Advertisment

ମହାଦେବ ବେଟିଂ ଆପ୍‌: ୫୮୦ କୋଟି ଟଙ୍କା ଜବତ କଲା ଇଡି

ବୁଧବାର ଇଡି ମହାଦେବ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ରାୟପୁର, ଇନ୍ଦୋର ଓ ଗୁରୁଗ୍ରାସରେ ଚଢ଼ାଉ କରିଥିଲା।

author-image
Madhupriya Mistry
Enforcement Directorate

Enforcement Directorate

ବହୁ ଚର୍ଚ୍ଚିତ ମହାଦେବ ବେଟିଂ ଆପ୍‌ ମାମଲାରେ ପୁଣିଥରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମହାଦେବ ଅନ୍ଲାଇନ୍ ବେଟିଂ ମାମଲାରେ ଅପରାଧର ଆୟରୁ ମିଳିଥିବା ୫୮୦ କୋଟି ଟଙ୍କା ଇଡି ଜବତ କରିଛି।

Advertisment

ବୁଧବାର ଇଡି ମହାଦେବ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ରାୟପୁର, ଇନ୍ଦୋର ଓ ଗୁରୁଗ୍ରାସରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ନଗଦ ୧.୮୬ କୋଟି ଟଙ୍କା ଓ ୧.୭୮ କୋଟି ଟଙ୍କା ମୂଲ୍ୟର ମିଳିଥିବା ସାମଗ୍ରୀକୁ ମଧ୍ୟ ଜବତ କରିଥିଲା। ଏହାପରେ ଇଡି ଏକ ବୟାନ ଜାରି କରିଥିଲା। ଏଥିରେ କୁହାଯାଇଥିଲା ଯେ, ଏହି ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାଧ୍ୟମରେ ୫୮୦.୭୮ କୋଟି ଟଙ୍କା ଆୟ କରାଯାଇଛି। ଏହା ସହିତ ଜଡିତ ସମସ୍ତ ଆକାଉଣ୍ଟକୁ ଇଡି ଫ୍ରିଜ୍‌ ମଧ୍ୟ କରିଥିବା ନେଇ କହିଥିଲା। କେବଳ ସେତିକି ନୁହେଁ ଚଢ଼ାଉ ବେଳେ ବେଆଇନ ସମ୍ପତ୍ତି ସହ ଜଡିତ ଅନେକ ଡିଜିଟାଲ ତଥ୍ୟ ମଧ୍ୟ ହାତରେ ଲାଗିଥିବା କହିଥିଲା ଇଡି।

ତଦନ୍ତରୁ ଜଣାପଡିଛିଯେ ଆନୁମାନିକ ୬୦୦୦ କୋଟି ଟଙ୍କାର ଏହି ମହାଦେବ ଅନ୍‌ଲାଇନ୍‌ ବେଟିଂ ଆପ୍‌ ଦୁବାଇରୁ ପରିଚାଳିତ ହେଉଛି। ଏହି ଅନ୍‌ଲାଇନ୍‌ ବେଟିଂ ଆପ୍‌ଟି ବହୁ ବର୍ଷ ଧରି ଚାଲିଆସୁଛି। ଦୁବାଇରୁ ଏହାକୁ ପରିଚାଳିତ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ରାଡାର ବଞ୍ଚିତ ରହିବା। ଏହି ଅନଲାଇନ୍ ବେଟିଂ ଆପ୍‌ ବିଭିନ୍ନ ଫ୍ରାଞ୍ଚାଇଜ୍ ମାଧ୍ୟମରେ ସାରା ଦେଶରେ ଚାଲିଛି। ଇଡି ଅନୁସନ୍ଧାନରୁ ଜଣାପଡିଛି ଯେ ଛୋଟ ୱେବସାଇଟକୁ ଫ୍ରାଞ୍ଚାଇଜ୍ ଦେଇ ମହାଦେବ ବେଟିଂର ବେଆଇନ ବ୍ୟବସାୟ ଚାଲିଛି। ଚଢ଼ାଉ ପରେ ରେଡ୍ଡୀ ଆନ୍ନା, ଫେୟାରପ୍ଲେ ପରି ସାଇଟ୍ ବିଷୟରେ ସୂଚନା ମିଳିଥିବା ଇଡି କହିଛି।

Advertisment

ଛତିଶଗଡର ଚର୍ଚ୍ଚିତ ଏହି ମହାଦେବ ବେଟିଂ ଆପ୍‌ ମାମଲରରେ ଗତ ଦେଢ଼ ବର୍ଷ ହେଲା ଲଗାତର ଇଡି ରେଡ୍‌ କରି ପଚରାଉଚରା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୨୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଖୁଲାସା ହୋଇସାରିଲାଣି। ଏଥିସହ ଏବେ ପର୍ଯ୍ୟନ୍ତ ଏହି ମାମଲାରେ ୯ ଜଣ ଗିରଫ ମଧ୍ୟ ହୋଇଛନ୍ତି।

ED Raid Mahadev Bettin App