Advertisment

ମହାରାଷ୍ଟ୍ରରେ ହିଟ୍‌ୱେଭ ହେଲା କାଳ; ୧୩ ମୃତ, ୬ଶହ ଅସୁସ୍ଥ

ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Gathering

Gathering

Advertisment

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଖାରଘରରେ ଗତକାଲି ଆୟୋଜିତ ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଉତ୍ସବର କାର୍ଯ୍ୟକ୍ରମରେ ଅଘଟଣ ଘଟିଛି। ଅତ୍ୟଧିକ ଖରାରେ ରୁଣ୍ଡ ହୋଇଥିବା ଲୋକଙ୍କ ମଧ୍ୟରୁ ହୃଦଘାତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ହିଟ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି।

Advertisment

ରାୟଗଡ଼ ଜିଲ୍ଲାର ଖାରଘରରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଯୋଗ ଦେଇ ସମାଜ ସୁଧାରକ ଅପ୍ପା ସାହେବଙ୍କୁ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମ ପ୍ରାୟ ସା‍ଢେ ୧୧ଟାରେ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ଏଥିନିମନ୍ତେ ସକାଳୁ ବହୁ ସଂଖ୍ୟାରେ ଲୋକ ଖୋଲା ପଡ଼ିଆରେ ରୁଣ୍ଡ ହେବାକୁ ଲାଗିଥିଲେ। ଏହି ସମାରୋହରେ ଯୋଗ ଦେବାକୁ ପଡ଼ିଆରେ ଖଚାଖଚ ଲୋକଙ୍କ ଭିଡ଼ ହୋଇଥିବା ବେଳେ ସେମାନଙ୍କ ବସିବା ନିମନ୍ତେ ଚେୟାର ବ୍ୟବସ୍ଥା ହୋଇଥିଲା। ମାତ୍ର ଅତ୍ୟଧିକ ଖରା ସତ୍ତ୍ୱେ କୌଣସି ସେଡ୍‌ ବ୍ୟବସ୍ଥା ହୋଇ ନ ଥିଲା। ଫଳରେ ବହୁ ସମୟ ଖରାରେ ବସି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା।

Advertisment

ଏପରିକି ହୃଦଘାତରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଶହ ଜଣଙ୍କୁ ନିକଟସ୍ଥ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୨୬ ଜଣଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟମାନେ ଏବେ ବି ଚିକିତ୍ସାଧୀନ ଅଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହସ୍ପିଟାଲ ପରିଦର୍ଶନ କରି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଏଥିସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ଗୁରୁତରମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ, ଏନସିପି ନେତା ଅଜିତ ପାୱାର ମେଡିକାଲ ପହଞ୍ଚି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। କାର୍ଯ୍ୟକ୍ରମକୁ ଠିକ୍‌ ଭାବେ ଆୟୋଜନ କରାଯାଇ ନ ଥିବାରୁ ଏପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି ବୋଲି ସେ କହିଛନ୍ତି।

Heat Wave Maharashtra Police Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe