Advertisment

ଉଦ୍ଧବ ଠାକରେଙ୍କୁ ଝଟକା, ସିନ୍ଦେ କ୍ୟାମ୍ପରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ

୨୦୧୪ରୁ ୨୦୧୮ ଯାଏ ସାୱନ୍ତ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଥିଲେ। ଏହି ସମୟରେ ଦେବେନ୍ଦ୍ର ଫଡନାଭିସଙ୍କ ସରକାର ଚାଲିଥିଲା।

Shinde Camp

Shinde Camp

Advertisment

ଉଦ୍ଧବ ଠାକରେଙ୍କୁ ପୁଣି ଝଟକା ଲାଗିଛି। ମହାରାଷ୍ଟ୍ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଉଦ୍ଧବ ଠାକରେଙ୍କ ପୁରୁଣା ସହଯୋଗୀ ଦୀପକ ସାୱନ୍ତ ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି। ସାୱନ୍ତଙ୍କ ମିଶ୍ରଣ ପର୍ବରେ ନିଜେ ସିନ୍ଦେ ଉପସ୍ଥିତ ଥିଲେ। କିଛି ଦିନ ତଳେ ଉଦ୍ଧବ ଠାକରେଙ୍କ ହାତରୁ ଶିବସେନାର ସହ ମୁଖ୍ୟମନ୍ତ୍ରୀ ପଦ ଚାଲି ଯାଇଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସାୱନ୍ତ ମଧ୍ୟ ଦଳ ବଦଳ କରି ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଛନ୍ତି।

Advertisment

ସିନ୍ଦେ ଓ ଠାକରେ ଏକାଠି ଥିବା ବେଳେ ସାୱନ୍ତ ଶିବସେନାର ଜଣେ ବରିଷ୍ଠ ସଦସ୍ୟ ଥିଲେ। ତାଙ୍କୁ ଦଳ ବିଧାନ ପରିଷଦ ସଦସ୍ୟ ଭାବେ ଚୟନ କରିଥିଲା। ୨୦୧୪ରୁ ୨୦୧୮ ଯାଏ ସାୱନ୍ତ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଥିଲେ। ଏହି ସମୟରେ ଦେବେନ୍ଦ୍ର ଫଡନାଭିସଙ୍କ ସରକାର ଚାଲିଥିଲା।

ତେବେ ୨୦୧୮ରେ ତାଙ୍କୁ କ୍ୟାବିନେଟରୁ ବିଦା କରାଯାଇଥିଲା। ସେହିପରି ଉଦ୍ଧବ ଠାକରେ ମଧ୍ୟ ତାଙ୍କୁ ୨୦୧୮ରେ ବିଧାନ ପରିଷଦ ନିର୍ବାଚନ ଲଢ଼ିବାକୁ ଟିକେଟ ମଧ୍ୟ ଦେଇ ନଥିଲେ। ତଥାପି ସେ ଉଦ୍ଧବ ଠାକରେଙ୍କ ସହ ରହିଥିଲେ। କିନ୍ତୁ ଏବେ ସେ ସଳ ବଦଳ କରିଛନ୍ତି। 

Advertisment

ଗତବର୍ଷ ସିନ୍ଦେ ଓ ୩୦ରୁ ଅଧିକ ଶିବସେନା ବିଧାୟକ ଏକାଠି ହୋଇ ଉଦ୍ଧବ ଠାକରେଙ୍କ ଏମଭିଏ ସରକାର ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଏଥିଯୋଗୁ ଏମଭିଏ ସରକାର ଭାଙ୍ଗି ଯାଇଥିଲା। ଏହାପରେ ସିନ୍ଦେ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶବିସେନା ଦୁଇ ଭାଗରେ ବିଭକ୍ତ ହୋଇଯିବାରୁ ସିନ୍ଦେ ଗୋଷ୍ଠୀ ଦଳ ଉପରେ ହକ ଜାହିର କରିଥିଲେ।

ଶେଷରେ ବିବାଦ ନିର୍ବାଚନ କମିଶନଙ୍କ ପାଖକୁ ଯାଇଥିଲା। କମିଶନ ସବୁ ପକ୍ଷକୁ ଶୁଣିବା ପରେ ଗତମାସରେ ସିନ୍ଦେଙ୍କ କ୍ୟାମ୍ପକୁ ପ୍ରକୃତ ଶିବସେନାର ମାନ୍ୟତା ଦେଇଛନ୍ତି। ଦଳୀୟ ଚିହ୍ନ ଧନୁ ଓ ତୀର ମଧ୍ୟ ସିନ୍ଦେ କ୍ୟାମ୍ପକୁ ମିଳିଛି।

Maharashtra Govt Uddhav Thackeray Maharashtra Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe