Advertisment

ଦେଶୀ ଗାଈକୁ 'ରାଜ୍ୟମାତା'ର ମାନ୍ୟତା ଦେଲେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର କ୍ୟାବିନେଟରେ ଦେଶୀ ଗାଈକୁ 'ରାଜ୍ୟମାତା' ରୂପେ ମାନ୍ୟତା ମିଳିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Eknath Shinde giving food to cow

Eknath Shinde giving food to cow

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଦେଶୀ ଗାଈକୁ ରାଜ୍ୟମାତା-ଗୋମାତାର ମାନ୍ୟତା ଦେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଯାଇଛି।

Advertisment

ବିଧାନସଭା ନିର୍ବାଚନକୁ ଅଳ୍ପ କିଛି ମାସ ବାକି ଥିବାବେଳେ ଏପରି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର। ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଗାଈକୁ ରାଜମାତା-ଗୋମାତାର ମାନ୍ୟତା ଦିଆଯାଇଥିବା ନେଇ ଘୋଷଣା କରାଯାଇଛି।  

ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ବୈଦିକ ସମୟରୁ ଭାରତୀୟ ସଂସ୍କୃତିରେ ଦେଶୀ ଗାଈର ଗୁରୁତ୍ୱ ରହିଆସିଛି। ମାନବ ଶରୀର ପାଇଁ ଦେଶୀ ଗାଈ ଖୀରର ଉପକାରିତା, ଆୟୁର୍ବେଦ ଚିକିତ୍ସାରେ ଗୋମୂତ୍ର ଏବଂ ଗୋବରର ଆବଶ୍ୟକତା, ପଞ୍ଚଗବ୍ୟ ଚିକିତ୍ସା ପ୍ରଣାଳୀ ଏବଂ କୃଷି କ୍ଷେତ୍ରରେ ଗାଈର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଗୋମାତାକୁ ରାଜ୍ୟମାତା ଭାବରେ ମାନ୍ୟତା ଦିଆଗଲା।

Advertisment

ଏଥିସହ ଗାଈଙ୍କ ଲାଳନ ପାଳନ ପାଇଁ ଗୋଷାଳା ମଧ୍ୟ ନିର୍ମାଣ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଦେଶୀଗାଈଙ୍କ ପାଇଁ ପ୍ରତିଦିନ 50 ଟଙ୍କାର ସବସିଡି ବ୍ୟବସ୍ତା ମଧ୍ୟ ଲାଗୁ କରାଯିବ। କମ୍ ଆୟ କାରଣରୁ ଗାଈଙ୍କୁ ଉପଯୁକ୍ତ ଖାଦ୍ୟ ଦିଆଯାଇ ପାରୁନଥିବାରୁ ଗୋପାଳକଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।  

ଏହି ଯୋଜନା ମହାରାଷ୍ଟ୍ର ଗୋସେବା ଆୟୋଗ ଦ୍ୱାରା ଅନଲାଇନରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଜିଲ୍ଲାରେ ଏକ ଜିଲ୍ଲା ଗୋଶାଳା ଯାଞ୍ଚ କମିଟି ଗଠନ ହେବ, ଯାହା ଏହାର ତଦାରଖ କରିବ। 

Maharashtra Assembly Polls Eknath Shinde Rajyamata-Gomata