Advertisment

ଭୂମିକମ୍ପରେ ଥରିଲା ରାଜସ୍ଥାନ

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି।

author-image
Madhupriya Mistry
Earthquake

Earthquake

ଭୂମିକମ୍ପରେ ଥରିଲା ରାଜସ୍ଥାନର ବିକାନେର। ଆଜି ସକାଳୁ ଏଠି ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି। 

Advertisment

ଭୂକମ୍ପର କେନ୍ଦ୍ରସ୍ଥଳ ବିକାନେର ଠାରୁ ୫୧୬ କିଲୋମିଟର ଦୂରରେ ଥିଲା। ଏହାର ଅଧ ଘଣ୍ଟା ପୂର୍ବରୁ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେ ରେକର୍ଡ କରାଯାଇଥିଲା। 

ବିକାନେର ଭୂକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି। ତେବେ ଏହି ଭୂମିକମ୍ପ ଯୋଗୁଁ କହାରି କୌଣସି କ୍ଷୟକ୍ଷତି ହୋଇନାହିଁ ଜନଜୀବନ ନଷ୍ଟ ହୋଇନାହିଁ।

Advertisment

ଗତ କିଛି ମାସ ମଧ୍ୟରେ ଉତ୍ତର ଭାରତ ସମତେ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନରେ ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିଲା। 

ଏହାର କେନ୍ଦ୍ର ଗ୍ୱାଲିଅର୍ ଠାରୁ ୨୮ କିଲୋମିଟର ଦୂରରେ ଏବଂ ଭୂମି ଭିତରେ ୧୦ କିଲୋମିଟର ଦୂରରେ ଥିଲା। ଏଥିସହ ଛତିଶଗଡର ଅମ୍ବିକାପୁର ସମେତ ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ସୁରଜପୁରର ଭଟଗାଓଁ ଠାରୁ ୧୧ କିଲୋମିଟର ଦୂରରେ ଥିଲା। 

Rajasthan Earthquake