Advertisment

ଅଜିତ ପାୱାରଙ୍କୁ ଶକ୍ତ ଝଟକା, ଦଳ ଛାଡ଼ିଲେ ୪ ନେତା

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କୁ ଲାଗିଛି ଶକ୍ତ ଝଟକା । ତାଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଦେଇଛନ୍ତି।

author-image
Niharika Rout
Ajit Pawar

Ajit Pawar

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କୁ ଲାଗିଛି ଶକ୍ତ ଝଟକା । ତାଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଦେଇଛନ୍ତି। ସେମାନେ ଖୁବ୍‌ ଶୀଘ୍ର ଶରଦ ପାୱାରଙ୍କ ଏନସିପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।

Advertisment

ଇସ୍ତଫା ଦେଇଥିବା ୪ ନେତା ଦଳର ପିମ୍ପରି- ଚିଞ୍ଚୱାଡ ୟୁନିଟର  ସଦସ୍ୟ ବୋଲି ଜଣାଯାଇଛି। ସେମାନେ ହେଲେ ଏନସିପିର ପିମ୍ପରି- ଚିଞ୍ଚୱାଡ ୟୁନିଟ ମୁଖ୍ୟ ଅଜିତ ଗହ୍ୱାନେ, ଛାତ୍ର ୱିଙ୍ଗ ପ୍ରମୁଖ ୟଶ ସାନେ, ପୂର୍ବତନ କର୍ପୋରେଟର ରାହୁଲ ଭୋନସଲେ ଓ ପଙ୍କଜ ଭାଲେକର ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଭୋସାରି ବିଧାନସଭା ସିଟ୍‌ ହାତେଇବା ନିମନ୍ତେ ଅଜିତ ଗହ୍ୱାନେ ରେସ୍‌ରେ ଥିଲେ ମଧ୍ୟ ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏଥିପାଇଁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି। ସେମାନେ ସମସ୍ତେ ଶରଦ ପାୱାରଙ୍କ ଏନସିପିରେ ସାମିଲ ହେବାକୁ ଉଦ୍ୟମ ଆରମ୍ଭ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Advertisment

ଗତବର୍ଷ ଜୁଲାଇ ମାସରେ ଅଜିତ ପାୱାର ଏନସିପିର ଅଧିକାଂଶ ବିଧାୟକଙ୍କୁ ଧରି ବିଜେପି ଓ ସିନ୍ଦେ ସରକାରରେ ସାମିଲ ହୋଇଥିଲେ। ଅଜିତ ପାୱାରଙ୍କୁ ମଧ୍ୟ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ମାତ୍ର ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନେତ୍ୱାଧୀନ ଏନଡିଏର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜ୍ୟରେ ରାଜନୀତିକ ହଟଚମଟ ଆରମ୍ଭ ହୋଇ ଯାଇଥିଲା। ଏଥିସହ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ଅଜିତ ପାୱାରଙ୍କ ଦଳର ନେତା ଶରଦ ପାୱାରଙ୍କ ଦଳକୁ ଡେଇଁବାକୁ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । 

ଏନଡିଏ ତୁଳନାରେ ମହା ବିକାଶ ଅଘାଡ଼ି ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। କଂଗ୍ରେସ ଏକାକୀ ୧୩ ଆସନ ଜିତିଥିବା ବେଳେ ଶରଦ ପାୱାରଙ୍କ ଏନସିପି ୮ଟି ଓ ଉଦ୍ଧବ ଠାକରେଙ୍କ ଶିବସେନା ୯ଟି ଆସନ ଜିତିଥିଲେ।

କିନ୍ତୁ ବିଜେପି, ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମିଳିତ ଭାବେ ୧୭ଟି ଆସନ ଜିତିଥିଲେ। ଅଜିତ ପାୱାରଙ୍କ ଖାତାକୁ କେବଳ ରାୟଗଡ଼ ଲୋକସଭା ଆସନ ଯାଇଥିଲା।

ତେଣୁ ଅଜିତ ପାୱାରଙ୍କ ସହ ଥିବା ଏନସିପି ବିଧାୟକଙ୍କ ମଧ୍ୟରୁ ୧୦ରୁ ୧୫ ଜଣ ଫେରିବାକୁ ଯୋଗାଯୋଗ କରୁଥିବା ଶରଦ ପାୱାର କହିଥିଲେ । ତେଣୁ ଏବେ ବାଜି ବଦଳିବାର ସଙ୍କେତ ମିଳିଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି। 

Maharashtra NCP Ajit Pawar