Advertisment

ତୀର୍ଥରାଜ ପ୍ରୟାଗରେ ମହାକୁମ୍ଭ ମେଳା ଆରମ୍ଭ, ଶ୍ରଦ୍ଧାଳୁଙ୍କ ଉପରେ ହେବ ପୁଷ୍ପ ବର୍ଷା

ତୀର୍ଥରାଜ ପ୍ରୟାଗରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି।

author-image
Niharika Rout
Mahakumbh Mela

Mahakumbh Mela

ତୀର୍ଥରାଜ ପ୍ରୟାଗରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି।

Advertisment

ପ୍ରଥମେ ସାଧୁ ସନ୍ଥ ଓ ତା’ପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ୱ ତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଉଛନ୍ତି । ଏଥିପାଇଁ ସଂଗମ ତଟରେ ଲାଗିଛି ସାଧୁ ସନ୍ଥ ଓ ଭକ୍ତଙ୍କ ଗହଳି। ବିଭିନ୍ନ ଆଖଡ଼ାର ସାଧୁ ସନ୍ଥଙ୍କ ହୋମ ଯଜ୍ଞ ଓ ମନ୍ତ୍ରଧ୍ୱନୀରେ କଂପୁଛି ଚଉଦିଗ।

ଏଥର ୬ଟି ସ୍ନାନ ତିଥି ରହିଥିବା ବେଳେ ୪୫ କୋଟି ଲୋକଙ୍କ ଆଗମନ ହେବ। ସେଥିପାଇଁ ୟୁପି ସରକାରଙ୍କ ପକ୍ଷରୁ ମହା ଆୟୋଜନ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ବି ଗ୍ରହଣ କରାଯାଇଛି।

Advertisment

ମହାକୁମ୍ଭର ମହାଆରମ୍ଭ ପୂର୍ବରୁ ଗତକାଲି ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ହୋଇଛି ଗଙ୍ଗା ଆରତି। ପ୍ରୟାଗରାଜରେ ଏହି ସ୍ୱତନ୍ତ୍ର ଆରତି କରିଛନ୍ତି ମହିଳା। ସେହିପରି ଅଯୋଧ୍ୟାର ସରଯୁ ଘାଟରେ ସନ୍ଧ୍ୟା ଆରତି ହୋଇଛି।

ପୁରୋହିତଙ୍କ ବେଦ ପାଠ ଓ ମନ୍ତ୍ରରେ ଆଧ୍ୟାତ୍ମିକ ହୋଇଥିଲା ସାରା ପରିବେଶ। ସୂର୍ଯ୍ୟାସ୍ତ ସମୟରେ ହେଉଥିବା ଏହି ସ୍ୱତନ୍ତ୍ର ଆରତିରେ ସାମିଲ ହୋଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ସେପଟେ ମନ ମୋହିଛି ଚିତ୍ତାକର୍ଷକ ଲେଜର୍ ଶୋ’। ପ୍ରୟାଗରାଜରେ ମହାକୁମ୍ଭର ବିଶେଷତା ବଖାଣିଛି ଆକର୍ଷଣୀୟ ଲେଜର ଶୋ’।

ଚଳିତ ବର୍ଷର ମହାକୁମ୍ଭ ମେଳାକୁ ଚିତ୍ତାକର୍ଷକ କରାଯିବା ନିମନ୍ତେ ସରିଛି ପୂର୍ବ ପ୍ରସ୍ତୁତି। ଚଳିତ ବର୍ଷ ୪ ହଜାର ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ଅଞ୍ଚଳରେ ହେବ ଗୋଲାପ ଫୁଲ ବର୍ଷା। ହେଲିକପ୍ଟର ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ଉପରେ ହେବ ପୁଷ୍ପ ବର୍ଷା। ମହାକୁମ୍ଭ ମେଳାରେ ହେବାକୁ ଥିବା ବିଭିନ୍ନ ମୁଖ ସ୍ନାନ ସମୟରେ ଶ୍ରଦ୍ଧାଳୁଙ୍କ ଉପରେ ଏପରି ପୁଷ୍ପ ବର୍ଷା କରାଯିବା ନିମନ୍ତେ ପ୍ରସ୍ତୁତି ସରିଛି। ପ୍ରତି ସ୍ନାନ ଅବସରରେ ପ୍ରାୟ ୨୦ କୁଇଣ୍ଟାଲ ପୁଷ୍ପ ବର୍ଷା କରାଯିବ ।

ମହାକୁମ୍ଭ ମେଳାରେ ପର୍ଯ୍ୟଟକମାନେ ହେଲିକପ୍ଟରରେ ବୁଲିବାର ମଜା ନେଇ ପାରିବେ। ଏଥିନିମନ୍ତେ ପୂର୍ବରୁ ଭଡ଼ା ୩ ହଜାର ଟଙ୍କା ଥିବା ବେଳେ ଏବେ ତାହାକୁ କମ୍‌ କରି ୧୨୯୬ ଟଙ୍କା କରାଯାଇଛି।

Uttar Pradesh