିବା ଅତିରିକ୍ତ ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି।

Tamilnadu Madras High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe