saurabh-chandrakar
ଖୁବ୍ଶୀଘ୍ର ଭାରତ ଫେରିବେ ମହାଦେବ ବେଟିଂ ଆପ୍ ମାଲିକ ସୌରଭ ଚନ୍ଦ୍ରାକର। ଦୁବାଇରେ ଗତ ୨ ବର୍ଷ ହେବ ଅଟକ ଥିବା ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରିଛି ଇଣ୍ଟରପୋଲ। ଇଣ୍ଟରପୋଲର ରେଡ୍ କର୍ଣ୍ଣର ନୋଟିସ ପରେ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରକରଙ୍କୁ ୨୦୨୩ ମସିହାରୁ ଅଟକ ରଖାଯାଇଥିଲା। ମାତ୍ର ଏବେ ତାଙ୍କୁ ଗିରଫ କରାଯାଇଛି। ଏହାପରେ ତାଙ୍କୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ସପ୍ତାହେ ଭିତରେ ଇଡି ସୌରଭଙ୍କୁ ଭାରତ ଆଣିପାରେ ବୋଲି କୁହାଯାଉଛି।
ସୌରଭ ଚନ୍ଦ୍ରାକରଙ୍କୁ ଦୁବାଇରେ ଅଟକ ରଖିଥିବା ନେଇ ଇଣ୍ଟରପୋଲ ପକ୍ଷରୁ ସିବିଆଇକୁ ସୂଚିତ କରାଯାଇଛି । ଇଡିର ଅନୁରୋଧ କ୍ରମେ ଏହି ଗିରଫଦାରୀ କରାଯାଇଥିବା ଜଣାଯାଇଛି। ବିଦେଶ ମନ୍ତ୍ରାଳୟ ଓ ଗୃୟ ମନ୍ତ୍ରାଳୟ ସହ ମିଶି ଇଡି ଏହି ଅପରେସନ ଚଳାଇଥିଲେ।
ଗତକାଲି ୟୁଏଇ ଅଧିକାରୀ ଭାରତର ବିଦେଶ ମନ୍ତ୍ରାଳୟକୁ ଫୋନ୍ କରି ଦୁବାଇରେ ସୌରଭ ଚନ୍ଦ୍ରକାରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ଭାରତ ଅଣାଯିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି
ମହାଦେବ ବେଟିଂ ଆପ୍ର ମାଷ୍ଟର ମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କର D କମ୍ପାନୀ ସହ ଲିଙ୍କ ଥିବା ଜଣାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ମହାଦେବ ଆପ୍ ବିରୋଧରେ ମାମଲା ରହିଛି ।
ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ୨୦୨୩ ମସିହାରେ ମହାଦେବ ବୁକ୍ ବେଟିଂ ଆପ୍କୁ ବ୍ୟାନ୍ କରି ଦିଆଯାଇଥିଲା। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି ୨୨ଟି ଆପ୍କୁ ବି ବ୍ୟାନ କରାଯାଇଥିଲା।
ଇଡିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା ଇଡି।
ଏହି ମାମଲାରେ ସୌରଭ ଚନ୍ଦ୍ରାକର ତାଙ୍କ ସହଯୋଗୀ, ରବି ଉପ୍ପଲ ଓ ପ୍ରାୟ ୩୦ରୁ ଅଧିକ ଜଣଙ୍କ ଉପରେ ମାମଲା ରୁଜୁ ହୋଇଥିଲା। ଏହି ଆପ୍ ଜରିଆରେ ସେମାନେ ପ୍ରାୟ ୧୫ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା। ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ଏହି ମାମଲାର ତଦନ୍ତ ଭାର ହସ୍ତାନ୍ତର କରାଯାଇଥିବା ବେଳେ ପରେ ଏଥିନିମନ୍ତେ ଏକ SIT ଗଠନ କରାଯାଇଥିଲା।
ମହାଦେବ ବେଟିଂ ଆପ୍କୁ ନେଇ ଇଡି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଏହାର ମାଲିକ ସୌରଭ ଚନ୍ଦ୍ରାକର ଦୁବାଇରେ ଥିବା ଜଣାପଡ଼ିଥିଲା। ସେଠାରୁ ସେ ନିଜ ବିଜନେସ୍କୁ ଅପରେଟ୍ କରୁଥିଲେ। ଏନେଇ ଭାରତରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଫଳରେ ତାଙ୍କୁ କାବୁ କରିବାକୁ ଇଡି ଇଣ୍ଟରପୋଲର ସହାୟତା ମାଗିବାରୁ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ୍ ଜାରି କରିଥିଲା ଓ ଏବେ ତାଙ୍କୁ ବନ୍ଧା ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us