Advertisment

ମହାରାଷ୍ଟ୍ର-ଝାରଖଣ୍ଡରେ କାହାର ହେବ ସରକାର? ଆଜି ରେଜଲ୍ଟ

ମହାରାଷ୍ଟ୍ରର ୨୮୮ ଆସନ ଭୋଟ୍ ଗ୍ରହଣ ହୋଇଥିଲା। ସେହିପରି ଝାରଖଣ୍ଡର ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Assemble Election Result

Assemble Election Result

ଆଉ କିଛି ସମୟ ପରେ ଖୋଲିବ ଇଭିଏମ ସିଲ୍। ଆସିବ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ । ମହାରାଷ୍ଟ୍ରର ୨୮୮ ଆସନ ଭୋଟ୍ ଗ୍ରହଣ ହୋଇଥିଲା। ଦୁଇ ମେଣ୍ଟ - ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ହେଉଛି ଜୋରଦାର ଟକ୍କର।

Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା, ବିଜେପି ଏବଂ ଏନ୍ସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ। ସେହିଭଳି କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନ୍ସିପି - ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି।

ପୂର୍ବ ନିର୍ବାଚନରେ କଂଗ୍ରେସ, ଶିବସେନା ମେଣ୍ଟ ଏବଂ କଂଗ୍ରେସ, ଏନସିପି ମେଣ୍ଟ ଭିତରେ ଲଢେଇ ହୋଇଥିଲା। ତେବେ ପରେ ଏକନାଥ ସିନ୍ଦେ ଶିବସେନାରୁ ଏବଂ ଅଜିତ ପାୱାର ଏନସିପିରୁ ଅଲଗା ହୋଇ ଭିନ୍ନ ଦଳ ଗଠନ କରିଥିଲେ। ଏଇ ଦୁଇ ଦଳ ବିଭାଜିତ ହେବା ପରେ ଏହା ରାଜ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ। ବୁଥ୍ ବାହୁଡ଼ାର ମତ ଅନୁସାରେ ମହାରାଷ୍ଟ୍ରରେ ‘ମହାୟୁତି’କୁ ସ୍ପଷ୍ଟ ବହୁମତ ମିଳୁଥିବା ଅଧିକାଂଶ ଏଗଜିଟ ପୋଲରେ ଜଣାପଡିଛି।

Advertisment

ସେହିପରି ଝାଡଖଣ୍ଡ ବିଧାନସଭା ଆସନ ପାଇଁ ମଧ୍ୟ ଆଜି ଆସିବ ରେଜଲ୍ଟ। ଏଠାରେ ମୋଟ ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ୍‌ ହୋଇଥିଲା। ରାଜ୍ୟରେ କ୍ଷମତାସୀନ ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି। ଏଗ୍‌ଜିଟ ପୋଲ ଅନୁସାରେ ଦୁଇ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

୨୦୧୯ରେ ଅନୁଷ୍ଠିତ ନିର୍ବାଚନରେ ଜେଏମ୍ଏମ୍ କଂଗ୍ରେସ ଓ ଆରଜେଡି ସହ ମେଣ୍ଟ କରି ସରକାର ଗଢ଼ିଥିଲା । ବିଜେପି ବିରୋଧୀ ଦଳ ଭୂମିକା ନେଇଥିଲା। ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ବି ବହୁ ରାଜନୈତିକ ହାଇ ଡ୍ରାମା ଦେଖିବାକୁ ମିଳିଥିଲା।

ନିର୍ବାଚନ କିଛି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନଙ୍କ ଇସ୍ତଫା, ପରେ ଗିରଫ ହୋଇ ଜେଲ ଯିବା, ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବା ଏବଂ ପରେ ଇସ୍ତଫା ଦେଇ ବିଜେପିରେ ସାମିଲ ହେବାକୁ ନେଇ ଘଟଣାବହୁଳ ଥିଲା ରାଜୟର ରାଜନୈତିକ ଦୃଶ୍ୟପଟ୍ଟ।

Maharashtra Assembly Election 2024 Result Jharkhand Assembly Poll Result