Advertisment

ଉମେଶ ପାଲ ଅପହରଣ ଓ ହତ୍ୟା ମାମଲା: ଅତିକ ଅହମ୍ମଦ ଦୋଷୀ ସାବ୍ୟସ୍ତ

ମାଫିଆ ଅତିକ ଅହମ୍ମଦ ଓ ତାର ଭାଇ ଖଲିଦ ଅହମ୍ମଦ ଓରଫ ଅଶରଫକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।

Atiq Ahmed

Atiq Ahmed

Advertisment

ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାରେ ଅତିକ ଅହମ୍ମଦ ଦୋଷୀ ସାବ୍ୟସ୍ତ। ମାଫିଆ ଅତିକ ଅହମ୍ମଦ ଓ ତାର ଭାଇ ଖଲିଦ ଅହମ୍ମଦ ଓରଫ ଅଶରଫକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଶୁଣାଣି ପାଇଁ ଆଜି କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା। ଏଥିପାଇଁ ଉଭୟ କୋର୍ଟ ଏବଂ ଜେଲ୍ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହାପୂର୍ବରୁ ଅଲଗା ଅଲଗା ଜେଲରେ ଥିବା ଦୁଇ ଭାଇ ଅତିକ ଓ ଅଶରଫକୁ ସୋମବାର ପ୍ରୟାଗରାଜ ଜେଲକୁ ଅଣାଯାଇଥିଲା। 

Advertisment

୨୦୦୫ରେ ବହୁଜନ ସମାଜବାଦୀ ପାର୍ଟିର ତତ୍କାଳୀୟ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ସାକ୍ଷୀ ହେଉଛନ୍ତି ଉମେଶ ପାଲ। ୨୦୦୬ ଫେବ୍ରୁଆରୀ ୨୪ ତାରିଖରେ ଉମେଶ ପାଲ ଏବଂ ତାଙ୍କ ସୁରକ୍ଷାରେ ନିୟୋଜିତ ଦୁଇ ଜଣ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ଉମେଶ ପାଲଙ୍କ ପତ୍ନୀ ଜୟାଙ୍କ ଅଭିଯୋଗ ଆଧାରରେ ପ୍ରୟାଗରାଜର ଘୁମନଗଞ୍ଜ ଥାନାରେ ମାଫିଆ ଅତିକ ଅହମ୍ମଦ, ତାର ଭାଇ ଅଶରଫ, ପତ୍ନୀ ସାଇସ୍ତା ପରବିନ, ଦୁଇ ପୁଅ, ସହଯୋଗୀ ଗୁଡ୍ଡୁ ମୁସଲିମ ଏବଂ ଅନ୍ୟ ୯ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। 

୧୭ ବର୍ଷ ତଳର ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାରେ ଆଜି ପ୍ରୟାଗରାଜର ଏମପି-ଏମଏଲଏ କୋର୍ଟ ବଡ ରାୟ ଶୁଣାଇଛନ୍ତି। ମାମଲାରେ ୧୧ଜଣ ଅଭିଯୁକ୍ତ ଥିବା ବେଳେ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଛି। 

Advertisment
Umesh Pal Case Atiq Ahmed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe