Advertisment

ମହାକୁମ୍ଭରୁ ମାଲାମାଲ ହେବ ୟୁପି, ରାଜ୍ୟ ଆୟ କରିବ ୨ ଲକ୍ଷ କୋଟି!

ପ୍ରଥମ ଦିନରେ ତ୍ରିବେଣୀ ସଙ୍ଗମରେ ପ୍ରାୟ ୫୦ ଲକ୍ଷ ଲୋକ ବୁଡ଼ ପକାଇଛନ୍ତି। ୨୬ ଫେବ୍ରୁଆରୀ ଯାଏ ଚାଲିବାକୁ ଥିବା ଏହି ମେଳାରେ ୪୫ କୋଟି ଲୋକଙ୍କ ଆଗମନ ହେବା ଆଶଙ୍କା ରହିଛି।

author-image
Madhupriya Mistry
Kumbha Mela

Kumbha Mela

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ସଙ୍ଗମସ୍ଥଳରେ ବୁଡ଼ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ପ୍ରଥମ ଦିନରେ ତ୍ରିବେଣୀ ସଙ୍ଗମରେ ପ୍ରାୟ ୫୦ ଲକ୍ଷ ଲୋକ ବୁଡ଼ ପକାଇଛନ୍ତି। ୨୬ ଫେବ୍ରୁଆରୀ ଯାଏ ଚାଲିବାକୁ ଥିବା ଏହି ମେଳାରେ ୪୫ କୋଟି ଲୋକଙ୍କ ଆଗମନ ହେବା ଆଶଙ୍କା ରହିଛି। ଏହାଦ୍ୱାରା ମାଲାମାଲ ହେବ ଉତ୍ତର ପ୍ରଦେଶ। ବଢ଼ିବ ରାଜସ୍ୱ।

Advertisment

ପ୍ରାୟ ୪ ହଜାର ହେକ୍ଟର ଜମିରେ ମହାକୁମ୍ଭ ମେଳା ଆୟୋଜିତ ହୋଇଛି। ଏହାଦ୍ୱାରା ଉତ୍ତରପ୍ରଦେଶର ଅର୍ଥନୀତିକୁ ବଡ଼ ଫାଇଦା ମିଳିବ ବୋଲି ଆଶା କରାଯାଉଛି। ଏହି ମେଳା ଆୟୋଜନ ପାଇଁ ୟୁପି ସରକାର ୭ ହଜାର କୋଟି ଟଙ୍କା ବଜେଟ୍ ରଖିଛନ୍ତି। ତେବେ ଖର୍ଚ୍ଚ ତୁଳାନାରେ ଲାଭ ଢ଼େର ଅଧିକ ମିଳିବ ବୋଲି କୁହାଯାଉଛି।

ଆଶା କରାଯାଉଛି ଯେ, ମହାକୁମ୍ଭ ମେଳାରୁ ଉତ୍ତରପ୍ରଦେଶ ସରକାରଙ୍କ ରାଜକୋଷ ଭର୍ତ୍ତି ହୋଇଯିବ। ଏଥିରୁ ଉତ୍ପାଦିତ ଆୟ ଏତେ ଅଧିକ ହେବ ଯେ ଲୋକମାନେ ଏହାକୁ ଗଣି ଗଣି ଥକିଯିବେ। ଏକ ଆକଳନ ଅନୁଯାୟୀ, ଉତ୍ତରପ୍ରଦେଶ ମହାକୁମ୍ ୨୦୨୫ରୁ ୨, ୦୦୦,୦୦୦,୦୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବ।

Advertisment

ଆକଳନ ଅନୁଯାୟୀ, ଯଦି ମହାକୁମ୍ବକୁ ୪୦ କୋଟି ଲୋକ ଆସନ୍ତି ଏବଂ ସେମାନେ ହାରାହାରି ୫୦୦୦ଟଙ୍କା ଖର୍ଚ୍ଚ କରନ୍ତି, ତେବେ ଏହି ଇଭେଣ୍ଟ ୨ଲକ୍ଷ କୋଟି ଟଙ୍କା ଆୟ କରିପାରିବ। ଯଦି ମେଳାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ପ୍ରତି ବ୍ୟକ୍ତି ୧୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି, ତେବେ ମୋଟ ଆୟ ୪ ଲକ୍ଷ କୋଟି ହେବ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କହିବା ମୁତାବକ, ୨୦୧୯ରେ ପ୍ରୟାଗରାଜରେ ଅନୁଷ୍ଠିତ ହୋଇଥିବା ଅର୍ଦ୍ଧ କୁମ୍ଭ ମେଳାରୁ ରାଜକୋଷକୁ ୧.୨ ଳକ୍ଷ କୋଟି ଟଙ୍କା ମିଳିଥିଲା। ୨୦୧୯ରେ ଅର୍ଦ୍ଧ କୁମ୍ଭ ମେଳାକୁ ପ୍ରାୟ ୨୪ କୋଟି ତୀର୍ଥଯାତ୍ରୀ ଆସିଥିଲେ।

Uttar Pradesh Prayagraj Maha Kumbha Mela UP Revenue