Advertisment

ମହାରାଷ୍ଟ୍ର କୃଷକଙ୍କ ଅଜବ ଦାବି, ଗଞ୍ଜେଇ ଚାଷକୁ ଦିଅନ୍ତୁ ଅନୁମତି

ଏକ କୃଷକ ସଂଗଠନ ଅମ୍ରାବତୀ ଡିଭିଜନାଲ କମିଶନର ନିଧି ପାଣ୍ଡେଙ୍କୁ ଭୋଟି ଏକ ସ୍ମାରକପତ୍ର ଦେଇଛନ୍ତି।

author-image
Debibandita Barick
Farmers And Govt Officer

Farmers And Govt Officer

କପାଚାଷ କ୍ଷେତ୍ରରେ ମହାରାଷ୍ଟ୍ରରର ୟବତମାଳ ବେଶ୍ ଜଣାଶୁଣା। ଏହି ଅଞ୍ଚଳ କୃଷି ଆତ୍ମହତ୍ୟାକୁ ନେଇ ମଧ୍ୟ କୁଖ୍ୟାତି ଅର୍ଜନ କରିଛି। ବର୍ତ୍ତମାନ ୟବତମାଳର ଚାଷୀମାନେ ପ୍ରଶାସନ ନିକଟରେ ଏକ ଅଜବ ଦାବି ଉପସ୍ଥାପନ କରିଛନ୍ତି, ଯାହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏହି ଅଞ୍ଚଳର ଚାଷୀମାନେ ଗଞ୍ଜେଇ ଚାଷକୁ ଅନୁମତି ଦେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Advertisment

ଗତକାଲି, ଏକ କୃଷକ ସଂଗଠନ ଅମ୍ରାବତୀ ଡିଭିଜନାଲ କମିଶନର ନିଧି ପାଣ୍ଡେଙ୍କୁ ଭୋଟି ଏକ ସ୍ମାରକପତ୍ର ଦେଇଛନ୍ତି। ଯେଉଁଥିରେ ସେମାନେ ଗଞ୍ଜେଇ ଚାଷକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି। କପା ଚାଷୀ ମନୀଷ ଯାଦବଙ୍କ ନେତୃତ୍ୱରେ ଗଠିତ କୃଷକ ପ୍ରତିନିଧି ଦଳ ଏହି ଦାବିପତ୍ର ଦାଖଲ କରିଛନ୍ତି। ପାରମ୍ପାରିକ ଫସଲରୁ ଭଲ ଉତ୍ପାଦନ ହୋଇପାରୁନଥିବା ଦର୍ଶାଇ ଗଞ୍ଜେଇ ଚାଷକୁ ଅନୁମତି ମିଳୁ ବୋଲି ସେମାନେ ଦାବି କରିଛନ୍ତି।

ନିକଟରେ ପୁଲିସ ଏହି ଅଞ୍ଚଳରେ ଅତର୍କିତ ଚଢାଉ କରି ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିଲା। ଏପରିକି 6 ଜଣଙ୍କୁ ମଧ୍ୟ ଗିରଫ କରିଥିଲା। ଏହି ଘଟଣା ପରେ ଚାଷୀମାନେ ଭୟଭୀତ ହୋଇ ଏପରି ଏକ ଅଜବ ଦାବି କରିଛନ୍ତି।

Advertisment

ଦାବିପତ୍ର ଦିଆଯାଇଥିବା ବିଭାଗୀୟ କମିଶନର କହିଛନ୍ତି, "ଜଣେ ସରକାରୀ ଅଧିକାରୀ ଭାବରେ ସେ କୃଷକଙ୍କ ଦାବିକୁ ରାଜ୍ୟ ସରକାରଙ୍କୁ ଜଣାଇବାକୁ ବାଧ୍ୟ। ସରକାର ଆଇନଗତ ଦିଗକୁ ବିଚାର କରି ଏ ଉପରେ ନିଷ୍ପତ୍ତି ନେବେ।" 

କପା ଚାଷୀ ମନୀଷ ଯାଦବ କହିଛନ୍ତି, ଗଞ୍ଜେଇର ଚାହିଦା ବଢିବା ଏକ ସଙ୍କେତ। ଆମେ କୃଷକଙ୍କ ସମସ୍ୟାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ। ଚଳିତ ବର୍ଷ ମୌସୁମୀ ଏବଂ ନଭେମ୍ବରରେ ଅଦିନିଆ ବର୍ଷା କାରଣରୁ ୟବତମାଳର ଅନେକ ଚାଷ ନଷ୍ଟ ହୋଇଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ନିକଟରେ କୌଣସି ସରକାରୀ ସହାୟତା ପହଞ୍ଚି ପାରିନାହିଁ। ଫସଲ କ୍ଷୟକ୍ଷତି ସର୍ବେକ୍ଷଣରେ ବଡ଼ ବଡ଼ ଜମିକୁ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ଏପରିକି ୟବତମାଳ ଚାଷୀଙ୍କୁ ଫସଲ ବୀମା ଯୋଜନା ଅଧୀନରେ ଅଗ୍ରୀମ ଦେୟରୁ ବଞ୍ଚିତ କରାଯାଇଛି ବୋଲି ସେ କହିଛନ୍ତି।

ଗଞ୍ଜେଇ ମାମଲାରେ ଜଣେ ଅଭିଯୁକ୍ତଙ୍କ ପୁଅ କହିଛନ୍ତି ଯେ, ତାଙ୍କର 10 ଏକର ଜମି ଅଛି, କିନ୍ତୁ ଅଧିକାଂଶ ଜମି ପାହାଡ଼ିଆ ଅଞ୍ଚଳକୁ ଲାଗିକି ରହିଛି। ଫଳରେ କମ୍ କପା ଅମଳ ହୁଏ। ଆମର ସଠିକ୍ ଜମି ଦସ୍ତାବିଜ ନାହିଁ, ଯେଉଁଥିପାଇଁ ଆମେ ସରକାରୀ ସହାୟତା ପାଇବାରେ ବଞ୍ଚିତ ହେଉଛୁ। ଋଣ ଭାରରୁ ମୁକୁଳିବା ପାଇଁ ଆମକୁ ଟଙ୍କା ଆବଶ୍ୟକ। ଏଥିପାଇଁ ଗଞ୍ଜେଇ ଚାଷ ସର୍ବୋତମ ଉପାୟ। 

Ganja Cultivation Maharashtra Farmers Cannabis Cultivation