Advertisment

ଆଜି ପ୍ରୟାଗରାଜରେ ପ୍ରଥମ ସାହି ସ୍ନାନ, ଦୁଇଗୁଣ ହେବ ଶ୍ରଦ୍ଧାଳୁଙ୍କ ସଂଖ୍ୟା

ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ହୋଇଛି ପ୍ରଥମ ସାହି ସ୍ନାନ । ଭୋର ୫ଟା ୧୫ରୁ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ ଆରମ୍ଭ ହୋଇଛି।

Kumbha Mela

Kumbha Mela

Advertisment

ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ହୋଇଛି ପ୍ରଥମ ସାହି ସ୍ନାନ । ଭୋର ୫ଟା ୧୫ରୁ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ ଆରମ୍ଭ ହୋଇଛି। ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡ଼ା ସାଧୁମାନେ ବୁଡ଼ ପକାଇଛନ୍ତି। ତା’ପରେ ଅନ୍ୟ ଆଖଡ଼ା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ ଅନୁମତି ମିଳିଛି।

Advertisment

ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୁଇଗୁଣା ହେବା ନେଇ ଅନୁମାନ କରିଛି ଉତ୍ତର ପ୍ରଦେଶ ପ୍ରଶାସନ। ଗତକାଲି ପ୍ରଥମ ଦିନରେ ବୁଡ଼ ପକାଇଥିଲେ ଦେଢ଼ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ।  ଖାଲି ସନାତନୀ ହିନ୍ଦୁ ନୁହନ୍ତି ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ହୋମ ଯଜ୍ଞ ଓ ଆଳତି ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସୀମା।

୧୪୪ ବର୍ଷ ପରେ ଏହି ମହାକୁମ୍ଭରେ ଦେଶବିଦେଶର କୋଟି କୋଟି ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ମହାକୁମ୍ଭରେ ସ୍ନାନ କରିବା ଦ୍ୱାରା ପାପରୁ ମୁକ୍ତି ସହ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଜି ୧୩ଟି ଆଖଡ଼ାର ସାଧୁମାନେ ଅମୃତ ସ୍ନାନ କରିବେ। ଏଥିନିମନ୍ତେ ସେମାନଙ୍କ ତିଥି, ସମୟ, କ୍ରମ ଓ ସିଡ୍ୟୁଲ ଜାରି କରାଯାଇଛି।

Advertisment

ମହାକୁମ୍ଭ ମେଳା ଡିଆଇଜି ବୈଭବ କୃଷ୍ଣାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ୧୩ଟି ଆଖଡ଼ାର ସାଧୁସନ୍ଥ ମହାସ୍ନାନ କରିବା ନିମନ୍ତେ ସମୟ ନିର୍ଦ୍ଧାରିତ ହୋଇଛି। ପୁଲିସ୍‌ର ୯ ଟିମ୍‌ ସେମାନଙ୍କୁ କ୍ରମ ଅନୁଯାୟୀ ଅମୃତ ସ୍ନାନ ନିମନ୍ତେ ଘାଟକୁ ନେବ ।

କୁମ୍ଭମେଳା ଅବସରରେ ପ୍ରବଳ ଭିଡ଼କୁ ଲକ୍ଷ୍ୟ ରଖି ସଙ୍ଗମ ସଳକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ପାର୍ଶ୍ୱରେ ଆଖଡ଼ାର ସାଧୁସନ୍ଥ ଓ ଅନ୍ୟପାର୍ଶ୍ୱରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବେ। ଏହାକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି।

Uttar Pradesh Kumbha Mela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe