ପ୍ରକୃତିର କୋପ ସତେ ଯେମିତି ଦେବଭୂମି ଉତ୍ତରାଖଣ୍ଡ ଉପରେ ପଡ଼ିଛି। ପ୍ରଥମେ ଉତ୍ତରାଖଣ୍ଡର ଯୋଶୀମଠ ଓ ଏହାର ଆଖ ପାଖ ଅଞ୍ଚଳ ଦବିବା ଆରମ୍ଭ କରିଥିଲା। ଏହାପରେ ବାଦଳ ଫଟା ବର୍ଷା ଓ ତୁଷାରପାତ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିଲା। ଲୋକମାନେ ପ୍ରକୃତିର କରାଳରୂପ ସହ ଲଢ଼େଇ କରୁଥିବା ବେଳେ ଭୂକମ୍ପ ଝଟକା ରାଜ୍ୟବାସୀଙ୍କୁ ଲାଗିଛି। ଆଜି ଉତ୍ତରାଖଣ୍ଡର ପିଥୋରଗଡ଼ରେ ଲୋକମାନେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି।
ନ୍ୟାଶନାଲ ସେଣ୍ଟର ଫର ସେସିମୋଲୋଜି(ଏନଏସସି) କହିଛି ଯେ ସକାଳ ୮.୫୮ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳର ପିଥୋରଗଡ଼ ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗ ଠାରୁ ୨୩ କିମି ଦୂର। ଏହା ଭୂପୃଷ୍ଠରୁ ୧୦ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଭୂକମ୍ପର ତୀବ୍ରତା ୩.୮ ଥିଲେ ହେଁ ଏହା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ଲୋକମାନେ ଝଟକା ପରେ ବେଶ କିଛି ସମୟ ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ।
Earthquake of Magnitude:3.8, Occurred on 22-01-2023, 08:58:31 IST, Lat: 29.78 & Long: 80.13, Depth: 10 Km ,Location: 23km NNW of Pithoragarh, Uttarakhand, India for more information Download the BhooKamp App https://t.co/mKY2l8USLk pic.twitter.com/hyMFxU2IbT
— National Center for Seismology (@NCS_Earthquake) January 22, 2023
ଏବେ ବି ଉତ୍ତରାଖଣ୍ଡ ତୁଷାରପାତ ଜାରି ରହିଛି। ସେହିପରି ଯୋଶୀମଠ ଦବୁ ଥିବାରୁ ଉଦ୍ଧାର କାର୍ଯ୍ୟ ଅବ୍ୟାହତି ରହିଛି। ଏସବୁ ଭିତରେ ହିଁ ଭୂକମ୍ପ ଝଟକା ଅନୁଭତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।